1 ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ,ସମସ୍ତେ ଏକ ସ୍ଥାନରେ ସମବେତ ଥିଲେ |।
2 ଆଉ ପ୍ରବଳବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ଅକସ୍ମାତ୍ ଆକାଶରୁ ଆସି,ଯେଉଁ ଗୃହରେ ସେମାନେ ବସିଥିଲେ,ସେହି ଗୃହର ସର୍ବତ୍ର ବ୍ୟାପିଗଲା,
3 ଆଉ ଅଗ୍ନି ସଦୃଶ ଜିହ୍ୱାା ଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରେ ଅଧିଷ୍ଟିତ ହେଲା |।
4 ସେଥିରେ ସମସ୍ତେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେଲେ,ପୁଣି, ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ,ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ |।
5 ଏହି ସମୟରେ ଆକାଶର ନିମ୍ନସ୍ଥିତ ପ୍ରତ୍ୟେକ ଜାତିରୁ ଆଗତ ହୋଇ ଯିରୁଶାଲମରେ ବାସ କରୁଥିବା ଭକ୍ତ ଯିହୁଦୀମାନେ ସେ ପାଖରେ ଥିଲେ;
6 ଆଉ,ସେହି ଶବ୍ଦ ହୁଅନ୍ତେ,ବହୁ ଜନତା ଏକତ୍ର ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ହତ ବୁଦ୍ଧି ହେଲେ |।
7 ପୁଣି,ସେମାନେ ଆଚମ୍ବିତ ଓ ଚମତ୍କୃତ ହୋଇ କହିବାକୁ ଲାଗିଲେ,ଦେଖ,ଏହି ଯେଉଁ ଲୋକମାନେ କଥା କହୁଛନ୍ତି, ସେମାନେ ସମସ୍ତେ କଣ ଗାଲିଲୀୟ ନୁହନ୍ତି।
8 ତେବେ,ଆମ୍ଭେମାନେ କିପରି ପ୍ରତ୍ୟେକ ଜଣ ଆପଣା ଆପଣା ଜନ୍ମଭୁମିର ଭାଷାରେ କଥା ଶୁଣୁଅଛୁ।
9 ପାର୍ଥିୟ,ମାଦୀୟ ଓ ଏଲାମୀୟ,ପୁଣି ମେସପତାମିଆ,ଯିହୁଦା ଦେଶ ଓ କାପ୍ ପାଦକିୟା,ପନ୍ତ ଓ ଆସିଆ,
10 ଫ୍ରୃଗିଆ ଓ ଫ୍ରଫୁଲିଆ,ମିସର ଓ କୂରୀଣୀ ନିକଟବର୍ତ୍ତୀ ଲିବିଆ ଅଞ୍ଚଳନିବାସୀ ଏବଂ ରୋମରୁ ଆଗତ ଯିହୁଦୀ ଓ ଯିହୁଦୀ ଧର୍ମାମ୍ବଲମ୍ବୀ ପ୍ରବାସୀ,
11 ପୁଣି,କ୍ରୀତିୟ ଓ ଆରବୀୟ ଲୋକ ଯେ ଆମ୍ଭେମାନେ,ଆମ୍ଭେମାନେ ଆପଣା ଆପଣା ଭାଷାରେ ଏମାନଙ୍କୁ ଇଶ୍ୱରଙ୍କ ମହତ୍ ମହତ୍ କର୍ମର କଥା କହିବା ଶୁଣୁଅଛୁ |।
12 ଆଉ,ସମସ୍ତେ ଆଚମ୍ବିତ ଓ ହତବୁଦ୍ଧି ହୋଇ ପରସ୍ପର କହିବାକୁ ଲାଗିଲେ,ଏହାର ଅର୍ଥ କଅଣ।
13 କିନ୍ତୁ ଅନ୍ୟମାନେ ବିଦୃପ କରି କହିଲେ,ଏମାନେ ମିଷ୍ଟ ଦ୍ରାକ୍ଷାରସରେ ମତ୍ତ ହୋଇ ଅଛନ୍ତି |।
14 କିନ୍ତୁ ପିତର ଏକାଦଶଙ୍କ ସହିତ ଠିଆ ହୋଇ ଉଚସ୍ଵରରେ ସେମାନଙ୍କ ନିକଟରେ ବକ୍ତୃତା କରି କହିଲେ,ହେ ଯିହୁଦୀ ଲୋକେ,ଓ ଯିରୁଶାଲେମ ନିବାସୀ ସମସ୍ତେ,ଆପଣମାନେ ଏହା ଜ୍ଞାତ ହେଉନ୍ତୁ ଓ ମୋହର କଥାରେ କର୍ଣ୍ଣପାତ କରନ୍ତୁ |।
