1 ଦାଉଦଙ୍କର ଏହି ପୁତ୍ରମାନେ ହିବ୍ରୋଣରେ ଜାତ ହୋଇଥିଲେ; ଜ୍ୟେଷ୍ଠ ପୁତ୍ର ଅମ୍ନୋନ୍‍, ସେ ଯିଷ୍ରିୟେଲୀୟା ଅହୀନୋୟମଠାରୁ ଜାତ; ଦ୍ୱିତୀୟ ଦାନିୟେଲ, ସେ କର୍ମିଲୀୟା ଅବୀଗଲଠାରୁଜାତ;

2 ତୃତୀୟ ଅବଶାଲୋମ୍‍, ସେ ଗଶୂରର ରାଜା ତଲ୍‍ମୟର କନ୍ୟା ମାଖାର ପୁତ୍ର; ଚତୁର୍ଥ ଅଦୋନୀୟ, ସେ ହଗୀତର ପୁତ୍ର;

3 ପଞ୍ଚମ ଶଫଟୀୟ, ସେ ଅବିଟଲଠାରୁ ଜାତ; ଷଷ୍ଠ ଯିତ୍ରୀୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାଠାରୁ ଜାତ।

4 ହିବ୍ରୋଣରେ ଦାଉଦଙ୍କର ଛଅ ପୁତ୍ର ଜାତ ହେଲେ ଓ ସେଠାରେ ସେ ସାତ ବର୍ଷ ଛଅ ମାସ ରାଜ୍ୟ କଲେ; ପୁଣି ସେ ଯିରୂଶାଲମରେ ତେତିଶ ବର୍ଷ ରାଜ୍ୟ କଲେ।

5 ଯିରୂଶାଲମରେ ତାଙ୍କର ଏହି ପୁତ୍ରମାନେ ଜାତ ହୋଇଥିଲେ, ଯଥା, ଶିମୀୟ ଓ ଶୋବବ୍‍ ଓ ନାଥନ୍‍ ଓ ଶଲୋମନ, ଏହି ଚାରି ଜଣ ଅମ୍ମୀୟେଲର କନ୍ୟା ବତ୍‍ଶୂୟାଠାରୁ ଜାତ;

6 ଆହୁରି ଯିଭର ଓ ଇଲୀଶାମା ଓ ଇଲୀଫେଲଟ୍‍;

7 ନୋଗହ ଓ ନେଫଗ୍‍ ଓ ଯାଫୀୟ;

8 ଇଲୀଶାମା ଓ ଇଲୀୟାଦା ଓ ଇଲୀଫେଲଟ୍‍, ଏହି ନଅ ଜଣ।

9 ଏସମସ୍ତେ ଦାଉଦଙ୍କର ପୁତ୍ର; ଏମାନେ ଉପପତ୍ନୀଗଣର ସନ୍ତାନମାନଙ୍କଠାରୁ ଭିନ୍ନ; ଆଉ ତାମର ଏମାନଙ୍କର ଭଗିନୀ ଥିଲା।

10 ପୁଣି ଶଲୋମନଙ୍କର ପୁତ୍ର ରିହବୀୟାମ୍‍, ତାଙ୍କର ପୁତ୍ର ଅବୀୟ, ତାହାର ପୁତ୍ର ଆସା, ତାହାର ପୁତ୍ର ଯିହୋଶାଫଟ;

11 ତାହାର ପୁତ୍ର ଯୋରାମ୍‍, ତାହାର ପୁତ୍ର ଅହସୀୟ, ତାହାର ପୁତ୍ର ଯୋୟାଶ୍‍;

12 ତାହାର ପୁତ୍ର ଅମତ୍‍ସୀୟ, ତାହାର ପୁତ୍ର ଅସରୀୟ, ତାହାର ପୁତ୍ର ଯୋଥମ୍;

13 ତାହାର ପୁତ୍ର ଆହସ୍‍, ତାହାର ପୁତ୍ର ହିଜକୀୟ, ତାହାର ପୁତ୍ର ମନଃଶି;

14 ତାହାର ପୁତ୍ର ଅମୋନ୍‍, ତାହାର ପୁତ୍ର ଯୋଶୀୟ।

15 ଯୋଶୀୟର ପୁତ୍ରଗଣ, ଯଥା, ପ୍ରଥମଜାତ ଯୋହାନନ୍‍, ଦ୍ୱିତୀୟ ଯିହୋୟାକୀମ୍‍, ତୃତୀୟ ସିଦିକୀୟ, ଚତୁର୍ଥ ଶଲ୍ଲୁମ୍‍।

16 ପୁଣି ଯିହୋୟାକୀମ୍‍ର ସନ୍ତାନଗଣ; ତାହାର ପୁତ୍ର ଯିକନୀୟ, ତାହାର ପୁତ୍ର ସିଦିକୀୟ।

17 ବନ୍ଦୀ ଯିକନୀୟର ସନ୍ତାନଗଣ;

18 ତାହାର ପୁତ୍ର ଶଲ୍‍ଟୀୟେଲ ଓ ମଲ୍‍କୀରାମ୍‍ ଓ ପଦାୟ ଓ ଶିନତ୍‍ସର, ଯିକମୀୟ, ହୋଶାମା ଓ ନଦବୀୟ।

19 ପଦାୟର ପୁତ୍ର ସରୁବ୍ବାବିଲ୍‍ ଓ ଶିମୀୟି; ପୁଣି ସରୁ ସରୁବ୍ବାବିଲ୍‍ ସନ୍ତାନ ମଶୁଲ୍ଲମ୍‍ ଓ ହନାନୀୟ ଓ ଶଲୋମୀତ୍‍ ସେମାନଙ୍କର ଭଗିନୀ ଥିଲା।

20 ଆଉ ହଶୂବା ଓ ଓହେଲ୍‍ ଓ ବେରିଖୀୟ ଓ ହସଦୀୟ ଓ ଯୁଶବ-ହେଷଦ୍‍, ଏହି ପାଞ୍ଚ ଜଣ।

21 ଆଉ ହନାନୀୟର ସନ୍ତାନ ପ୍ଲଟୀୟ ଓ ଯିଶାୟାହନ୍ତ ରଫାୟର ପୁତ୍ରଗଣ, ଅର୍ଣ୍ଣନର ପୁତ୍ରଗଣ, ଓବଦୀୟର ପୁତ୍ରଗଣ, ଶଖନୀୟର ପୁତ୍ରଗଣ।

22 ଶଖନୀୟର ପୁତ୍ରଗଣ; ଶମୟୀୟ; ଶମୟୀୟର ପୁତ୍ରଗଣ; ହଟୂଶ, ଯିଗାଲ ଓ ବାରୀହ ଓ ନିୟରୀୟ ଓ ଶାଫଟ୍‍, ଛଅ ଜଣ।

23 ନିୟରୀୟର ସନ୍ତାନ ଇଲୀୟୋ-ଐନୟ ଓ ହିଜକୀୟ ଓ ଅସ୍ରୀକାମ, ଏହି ତିନି ଜଣ।

24 ପୁଣି ଇଲୀୟୋ-ଐନୟର ପୁତ୍ର ହୋଦବୀୟ ଓ ଇଲୀୟାଶୀବ ଓ ପ୍ଲାୟ ଓ ଅକ୍‍କବ ଓ ଯୋହାନନ୍‍ ଓ ଦଳାୟ ଓ ଅନାନି, ଏହି ସାତ ଜଣ।