1 ସେହି ଗଣ୍ଡଗୋଳ ବନ୍ଦ ହେବା ପରେ ଶିଷ୍ୟମାନଂକୁ ଡକାଇ ସେମାନଂକୁ ଉଶ୍ଚାହ ଦେଲେ,ଆଉ ସେମାନକଂଠାରୁ ବିଦାୟ ନେଇ ମାକିଦନିଆକୁ ଯିବା ନିମନ୍ତେ ପ୍ରସ୍ଥାନ କଲେ।

2 ସେହି ସମସ୍ତ ଅଂଚଳ ଦେଇ ଯାତ୍ରା କରି ସେ ଶିଷ୍ୟମାନଙ୍କୁ ବହୁତ ଉସ୍ଚାହ ଦେବା ପରେ ଗ୍ରୀସ୍ କୁ ଆସିଲେ |।

3 ସେ ସେହି ସ୍ଥାନରେ ତିନିମାସ ରହି ଯେତେବେଳେ ଜହାଜରେ ଚଡି ସୁରିଆକୁ ଯିବାକୁ ଚେସ୍ଟିତ ହେଲେ, ସେତେବେଳେ ଜୀହୁଦିମାନେ ବିରୋଧରେ ସଡ଼ଯନ୍ତ୍ର କରିବାରୁ ସେ ମକିଦନିଆ ଦେଇ ବାହୁଡିଯିବାକୁ ନିସ୍ପତି କଲେ |।

4 ଆଉ ପୁରଂକ ପୁଅ ବେରୟନିବାସୀ ସୋପାତ୍ର, ଥେସଲନିକିୟମାନଂକ ମଧ୍ୟରୁ ଆରିସ୍ତାଖ ଓ ସେକୁନ୍ଦ, ଦର୍ବିର ଗାୟ, ତିମଥି, ଆଉ ଆସିଆର ଲୋକମାନକଂ ମଧ୍ୟରୁ ତୁଖିକ ଓ ତ୍ରଫିମ ତାହାଂକ ସଂଗରେ ଯାତ୍ରା କଲେ |।

5 ଏମାନେ ସମସ୍ତେ ପ୍ରଥମରେ ଯାଇ ତ୍ରୟାରେ ଆମ୍ଭମାନଂକ ର ଅପେକ୍ଷା କରୁଥିଲେ |।

6 ଆଉ ଖମିରଶୁନ୍ୟ ରୋଟିର ପର୍ବ ପରେ ଆମ୍ଭେମାନେ ଯାହାଜରେ ଚଡି ଫିଲିପିରୁ ଯାତ୍ରା କଲୁ, ପୁଣି ପାଂଚ ଦିନରେ ଆଉ ପୁରଂକ ପୁଅ ବେରୟନିବାସୀ ସୋପାତ୍ର, ଥେସଲନିକିୟମାନଙ୍କ ମଧ୍ୟରୁ ଆରିସ୍ତାଖ ଓ ସେକୁନ୍ଦ, ଦର୍ବିର ଗାୟ, ତିମଥି, ଆଉ ଆସିଆର ଲୋକମାନଙ୍କ ମଧ୍ୟରୁ ତୁଖିକ ଓ ତ୍ରଫିମ ତାହାଂକ ସଂଗରେ ଯାତ୍ରା କଲେ |ତ୍ରୋୟାରେ ସେମାନଂକ ନିକଟକୁ ଆସିଲୁ; ଆମ୍ଭେମାନେ ସେହି ସ୍ଥାନରେ ସାତ ଦିନ ରହିଲୁ |।

7 ଆମ୍ଭେମାନେ ସପ୍ତାହର ପ୍ରଥମ ଦିନରେ ଯେତେବେଳେ ରୋଟି ଭାଂଗିବାକୁ ଏକତ୍ରିତ ହୋଇଥିଲେ, ପାଉଲ ସେତେବେଳେ ଆରଦିନ ଯିବେ ବୋଲି ଉଦ୍ୟତ ହେଉଥିବାରୁ, ସେମାନଂକୁ ଉପଦେଶ ଦେବାକୁ ଲାଗିଲେ ଓ ମଧ୍ୟରାତ୍ର ଯାଏ ଦୀର୍ଘ ବକ୍ତୃତା କଲେ |।