15 କାରଣ ଆପଣମାନେ ଯେପରି ମନେ କରୁଅଛନ୍ତି,ଏମାନେ ସେପରି ମାତାଲ୍ ନୁହନ୍ତି,ଯେଣୁ ବର୍ତ୍ତମାନ ସମୟ ସକାଳ ନଅ ଘଣ୍ଟା ମାତ୍ର।
16 କିନ୍ତୁ ଯୋୟେଲ ଭାବାବଦୀଙ୍କ ଦ୍ୱାରା ଯାହା ଉକ୍ତ ଅଛି,ଏ ସେହି ଘଟଣା:
17 ଈଶ୍ୱର କହନ୍ତି,ଶେଷକାଳରେ* ଏ ପରି ଘଟିବ ଯେ,ଅାମ୍ଭେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣ ଆତ୍ମା ବୃଷ୍ଟି କରିବା, ସେଥିରେ ତୁମ୍ଭମାନଙ୍କ ପୁତ୍ରକନ୍ୟାମାନେ ଭାବବାଣୀ କହିବେ,ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ,ପୁଣି ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ୱପ୍ନ ଦେଖିବେ।
18 ହଁ,ସେହି କାଳରେ ଅାମ୍ଭେ ନିଜ ଦାସଦାସୀମାନଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା,ସେଥିରେ ସେମାନେ ଭାବବାଣୀ କହିବେ*।
19 ଅାମ୍ଭେ ଉର୍ଦ୍ଧ୍ୱସ୍ଥ ଆକାଶରେ ନାନା ଅଦ୍ଭୂତ କର୍ମ;ପୁଣୀ ଅଧଃସ୍ଥ ପୃଥିବୀରେ ନାନା ଲକ୍ଷଣ,ରକ୍ତ,ଅଗ୍ନି ଓ ନିବିଡ଼ ଧୂମ ଦେଖାଇବା*।
20 ପ୍ରଭୁଙ୍କର ମହତ୍ ଓ ପ୍ରସିଦ୍ଧ ଦିନର ଆଗମନ ପୂର୍ବରେ ସୂର୍ଯ୍ୟ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତମୟ ହୋଇଯିବ|*।
21 ଆଉ,ଏପରି ଘଟିବ ଯେ,ଯେକେହିଁ ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ,ସେ ପରିତ୍ରାଣ ପାଇବ*|।
22 ହେ ଇସ୍ରାଏଲୀୟ ଲୋକମାନେ,ଏହି ସମସ୍ତ କଥା ଶୁଣନ୍ତୁ | ନାଜରିତିୟ ଯୀଶୁ ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଲକ୍ଷଣ ଦ୍ୱାରା* ଆପଣମାନଙ୍କ ନିକଟରେ ଈଶ୍ୱରଙ୍କ ପ୍ରେରିତ ବ୍ୟକ୍ତି ବୋଲି ପ୍ରମାଣିତ ହୋଇଅଛନ୍ତି,ତାହାଙ୍କ ଦ୍ୱାରା ଈଶ୍ୱର ଯେ ଆପଣାମାନଙ୍କ ମଧ୍ୟରେ ଏହିସମସ୍ତ କର୍ମ କରିଅଛନ୍ତି,ଏହା ଅପଣମାନେ ନିଜେ ଜାଣନ୍ତି;
23 ସେହି ବ୍ୟକ୍ତି ଈଶ୍ୱରଙ୍କ ନିରୂୂପୀତ ସଙ୍କଳ୍ପ ଓ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ*,ଆପଣମାନେ ତାହାଙ୍କୁ ଅଧାର୍ମିମାନଙ୍କ ହସ୍ତ ଦ୍ୱାରା କୃଶାରୋପଣ କରି ବଧ କରିଥିଲେ;
24 କିନ୍ତୁ ଇଶ୍ୱର ମୃତ୍ୟୁର ବନ୍ଧନ ମୁକ୍ତ କରି ତାହାଙ୍କୁ ଉଠାଇଅଛନ୍ତି,କାରଣ ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ରହିବେ,ତାହା ଅସମ୍ଭବ |।
25 ଦାଉଦ ତ ତାହାଙ୍କ ବିଷୟରେ କହନ୍ତି*,ମୁଁ ସର୍ବାଦା ମୋହର ସମୁଖରେ ପ୍ରଭୁଙ୍କୁ ଦର୍ଶନ କରୁଥିଲେ,କାରଣ ମୁଁ ଯେପରି ବିଚଳିତ ନ ହୁଏ,ସେଥିପାଇଁ ସେ ମୋହର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି|।
