1 ବିନ୍ୟାମୀନ ଆପଣା ଜ୍ୟେଷ୍ଠ ବେଲା, ଦ୍ୱିତୀୟ ଅସ୍ବେଲ ଓ ତୃତୀୟ ଅହର୍ହ;
2 ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା।
3 ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର ଓ ଗେରା ଓ ଅବୀହୂଦ।
4 ଓ ଅବୀଶୟ ଓ ନାମାନ୍ ଓ ଆହୋହ।
5 ଓ ଗେରା ଓ ଶଫୂଫନ୍ ଓ ହୂରମ୍।
6 ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶ ପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତକୁ ନିଆଯାଇ ଥିଲେ।
7 ଆଉ ସେ ନାମାନ୍, ଅହୀୟ ଓ ଗେରାକୁ ବନ୍ଦୀ କରି ନେଇଗଲା ଓ ସେ ଉଷ ଓ ଅହୀହୂଦକୁ ଜାତ କଲା।
8 ପୁଣି ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ଶହରୟିମ୍ ମୋୟାବ-ପଦାରେ ସନ୍ତାନମାନଙ୍କୁ ଜାତ କଲା; ହୂଶୀମ୍ ଓ ବାରା ତାହାର ଭାର୍ଯ୍ୟା ଥିଲେ।
9 ପୁଣି ସେ ଆପଣା ଭାର୍ଯ୍ୟା ହୋଦଶ୍ର ଗର୍ଭରେ ଯୋବବ୍ ଓ ସିବୀୟ ଓ ମେଶା ଓ ମଲକମ୍।
10 ଓ ଯିୟୂଶ ଓ ଶଖୀୟ ଓ ମିର୍ମକୁ ଜାତ କଲା, ଏମାନେ ତାହାର ପୁତ୍ର ଓ ପିତୃବଂଶ ପ୍ରଧାନ ଥିଲେ।
11 ଆଉ ସେ ହୂଶୀମ୍ ଗର୍ଭରେ ଆବୀଟୂବ ଓ ଇଲ୍ପାଲକୁ ଜାତ କଲା।
12 ଆଉ ଇଲ୍ପାଲର ପୁତ୍ର ଏବର୍ ଓ ମିଶୀୟମ୍, ପୁଣି ସମସ୍ତ ଉପନଗର ସମେତ ଓନୋର ଓ ଲୋଦର ପତ୍ତନକାରୀ ଶେମଦ୍।
13 ଓ ବରୀୟ ଓ ଶେମା, ଏମାନେ ଅୟାଲୋନ ନିବାସୀମାନଙ୍କର ପିତୃବଂଶ ପ୍ରଧାନ ଥିଲେ, ଆଉ ଏମାନେ ଗାଥ୍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ।
14 ପୁଣି ବରୀୟର ପୁତ୍ର ଅହୀୟୋ ଓ ଶାଶକ୍ ଓ ଯିରେମୋତ୍।
15 ଓ ସବଦୀୟ ଓ ଅରାଦ୍ ଓ ଏଦର।
16 ଓ ମୀଖାୟେଲ ଓ ଯିଶ୍ପା ଓ ଯୋହ;
17 ଆଉ ଇଲ୍ପାଲର ପୁତ୍ର ସବଦୀୟ ଓ ମଶୁଲ୍ଲମ୍ ଓ ହିଷ୍କି ଓ ହେବର।
18 ଓ ଯିଷ୍ମରୟ ଓ ଯିଷ୍ଲୀୟ ଓ ଯୋବବ୍।
19 ଆଉ ଶିମୀୟିର ପୁତ୍ର ଯାକୀମ୍ ଓ ସିଖ୍ରି ଓ ସବ୍ଦି।
20 ଓ ଇଲୀ-ଐନୟ ଓ ସିଲ୍ଲଥୟ ଓ ଇଲୀୟେଲ।
21 ଓ ଅଦାୟା ଓ ବରାୟା ଓ ଶିମ୍ରତ୍;
22 ଆଉ ଶାଶକ୍ର ପୁତ୍ର ଯିଶ୍ପନ୍ ଓ ଏବର ଓ ଇଲୀୟେଲ।
23 ଓ ଅବଦୋନ୍ ଓ ସିଖ୍ରି ଓ ହାନନ୍।
24 ଓ ହନାନୀୟ ଓ ଏଲମ୍ ଓ ଅନ୍ତୋଥୀୟ।
25 ଓ ଯିଫଦୀୟ ଓ ପନୁୟେଲ;
26 ଆଉ, ଯିରୋହମର ସନ୍ତାନ ଶମ୍ଶରୟ ଓ ଶହରୀୟ ଓ ଅଥଲୀୟ।
27 ଓ ଯାରିଶୀୟ ଓ ଏଲୀୟ ଓ ସିଖ୍ରି;
28 ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶ ପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ।
29 ଆଉ ଗିବୀୟୋନର ପିତା ଯିୟେଲ ଗିବୀୟୋନରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା।
30 ତାହାର ପ୍ରଥମଜାତ ପୁତ୍ର ଅବ୍ଦୋନ୍, ତହୁଁ ସୂର୍ ଓ କୀଶ୍ ଓ ବାଲ୍ ଓ ନାଦବ୍।
31 ଓ ଗଦୋର ଓ ଅହୀୟୋ ଓ ସଖର;
32 ପୁଣି ମିକ୍ଲୋତ୍ ଶିମୀୟଙ୍କୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ।
33 ନେର୍ କୀଶ୍କୁ ଜାତ କଲା, କୀଶ୍ ଶାଉଲଙ୍କୁ ଜାତ କଲା ଓ ଶାଉଲ ଯୋନାଥନ ଓ ମଲ୍କୀଶୟ ଓ ଅବୀନାଦବ୍ ଓ ଇଶ୍ବାଲକୁ ଜାତ କଲେ।
34 ପୁଣି ମରୀବ୍ବାଲ୍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ ମୀଖାକୁ ଜାତ କଲା।
35 ମୀଖାର ପୁତ୍ର ପିଥୋନ୍ ଓ ମେଲକ୍ ଓ ତରେୟ ଓ ଆହସ।
36 ଆଉ, ଆହସ ଯିହୋୟାଦାକୁ ଜାତ କଲା, ପୁଣି ଯିହୋୟାଦା ଆଲେମତ୍ ଓ ଅସ୍ମାବତ୍ ଓ ସିମ୍ରିକି ଜାତ କଲା ଓ ସିମ୍ରି ମୋତ୍ସାକୁ ଜାତ କଲା।
37 ମୋତ୍ସା ବିନୀୟାକୁ ଜାତ କଲା, ତାହାର ପୁତ୍ର ରାଫା, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ;
38 ପୁଣି ଆତ୍ସେଲର ଛଅ ପୁତ୍ର ଥିଲେ; ସେମାନଙ୍କର ନାମ ଏହି; ଅସ୍ରୀକାମ୍, ବୋଖରୁ ଓ ଇଶ୍ମାୟେଲ ଓ ଶିୟରୀୟ ଓ ଓବଦୀୟ ଓ ହାନନ୍। ଏସମସ୍ତେ ଆତ୍ସେଲର ପୁତ୍ର।
39 ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ୱିତୀୟ ଯିୟୂଶ ଓ ତୃତୀୟ ଏଲୀଫେଲଟ୍।
40 ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ। ଏସମସ୍ତେ ବିନ୍ୟାମୀନର ସନ୍ତାନ।