1 ପ୍ରକୃତରେ ସାଧୁମାନଙ୍କ ସେବା ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ ଲେଖିବା ମୋ' ପକ୍ଷରେ ବାହୁଲ୍ୟମାତ୍ର;

2 କାରଣ ମୁଁ ତୁମ୍ଭମାନଙ୍କର ଆଗ୍ରହ ଜାଣେ, ଆଉ ସେସମ୍ବନ୍ଧରେ ମାକିଦନିଆ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କବିଷୟରେ ମୁଁ ଦର୍ପ କରେ ଯେ, ଆଖାୟା ଗତବର୍ଷରୁ ପ୍ରସ୍ତୁତହେଲାଣି, ପୁଣି ତୁମ୍ଭମାନଙ୍କ ଉଦ୍‌ଯୋଗ ସେମାନଙ୍କ ମଧ୍ୟରୁଅଧିକାଂଶ ଲୋକଙ୍କୁ ଉତ୍ସାହିତ କରିଅଛି।

3 ତଥାପି ମୁଁ ଭାଇମାନଙ୍କୁ ପଠାଉଅଛି, ଯେପରି ଏ ସମ୍ବନ୍ଧରେ ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଦର୍ପ ବ୍ୟର୍ଥ ନ ହୁଏ, ପୁଣି ମୋହର କଥାନୁସାରେ ତୁମ୍ଭେମାନେ ପ୍ରସ୍ତୁତ ହୁଅ,

4 କାଳେ ମାକିଦନିଆର କୌଣସି ଲୋକ ଯେବେ ମୋ' ସାଙ୍ଗରେ ଆସି ତୁମ୍ଭମାନଙ୍କୁ ଅପ୍ରସ୍ତୁତ ଦେଖନ୍ତି, ତେବେ(ତୁମ୍ଭମାନଙ୍କ କଥା ତେଣେ ଥାଉ) ଆମ୍ଭେମାନେ ଏହି ଦୃଢ଼ବିଶ୍ୱାସ ବିଷୟରେ ଲଜ୍ଜିତ ହେବା।

5 ଏଣୁ ତୁମ୍ଭମାନଙ୍କର ପୂର୍ବପ୍ରତିଜ୍ଞାତ ଦାନ ଯେପରିକୃପଣତାର ବିଷୟ ନ ହୋଇ ସ୍ୱଚ୍ଛନ୍ଦତାର ବିଷୟ ହୁଏ,ଏଥିନିମନ୍ତେ ପୂର୍ବରୁ ସେହି ଦାନସଂଗ୍ରହର ଆୟୋଜନକରିବାକୁ ଆଗେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁଭାଇମାନଙ୍କୁ ଅନୁରୋଧ କରିବାକୁ ଆବଶ୍ୟକ ମନେ କଲି।

6 କିନ୍ତୁ ଏହା ସତ୍ୟ, ଯେ ଅଳ୍ପ ବୁଣେ, ସେ ମଧ୍ୟ ଅଳ୍ପ କାଟିବ; ଆଉ ଯେ ପ୍ରଚୁର ବୁଣେ, ସେ ମଧ୍ୟ ପ୍ରଚୁର କାଟିବ।

7 ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପକରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବାବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ୱର ହୃଷ୍ଟଚିତ୍ତଦାତାକୁ ଭଲ ପାଆନ୍ତି।

8 ଆଉ, ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ରୂପେ ପାଇତୁମ୍ଭେମାନେ ଯେପରି ସମସ୍ତ ଉତ୍ତମ କର୍ମ ନିମନ୍ତେ ଅଧିକରୁ ଅଧିକତର ଦାନ କରି ପାର, ଏଥିନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ସର୍ବପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁସମର୍ଥ ଅଟନ୍ତି,

9 ଯେପରି ଲେଖାଅଛି, "ସେ ମୁକ୍ତହସ୍ତରେ ବିତରଣକରିଅଛି, ସେ ଦରିଦ୍ରମାନଙ୍କୁ ଦାନ ଦେଇଅଛି, ତାହାରଧାର୍ମିକତା ଚିରକାଳସ୍ଥାୟୀ।''।

10 ଆଉ, ଯେ ବୀଜବପନକାରୀକୁ ବୀଜ ଓ ଭୋଜନନିମନ୍ତେ ଆହାର ଯୋଗାନ୍ତି, ସେ ବୁଣିବା ନିମନ୍ତେତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବଢ଼ାଇବେ, ପୁଣି,ତୁମ୍ଭମାନଙ୍କ ଧାର୍ମିକତାର ଫଳ ବୃଦ୍ଧି କରିବେ;

11 ଏହିପରି ତୁମ୍ଭେମାନେ ସବୁ ବିଷୟରେ ଧନୀ ହୋଇ ସର୍ବପ୍ରକାର ବଦାନ୍ୟତା ଦେଖାଇ ପାରିବ, ଆଉ ତାହା ଆମ୍ଭମାନଙ୍କ ଦ୍ୱାରା ଈଶ୍ୱରଙ୍କ ଧନ୍ୟବାଦର କାରଣ ହେବ।

12 କାରଣ ଏହି ଦାନରୂପ ସେବା ଯେ କେବଳସାଧୁମାନଙ୍କର ଅଭାବ ପୂରଣ କରୁଅଛି, ତାହା ନୁହେଁ, ମାତ୍ର ତଦ୍ଦ୍ୱାରା ମଧ୍ୟ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବହୁ ଧନ୍ୟବାଦଉଛୁଳି ଉଠୁଅଛି,

13 ଅର୍ଥାତ୍‍ ଏହି ସେବାକର୍ମର ପ୍ରମାଣ ପାଇ ଲୋକେତୁମ୍ଭମାନଙ୍କ ସ୍ୱୀକାର କରୁଥିବା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତିବାଧ୍ୟତା, ପୁଣିି ସାଧୁମାନଙ୍କ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କସହଭାଗିତାର ସରଳତା ସକାଶେ ଈଶ୍ୱରଙ୍କ ମହିମା କୀର୍ତ୍ତନକରୁଅଛନ୍ତି,

14 ଆଉ, ତୁମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କ ଅତ୍ୟଧିକ ଅନୁଗ୍ରହ ହେତୁ ସେମାନେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁକରୁ ତୁମ୍ଭମାନଙ୍କ ପ୍ରତି ଅନୁରକ୍ତ ଅଟନ୍ତି।

15 ଈଶ୍ୱରଙ୍କ ଅକଥନୀୟ ଦାନ ନିମନ୍ତେ ତାହାଙ୍କରଧନ୍ୟବାଦ ହେଉ।