26 ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ୱା ଉଲ୍ଲସିତ ହେଲା,ଆହୁରି ମୋହର ଶରୀର ମଧ୍ୟ ଭରସାରେ ବସକରିବ,
27 କାରଣ ତୁମ୍ଭେ ମୋହର ପ୍ରାଣକୁ ପତାଳରେ ପରିତ୍ୟାଗ କରିବ ନାହିଁ,କିଅବା ଆପଣା ଭକ୍ତକୂ କ୍ଷୟ ପାଇବାକୁ ଦେବ ନାହିଁ |।
28 ତୁମ୍ଭେ ମୋତେ ଜୀବନର ପଥ ଜ୍ଞାତ କରାଇଅଚ୍ଛ,ତୁମ୍ଭେ ଆପଣା ଛାମୁରେ ମୋତେ ଆନନ୍ଦରେ ପୁର୍ଣ୍ଣ କରିବା |।
29 ହେ ଭାଇମାନେ| ପିତୃକୁଳପତି ଦାଉଦଙ୍କ ବିଷୟରେ ମୁଁ ଆପଣମାନଙ୍କୁ ମୁକ୍ତ କଣ୍ଠ ରେ କହିପାରେ ଯେ,ସେ ମଲେ,ପୁଣି ସମାଧିପ୍ରାପ୍ତ ହେଲେ,ଆଉ ତାଙ୍କର ସମାଧି ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ମଧ୍ୟରେ ଅଛି |।
30 ତଥାପି ସେ ଭାବବାଦୀ ହେବାରୁ ଏବଂ ତାଙ୍କ ଔରସଜାତ ଜଣେ ବ୍ୟକ୍ତିଙ୍କି ଈଶ୍ୱର ଯେ ତାଙ୍କ ସିଂହାସନରେ ବସାଇବାକୁ ତାଙ୍କ ନିକଟରେ ଶପଥ କରି ପ୍ରତିଜ୍ଞା କରିଥିଲେ |।
31 ଏହା ଜାଣିବାରୁ ସେ ଭବିଷ୍ୟଦ୍ ଦର୍ଶନ ଦ୍ୱାରା ଖ୍ରୀଷ୍ଟଙ୍କର ପୁନରୁଥାନ ବିଷୟରେ କହିଥିଲେ,କାରଣ ସେ ପତାଳରେ ପରିତ୍ୟକ୍ତ ହେଲେ ନାହିଁ,କିଅବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ |।
32 ଏହି ଯୀଶୁଙ୍କୁ ଈଶ୍ୱର ଉଠାଇଅଛନ୍ତି,ସେ ବିଷୟରେ ଅମ୍ଭେମାନେ ସାକ୍ଷୀ |।
33 ଅତଏବ,ଈଶ୍ୱରଙ୍କ ଦକ୍ଷିଣ ହସ୍ତ ଦ୍ୱାରା ଉନ୍ନତ ଓ ପିତାଙ୍କଠାରେ ପ୍ରତିଜ୍ଞାତ ପବିତ୍ରଆତ୍ମା ପ୍ରାପ୍ତ ହୋଇ,ଏହି ଯାହା ଆପଣମାନେ ଦେଖୁଛନ୍ତି ଓ ଶୁଣୁଅଛନ୍ତି,ତାହା ସେ ବୃଷ୍ଟି କରିଅଛନ୍ତି |।
34 କାରଣ ଦାଉଦ ସ୍ୱର୍ଗାରୋହଣ କରି ନ ଥିଲେ,କିନ୍ତୁ ସେ ନିଜେ କହନ୍ତି,ପ୍ରଭୁ ମୋହର ପ୍ରଭୂଙ୍କୁ କହିଲେ, |।
35 ଅମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ,ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷଣରେ ବସିଥାଅ*|।
36 ଅତଏବ,ସମସ୍ତ ଇସ୍ରାଏଲକୁଳ ନିଶ୍ଚୟ ଜାଣନ୍ତୁ ଯେ,ଯେଉଁ ଯୀଶୁ ଆପଣମାନେ କ୍ରୁଶରେ ବଧ କଲେ,ତାହାଙ୍କୁ ଈଶ୍ୱର,ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି |।
37 ଏହିକଥା ଶୁଣି ସେମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇ ଗଲା,ପୁଣି ସେମାନେ ପିତର ଓ ଅବଶିଷ୍ଟ ପ୍ରେରିତମାନଙ୍କୁ କହିଲେ,ଭାଇମାନେ,ଆମ୍ଭେମାନେ କଅଣ କରିବା।
