1 ଏଥିନିମନ୍ତେ ଆମ୍ଭେମାନେ ଆଉ ସାହି ନ ପାରିବାରୁ ଆଥନୀରେ ଏକାକୀ ପଛରେ ରହିବା ପାଇଁ ସ୍ଥିର କଲୁଁ;
2 ପୁଣି ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ ଓ ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଉତ୍ସାହ ଦେବାକୁ ଖ୍ରୀଷ୍ଟଙ୍କ ସୁସମାଚାର କାର୍ଯ୍ୟରେ ଈଶ୍ୱରଙ୍କ ସହକାର୍ଯ୍ୟକାରୀ ଆମ୍ଭମାନଙ୍କ ଭାଇ ତୀମୋଥୀଙ୍କୁ ପଠାଇଲୁଁ,
3 ଯେପରି କେହି ଏହି ସମସ୍ତ କ୍ଲେଶ ମଧ୍ୟରେ ବିଚଳିତ ନ ହୁଏ | ଆମ୍ଭେମାନେ ଏଥି ନିମନ୍ତେ ନିରୁପିତ ବୋଲି ତୁମ୍ଭେମାନେ ତ ଜାଣ |।
4 କାରଣ ଆମ୍ଭମାନଙ୍କୁ ଯେ କ୍ଲେଶ ଭୋଗ କରିବାକୁ ହେବ, ଏହା ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭମାନଙ୍କୁ ପୁର୍ବରୁ ଥରକୁଥର କହିଥିଲୁଁ, ପୁଣି ସେହିପରି ଘଟିଅଛି, ଆଉ ତୁମ୍ଭେମାନେ ତାହା ଜାଣ |।
5 ଏଥି ନିମନ୍ତେ କାଳେ ପରିକ୍ଷକ ତୁମ୍ଭମାନଙ୍କୁ ପରିକ୍ଷା କରିଥିବ ଓ ଆମ୍ଭମାନଙ୍କ ପରିଶ୍ରମ ବ୍ୟର୍ଥ ହୋଇଥିବ, ଏହା ଆସଙ୍କା କରି ମୁଁ ମଧ୍ୟ ଆଉ ସାହି ନ ପାରିବାରୁ ତୁମ୍ଭମାନଙ୍କ ବିଶ୍ୱାସ ବିଷୟ ଜାଣିବା ପାଇଁ ଲୋକ ପଠାଇଲି |।
6 କିନ୍ତୁ ଏବେ ତୀମୋଥୀ ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କ ନିକଟକୁ ଫେରିଆସି ତୁମ୍ଭମାନଙ୍କ ବିଶ୍ୱାସ ଓ ପ୍ରେମ ସମ୍ବନ୍ଧରେ, ପୁଣି ଆମ୍ଭେମାନେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ଇଛା କରୁଅଛୁଁ, ସେହିପରି ଟୁମ୍ଭେମାନେ ସର୍ବଦା ଆମ୍ଭମାନଙ୍କୁ ସାଦରେ ସ୍ମରଣରେ ରଖି ଯେ ଆମ୍ଭମାନଙ୍କୁ ଦେଖିବାକୁ ଯେ ଇଛା କରୁଅଛ, ଏ ବିଷୟରେ ଆମ୍ଭମାନଙ୍କୁ ଶୁଭ ସମ୍ବାଦ ଦେଇ ଅଛନ୍ତି;
7 ଏଥି ନିମନ୍ତେ, ହେ ଭାଇମାନେ, ତୁମ୍ଭମାନଙ୍କ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଆମ୍ଭମାନଙ୍କ ସମସ୍ତ ସଙ୍କଟ ଓ କ୍ଲେଶ ଭୋଗରେ ତୁମ୍ଭମାନଙ୍କ ବିଷୟରେ ସାନ୍ତନା ପ୍ରାପ୍ତ ହୋଇଅଛୁଁ;
8 କାରଣ ଆମ୍ଭେମାନେ ଏବେ ଜୀବିତ ଯଦି ତୁମ୍ଭେମାନେ ପ୍ରଭୁଙ୍କ ଠାରେ ସୁସ୍ଥିର ହୋଇଥାଅ |।
9 ହଁ କାରଣ ଆମ୍ଭେମାନେ ଏବେ ଜୀବିତ ଯଦି ତୁମ୍ଭେମାନେ ପ୍ରଭୁଙ୍କ ଠାରେ ସୁସ୍ଥିର ହୋଇଥାଅ |।
10 ତୁମ୍ଭମାନଙ୍କ ବିଶ୍ୱାସର ଯାହା କିଛି ଉଣା ଅଛି, ତାହା ସମ୍ପୁର୍ଣ୍ଣ କରିବା ନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଯେପରି ସାକ୍ଷାତ କରିପାରୁଁ, ଏଥିପାଇଁ ଦିବାରାତ୍ର ପ୍ରାର୍ଥନା କରୁଅଛୁଁ |।
11 ଆମ୍ଭମାନଙ୍କ ଈଶ୍ୱର ଓ ପିତା ନିଜେ ଆଉ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଆମ୍ଭମାନଙ୍କ ନିକଟକୁ ଆମ୍ଭମାନଙ୍କ ଆଗମନର ପଥ ସୁଗମ କରନ୍ତୁ;
12 ଆଉ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେପରି ପରସ୍ପର ଓ ସମସ୍ତଙ୍କ ପ୍ରତି ପ୍ରେମରେ ପ୍ରଭୁ ତୁମ୍ଭମାନଙ୍କୁ ଆହୁରି ଅଧିକ ରୁପେ ବଢ଼ାଇ ଦିଅନ୍ତୁ |;
13 ସେ ତୁମ୍ଭମାନଙ୍କ ହୃଦୟ ସୁସ୍ଥିର କରି ରଖନ୍ତୁ, ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଆପଣା ସମସ୍ତ ସାଧୁଙ୍କ ସହିତ ଆଗମନ କରିବା ସମୟରେ ତୁମ୍ଭେମାନେ ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ପବିତ୍ରତାରେ ଅନିନ୍ଦନୀୟ ଦେଖାଯିବ|।