8 ଯେଉଁ ଉପର କୋଠରୀରେ ଆମ୍ଭେମାନେ ଏକତ୍ର ହୋଇଥିଲୁ, ସେ ସ୍ଥାନରେ ଅନେକ ଦୀପ ଥିଲା |।

9 ଆଉ ଝରକା ଉପରେ ଇହୁତୁକ ନାମରେ ଜଣେ ଯୁବା ଲୋକ ବସିଥିଲା, ତାହାକୁ ଭାରୀ ନିଦ ଲାଗୁଥିଲା; ପୁଣି ପାଉଲ ଆହୁରି ଦୀର୍ଘ ଉପଦେଶ କରିବାରୁ ସେ ନିଦ୍ରା ମଗ୍ନ ହୋଇ ତୃତୀୟ ମହଲାରୁ ତଳେ ପଡିଗଲା, ଆଉ ତାହାକୁ ଉଠାଇଲା ବେଳକୁ, ସେ ମୃତ ବୋଲି ଜଣାଗଲା |।

10 ପାଉଲ ସେଥିରେ ତଳକୁ ଓହ୍ଲାଇଆସି ତାହା ଉପରେ ପଡି ତାହାକୁ ଆଲିଂଗନ କରି କହିଲେ, କୋଳାହଳ କର ନାହି, କାରଣ ଏହାଠାରେ ଜୀବନ ଅଛି |।

11 ସେ ପରେ ଉପରକୁ ଯାଇ ରୋଟୀ ଭାଂଗି ଭୋଜନ କଲେ, ପୁଣି ସେମାନଂକ ସହିତ ପ୍ରଭାତ ହେବା ପର୍ଯ୍ୟନ୍ତ ବହୁତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ |।

12 ଆଉ ସେମାନେ ସେହି ବାଳକକୁ ଆଣି ଅତ୍ୟନ୍ତ ଆଶ୍ପାସ ପାଇଲେ |।

13 କିନ୍ତୁ ଆମ୍ଭେମାନେ ଆଗେ ଯାହାଜରେ ଚଡି ଆସସକୁ ଯାତ୍ରା କଲୁ, ସେଠାରୁ ପାଉଲକୁ ନେଇ ଯିବା ପାଇଁ ମନେ କରିଥିଲୁ, କାରଣ ସ୍ଥଳ ପଥରେ ଯିବାପାଇଁ ସେ ନିଜେ ଇଛା କରି ସେପ୍ରକାର ସ୍ଥିର କରିଥିଲେ |।

14 ଯେତେବେଳେ ସେ ଆମ୍ଭମାନ୍ଂକୁ ଆସସ୍ ରେ ଭେଟିଲେ, ଆମ୍ଭେମାନେ ତାହାଂକୁ ଘେନି ମିତୁଲୀନୀକୁ ଆସିଲୁ,

15 ଆଉ ସେହି ସ୍ଥାନରୁ ଜାହଜ ଫିଟାଇ ଆମ୍ଭେମାନେ ପରଦିନ ଖୀଅ ସମ୍ମୁଖରେ ଉପସ୍ଥିତ ହେଲୁ, ଦିତୀୟ ଦିନରେ ଜାହାଜ ସାମରେ ଲଗାଇଲୁ ଓ ଆରଦିନ ମିଲିତରେ ପହଂଚିଲୁ |।

16 କାରଣ ପାଉଲଂକୁ ଆସିଆରେ ଯେପରି ସମୟ କ୍ଷେପଣ କରିବାକୁ ନ ପଡେ, ଏଥିପାଇଁ ସେ ଏଫିସ ଛାଡ଼ି ଯାତ୍ରା କରିବାକୁ ସ୍ଥିର କରିଥିଲେ, ଯେଣୁ ସମ୍ଭବ ହେଲେ ପେଣ୍ଟିକସ୍ଟ୍ ଦିନରେ ଜେରୁସାଲେମରେ ଉପସ୍ଥିତ ହେବା ପାଇଁ ସେ ଚନ୍ଚଳ ହେଉଥିଲେ |।

17 ମୀଲୀତରୁ ସେ ଏଫିସକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚୀନମାନଙ୍କୁ ଆପଣା ନିକଟକୁ ଡକାଇ ଆଣିଲେ |।

18 ସେମାନେ ତାହାଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ସେ ସେମାନଙ୍କୁ କହିଲେ, ଆସିଆରେ ପଦାର୍ପଣ କରିବାର ପ୍ରଥମ ଦିନଠାରୁ ମୁ ସମସ୍ତ ସମୟ ତୁମ୍ଭମାନଙ୍କ ମଧ୍ୟରେ କିପରି ଆଚରଣ କଲି,

