1 ଅତଏବ,ହେ ମୋହର ବତ୍ସ,ଖ୍ରୀଷ୍ଟ ଯୀଶୁଙ୍କ ପ୍ରଦତ୍ତ ଅନୁଗ୍ରହରେ ବଳବାନ୍ ହୁଅ,
2 ଆଉ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଯେଉଁ ସବୁ ବାକ୍ୟ ମୋଠାରୁ ଶୁଣିଅଛ,ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ,ଏପରି ବିଶ୍ୱସ୍ତ ଲୋକମାନଙ୍କ ନିକଟରେ ସେହି ସବୁ ଅର୍ପଣ କର |।
3 ଖ୍ରୀଷ୍ଟ ଯୀଶୁଙ୍କରଜଣେ ଉତ୍ତମ ଯୋଦ୍ଧା ପରି ମୋ ସହିତ କ୍ଲେଶ ସହ୍ୟ କର |।
4 କୌଣସି ଲୋକ ସୖେନ୍ୟକାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ,ଯେପରି ସୖେନ୍ୟପଦରେ ନିଯୋଗକର୍ତ୍ତାଙ୍କୁ ସେ ସନ୍ତୁଷ୍ଟ କରି ପାରେ।
5 ଆହୁରି ମଧ୍ୟ ଯଦି ଜଣେ ଲୋକ କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରେ,ସେ ନିୟମାନୁସାରେ ତାହା ନ କଲେ ମୁକୁଟ ପ୍ରାପ୍ତ ହୁଏ ନାହିଁ |।
6 ଯେଉଁ କୃଷକ ପରିଶ୍ରମ କରେ,ସେ ପ୍ରଥମେ ଫଳର ଅଂଶ ପାଇବା ଉଚିତ୍ |।
7 ମୁଁ ଯାହା କହୁଅଛି,ତାହା ବିବେଚନା କର;ପ୍ରଭୁ ସମସ୍ତ ବିଷୟରେ ତୁମ୍ଭକୁ ବୁଦ୍ଧି ଦେବେ |।
8 ମୋ ଦ୍ୱାରା ପ୍ରଚାରିତ ସୁସମାଚାର ଅନୁସାରେ ମୃତ ମାନଙ୍କ ମଧ୍ୟରେୁ ଉତ୍ଥିତ ଓ ଦାଉଦଙ୍କର ବଂଶ ଜାତ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କର।
9 ସେହି ସୁସମାଚାର ସକାସେ ମୁଁ ଅପରାଧୀ ପରି ବନ୍ଧନ ପର୍ଯ୍ୟନ୍ତ କ୍ଲେଶ ଭୋଗ କରୁଅଛି;କିନ୍ତୁ ଈଶ୍ୱଙ୍କ ବାକ୍ୟ ଆବଦ୍ଧ ନୁହେଁ |।
10 ଅତଏବ ମନୋନୀତ ଲୋକମାନେ ମଧ୍ୟ ଯେପରି ଅନନ୍ତ ଗୌରବ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ପ୍ରାପ୍ତ ହୁଅନ୍ତି,ଏଥି ପାଇଁ ମୁଁ ସେମାନଙ୍କ ନିମନ୍ତେ ସମସ୍ତ ବିଷୟ ଧୖେର୍ଯ୍ୟ ଧରି ସହ୍ୟ କରୁଅଛି |।
11 ଏହି ବାକ୍ୟ ବିଶ୍ୱାସ୍ୟ,ତାହାଙ୍କ ସହିତ ମୃତ୍ୟୁ ଭୋଗ କରିଅଛୁ,ତେବେ ତାହାଙ୍କ ସହିତ ମଧ୍ୟ ସଜୀବ ହେବା;
12 ଯଦି ଆମ୍ଭେମାନେ ଧୖେର୍ଯ୍ୟ ଧରି ସହ୍ୟ କରୁ,ତେବେ ତାହାଙ୍କ ସହିତ ମଧ୍ୟ ରାଜତ୍ୱ କରିବା;ଯଦି ଆମ୍ଭେମାନେ ତାହାଙ୍କୁ ଅସ୍ୱିକାର କରୁ,ତେବେ ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ୱିକାର କରିବେ,ଯେବେ ଆମ୍ଭେମାନେ ଅବିଶ୍ୱସ୍ତ ହେଉ।
13 ,ତେବେ ସୁଧା ସେ ସର୍ବଦା ବିଶ୍ୱସ୍ତ,କାରଣ ସେ ଆପଣାକୁ ଅସ୍ୱୀକାର କରି ପାରନ୍ତି ନାହିଁ |।
14 ଏହି ସମସ୍ତ କଥା ସ୍ମରଣ କରାଇ ଶ୍ରୋତାମାନଙ୍କର ଅହିତକର ଓ ବିନାଶଜନକ ବାଗ୍ ଯୁଦ୍ଧ ନ କରିବାକୁ ସେମାନଙ୍କୁ ପ୍ରଭୁଙ୍କ ସାକ୍ଷାତରେ ଦୃଢ଼ରୂପେ ଆଜ୍ଞା ଦିଅ |।