38 ତେଣୁ ପିତର ସେମାନଙ୍କୁ କହିଲେ,ଆପଣମାନେ ମନପରିବର୍ତ୍ତନ କରନ୍ତୁ,ଆଉ ନିଜ ନିଜ ପାପକ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ;ତାହାହେଲେ ଆପଣମାନେ ପବିତ୍ରଆତ୍ମାଙ୍କର ଦାନ ପ୍ରାପ୍ତ ହେବେ |।
39 କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ,ଆପଣମାନଙ୍କର ସନ୍ତାନସନ୍ତତିମାନଙ୍କ ନିମନ୍ତେ,ପୁଣି ଦୁରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମ୍ଭମାନଙ୍କ ଈଶ୍ୱର ଆପଣା ନିକଟକୁ ଡାକିବେ,ସେହିସମସ୍ତଙ୍କ ନିମନ୍ତେ |।
40 ପୁଣି,ଅନ୍ୟାନ୍ୟ ଅନେକ କଥା ଦ୍ୱାରା ସେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ସେମାନଙ୍କୁ ଉପଦେଶ ଦେଇ କହିଲେ,ଏହି କୁଟିଳ ବଂଶଠାରୁ ଆପଣ ମାନେ ରକ୍ଷାପ୍ରାପ୍ତ ହେଉନ୍ତୁ|।
41 ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ,ସେମାନେ ବାପ୍ତିଜିତ ହେଲେ,ଆଉ ସେହି ଦିନ ପ୍ରାୟ ତିନି ସହସ୍ର ଲୋକ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ |।
42 ସେମାନେ ପ୍ରେରିତମାନଙ୍କର ଶିକ୍ଷାରେ,ସହଭାଗିତାରେ,ରୋଟୀ ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟ ଚିତ୍ତ ହୋଇ ରହିଲେ |।
43 ଆଉ,ଲୋକସମସ୍ତେ ଭିତ ହେବାକୁ ଲାଗିଲେ;ପ୍ରେରିତ ମାନଙ୍କ ଦ୍ୱାରା ମଧ୍ୟ ଅନେକ ଅନେକ ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧିତ ହେବାକୁ ଲାଗିଲା |।
44 ମାତ୍ର ଯେଉଁମାନେ ବିଶ୍ୱାସ କଲେ,ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲି ଜ୍ଞାନ କରୁଥିଲେ |।
45 ପୁଣି ସେମାନେ ଆପଣା ଆପଣା ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି,ଯାହାର ଯେପରି ପ୍ରୟୋଜନ ସେହି ଅନୁସାରେ ସମସ୍ତଙ୍କୁ ବାଣ୍ଟିଦେବାକୁ ଲାଗିଲେ |।
46 ଆଉ,ସେମାନେ ଏକଚିତ୍ତ ହୋଇ ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ଓ ଘରେ ଘରେ ରୋଟୀ ଭାଙ୍ଗିଲେ ଆନନ୍ଦରେ ଓ ସରଳ ହୃଦୟରେ ଭୋଜନପାନ କରି ଈଶ୍ୱରଙ୍କ ପ୍ରଶଂସା କରୁଥିଲେ |।
47 ଏବଂ ସମସ୍ତ ଲୋକଙ୍କର ପ୍ରିୟପାତ୍ର ହେଉଥିଲେ ପୁଣି,ପ୍ରଭୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କୁ ପ୍ରତିଦିନ ମଣ୍ଡଳୀ ସହିତ ସଂଯୁକ୍ତ କରିବାକୁ ଲାଗିଲେ |।