19 ଅଶୃପାତ ସହିତ ସମ୍ପୁର୍ଣ ନମ୍ର ମନରେ ଯିହୁଦୀମାନଙ୍କର ନାନା ସଡ଼ଯନ୍ତ୍ର ହେତୁ, ମୋତେ ଯେ ଯେ ପରୀକ୍ଷା ଘଟୁଥିଲା, ସେହିସବୁ ମଧ୍ୟରେ କିପରି ପ୍ରଭୁଙ୍କ ସେବା କରୁଥିଲି,

20 କିପରି କୌଣସି ହିତକର ବିଷୟ ତୁମ୍ଭମାନଙ୍କ ପାଖରେ ଜଣାଇବାକୁ ପୁଣି ପ୍ରକାଶରେ ଓ ଘରେ ଘରେ ତୁମ୍ଭମାନଙ୍କୁ।

21 ଶିକ୍ଷା ଦେବାକୁ ସଙ୍କୁଚିତ ନ ହୋଇ ଇଶ୍ବରଙ୍କ ପ୍ରତି ମନପରିବର୍ତନ ପୁଣି ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ପ୍ରତି ବିଶ୍ପାସ ବିଷୟରେ ଯିହୁଦୀ ଓ ଗ୍ରୀକ୍ ମାନଙ୍କ ପାଖରେ ସାକ୍ଷ ଦେଉଥିଲି,ତାହା ତୁମ୍ଭେମାନେ ଜାଣ |।

22 ଏବେ ଦେଖ, ମୁଁ ଆତ୍ମାରେ ପ୍ରେରଣା ପାଇ ଜିରୁସାଲେମକୁ ଯାଉଅଛି, ସେ ସ୍ଥାନରେ ମୋ ପ୍ରତି କଣସବୁ ଘଟିବ, ତାହା ମୁଁ ଜାଣେ ନାହିଁ;

23 ମୋ ପାଇଁ ଯେ ବନ୍ଧନ ଓ କ୍ଲେଶ ରହିଅଛି, କେବଳ ଏତିକି ଜାଣେ, ଏହା ପବିତ୍ର ଆତ୍ମା ନଗରେ ନଗରେ ସାକ୍ଷ ଦେଉଅଛନ୍ତି।

24 କିନ୍ତୁ ମୁଁ ଯେପରି ମୋହର ନିରୁପିତ ପଥର ଶେଷ ଯାଏ ଦୌଡି ପାରେ, ଆଉ ଇଶ୍ବରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ ଦେବା ନିମନ୍ତେ ଯୀଶୁଙ୍କଠାରୁ ଯେଉଁ ସେବାର କାର୍ଯ୍ୟ ପାଇଅଛି, ତାହା ଯେପରି ସମ୍ପୁର୍ଣ କରି ପାରେ, ଏଥିପାଇଁ ମୁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ନଗନ୍ୟ ମନେ କରୁଅଛି |।

25 ପୁଣି ଏବେ ଦେଖ, ଯେଉଁମାନଙ୍କ ମଧ୍ୟରେ ମୁଁ ଇଶ୍ବରଙ୍କ ରାଜ୍ୟ ଘୋଷଣା କରୁ କରୁ ଭ୍ରମଣ କଲି, ଏପରି ଯେ ତୁମ୍ଭେମାନେ ସମସ୍ତେ, ଆଉ ମୋହର ମୁଖ ଧେକିବ ନାହିଁ ବୋଲି ମୁଁ ଜାଣେ |।

26 ଏହେତୁରୁ ମୁଁ ଯେ ପ୍ରତ୍ୟେକଙ୍କ ରକ୍ତର ଦାୟିତ୍ବରୁ ମୁକ୍ତ, ମୁଁ ଆଜି ଏହି ସାକ୍ଷ ତୁମ୍ଭମାନଙ୍କୁ ଦେଉଅଛି |।

27 ମୁଁ ଇଶ୍ବରଙ୍କ ସଙ୍କଲ୍ପ ତୁମ୍ଭମାନଙ୍କୁ ଜଣାଇବାକୁ ପଛେଇ ଯାଇ ନଥିଲି |।

28 ତୁମ୍ଭେମାନେ ନିଜ ନିଜ ବିଷୟରେ, ଆଉ ଯେଉଁ ମଣ୍ଡଳିକୁ ଇଶ୍ବର ଆପଣା ନିଜ ରକ୍ତରେ କିଣିଛନ୍ତି, ତାହଙ୍କର ସେହି ମଣ୍ଡଳୀକୁ ପ୍ରତିପାଳନ କରିବା ନିମନ୍ତେ, ପବିତ୍ର ଆତ୍ମା ଯେ ତୁମଭାମାନଙ୍କୁ ସମସ୍ତ ପଲମଧ୍ୟରେ ଅଧ୍ୟକ୍ଷ ସ୍ବରୁପ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ |।