15 ସତ୍ୟ ବାକ୍ୟ ଯଥାର୍ଥରୂପେ ବ୍ୟବହାର କରି,ଯେଉଁ କାର୍ଯ୍ୟକାରୀର ଲଜ୍ଜା ବୋଧ କରିବା ଆବଶ୍ୟକ ନୁହେଁ,ତାହାର ପରି ଈଶ୍ୱରଙ୍କ ନିକଟରେ ଆପଣାକୁ ପରୀକ୍ଷାସିଦ୍ଧ ଦେଖାଇବାକୁ ଯତ୍ନ କର |।
16 କିନ୍ତୁ ଅସାର ବକୁଆପଣରୁ ପୃଥକ୍ ରୁହ;କାରଣ ଯେଉଁମାନେ ସେଥିରେ ଲିପ୍ତ ହେବେ,ସେମାନେ ଅଧର୍ମରେ ଅଧିକ ବୃଦ୍ଧି ପାଇବେ,
17 ଆଉ ସେମାନଙ୍କର କଥା ପଚା ଘା ପରି ଖାଇଯିବ;ସେମାନଙ୍କ ମଧ୍ୟରେ ହୁମନାୟ ଓ ଫୀଲିତ ଅନ୍ୟତମ;
18 ସେମାନେ ପୁନରୁତ୍ଥାନ ହୋଇ ଗଲାଣି ବୋଲି କହି ସତ୍ୟ ଭ୍ରଷ୍ଟ ହୋଇଅଛନ୍ତି,ପୁଣି କେତେକଙ୍କର ବିଶ୍ୱାସ ଓଲଟାଇପକାଉଅଛନ୍ତି |।
19 ତଥାପି ଈଶ୍ୱରଙ୍କ ସ୍ଥାପିତ ସୁଦୃଢ଼ ଭିତ୍ତିମୁଳ ଅଟଳ ରହିଅଛି,ଆଉ ତହିଁ ଉପରେ ଏହା ମୁଦ୍ରାଙ୍କିତ ହୋଇଅଛି,ପ୍ରଭୁ ଆପଣା ଲୋକମାନଙ୍କୁ ଜାଣନ୍ତି,ଆଉ,ଯେକେହି ପ୍ରଭୁଙ୍କର ନାମ ଧରେ,ସେ ଅଧର୍ମରୁ ଦୂରରେ ରହୁ |।
20 ଗୋଟିଏ ବଡ଼ ଘରେ ଯେ କେବଳ ସୁନା ଓ ରୁପାର ପାତ୍ର ଥାଏ,ତାହା ନୁହେ,ମାତ୍ର କାଠ ଓ ମାଟିର ପାତ୍ର ମଧ୍ୟ ଥାଏ;କେତେକ ସମାଦର ଓ କେତେକ ଅନାଦର ନିମନ୍ତେ ଥାଏ |।
21 ଅତଏବ ଯଦି କେହି ସେହିସମସ୍ତଙ୍କଠାରୁ ଆପାଣାକୁ ପରିଷ୍କାର କରେ,ତାହା ହେଲେ ସେ ପବିତ୍ରୀକୃତ,କର୍ତ୍ତାଙ୍କ ବ୍ୟବହାର ପାଇଁ ଉପଯୁକ୍ତ,ପୁଣି ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ,ଏପରି ଏକ ସମାଦରର ପାତ୍ର ହେବ |।
22 କିନ୍ତୁ ତୁମ୍ଭେ ଯୌବନକାଳର ଅଭିଳାଷରୁ ପଳାୟନ କରି,ଯେଉଁମାନେ ଶୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି,ସେମାନଙ୍କ ସହିତ ଧାର୍ମିକତା,ବିଶ୍ୱାସ,ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ |।
23 ନିର୍ବୋଧ ଓ ବିତଣ୍ଡା ବାଦାନୁବାଦ ଯେ ବିରୋଧ ଜନ୍ମାଏ,ଏହା ଜାଣି ସେହିସବୁ ଅଗ୍ରାହ୍ୟ କର |।
24 ପ୍ରଭୁଙ୍କଦାସର ବିରୋଧ କରିବା ଉଚିତ୍ ନୁହେଁ,ମାତ୍ର ସମସ୍ତଙ୍କ ପ୍ରତି କୋମଳ,ଶିକ୍ଷା ଦାନରେ ନିପୁଣ ଓ ସହିଷ୍ଣୁ ହେବା ଏବଂ ବିରୋଧୀମାନଙ୍କୁ ମୃଦୁଭାବରେ ଶାସନ କରିବା ଉଚିତ୍;
25 ତାହା ହେଲେ କେଜାଣି ଈଶ୍ୱର ସେମାନଙ୍କୁ ସତ୍ୟ ସମ୍ବନ୍ଧରେ ଜ୍ଞାନପ୍ରାପ୍ତ ହେବା ପାଇଁ ମନପରିବର୍ତ୍ତନରୂପ ବର ଦେବେ,
26 ଆଉ ଯେଉଁ ଶୟତାନ ସେମାନଙ୍କୁ ତାହାର ଇଚ୍ଛା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି,ସଚେତନ ହୋଇ ତାହାର ଫାନ୍ଦରୁ ମୁକ୍ତ ହେବେ |।