29 ମୋହର ପ୍ରସ୍ଥାନ ପରେ ତୁରନ୍ତ ବାଘଗୁଡାକ ଯେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରି ପଲ ପ୍ରତି ଦୟାହିନ ବ୍ୟବହାର କରିବେ,

30 ପୁଣି ଲୋକେ ତୁମ୍ଭମାନଙ୍କ ମଧ୍ୟରୁ ସୁଦ୍ଧା ଉଠି ଶିସ୍ୟମାନଙ୍କୁ ଆପଣାମାନଙ୍କ ପଛରେ ଟାଣିନେବା ପାଇଁ ବିପରିତ କଥାଗୁଡାକ କହିବେ, ଏହା ମୁ ଜାଣେ |।

31 ଅତଏବ ତୁମ୍ଭେମାନେ ଜାଗି ରୁହ, ଆଉ ମୁଁ ତିନି ବର୍ସ ପର୍ଯ୍ୟନ୍ତ ଦିବାରାତ୍ର ଲୋତକ ସହିତ ପ୍ରତ୍ୟକ ଜଣକୁ ଚେତନା ଦେବାକୁ ଯେ କ୍ଷାନ୍ତ ହୋଇ ନଥିଲି, ଏହା ସ୍ମରଣ କର |।

32 ମୁଁ ଏବେ ତୁମଭାମାନଙ୍କୁ ପ୍ରଭୁଙ୍କଠାରେ ଓ ତାହାଙ୍କ ଅନୁଗ୍ରହର ବାକ୍ୟ ନିକଟରେ ସମର୍ପଣ କରୁଅଛି, ସେ ତୁମ୍ଭଭାମାନଙ୍କୁ ନିଷ୍ଟାବାନ୍ କରିବା ନିମନ୍ତେ ଓ ପବିତ୍ରିକୃତ ସମସ୍ଥଙ୍କ ମଧ୍ୟରେ ଅଧିକାର ଦେବାନିମନ୍ତେ ସମର୍ଥ ଅଟନ୍ତି |।

33 କାହାରି ରୁପା କି ସୁନା କି ବସ୍ତ୍ର ଲୋଭ କରି ନ ଥିଲି |।

34 ଏହି ହାତ ଦୁଇଟି ଯେ ମୋହର ଓ ମୋ ସଙ୍ଗିମାନଙ୍କର ଅଭାବ ପୁରଣ ନିମନ୍ତେ ସେବା କରି ଆସୁଛି, ନିଜେ ଏହା ତୁମ୍ଭେମାନେ ଜାଣ |।

35 ଏହି ପ୍ରକାରେ ପରିଶ୍ରମ କରି ଦୁର୍ବଳ ମାନଙ୍କୁ ସାହାଯ୍ୟ କରିବା, ପୁଣି " ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅତିଉତ୍ତମ ", ଏହି ଯେଉଁ କଥା ପ୍ରଭୁ ଯୀଶୁ ସ୍ବୟଂ କହିଅଛନ୍ତି, ତାହା ସ୍ମରଣ କରିବା ତୁମ୍ଭଭାମାନଙ୍କର ଯେ ଉଚିତ୍, ଏହି ସମସ୍ତ ବିଷୟରେ ମୁଁ ତୁମ୍ଭଭାମାନଙ୍କୁ ଦୃଷ୍ଟାନ୍ତ ଦେଖାଇ ଅଛି |।

36 ଏହି ସବୁ କଥା କହିଲା ପରେ, ସେ ଜାନୁପାତି ସେସମସ୍ତଙ୍କ ସହିତ ପ୍ରାର୍ଥନା କଲେ, |।

37 ଆଉ ସେମାନେ ଅତ୍ୟନ୍ତ ରୋଦନ କରି ପାଉଲଙ୍କ ଗଳା ଧରି ତାହାଙ୍କୁ ଚୁମ୍ବନ କରିବାକୁ ଲାଗିଲେ,

38 ସେମାନେ ତାହାଙ୍କ ମୁଖ ପୁଣି ଆଉଥରେ ଦେଖିବେ ନାହି ବୋଲି ପାଉଲ ଯେ କଥା କହିଥିଲେ, ସେଥିପାଇଁ ବିଶେଷରୁପେ ଦୁଃଖ କଲେ | ପରେ ସେମାନେ ତାହାଙ୍କୁ ଜାହଜ ପର୍ଯ୍ୟନ୍ତ ଘେନିଗଲେ |।