1 ପୁଣି ପାଉଲ ମହାସଭା ପ୍ରତି ସ୍ଥିର ଦୃଷ୍ଟି ରେ ଚାହିଁ କହିଲେ, ଭ୍ରାତ୍ରୁବୃନ୍ଦ, ମୁଁ ଏହି ଦିନ ପର୍ଯ୍ୟନ୍ତ ସମ୍ପୁର୍ଣ ସୁବିବେକରେ ଇଶ୍ବରଙ୍କ ସାକ୍ଷାତରେ ଆଚାରବ୍ୟବହାର କରି ଆସିଅଛି |।
2 ସେଥିରେ ମହାଯାଜକ ହାନାନ ତାହାଙ୍କ ପାଖରେ ଠିଆହୋଇଥିବା ଲୋକମାନଙ୍କୁ ତାହାଙ୍କ ମୁଖରେ ଆଘାତ କରିବା ପାଇଁ ଆଜ୍ଞା ଦେଲେ |।
3 ସେତେବେଳେ ପାଉଲ ତାହାଙ୍କୁ କହିଲେ, ହେ ଧଳା ରଙ୍ଗ ଲଗାହୋଇଥିବା କାନ୍ଥ (ପ୍ରାଚୀର ), ଇଶ୍ବର ତୁମ୍ଭକୁ ଆଘାତ କରିବେ, ତୁମ୍ଭେ ଏକାବେଳେ ବ୍ୟବସ୍ଥା ଅନୁସାରେ ମୋହର ବିଚାର କରିବାକୁ ବସି ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ କରିବା ପାଇଁ କି ଆଜ୍ଞା ଦେଉଅଛ।
4 ସେଥିରେ ନିକଟରେ ଠିଆ ହୋଇଥିବା ଲୋକମାନେ କହିଲେ, ତୁ କି ଇଶ୍ବରଙ୍କ ମହାଜାଯକଙ୍କୁ ନିନ୍ଦା କରୁଅଛୁ।
5 ପୁଣି ପାଉଲ କହିଲେ, ଭ୍ରାତ୍ରୁବୃନ୍ଦ, ସେ ମହାଯାଜକ ବୋଲି ମୁଁ ଜାଣି ନ ଥିଲି; କାରଣ ଲିଖିତ ଅଛି, ତୁମ୍ଭେ ନିଜ ଲୋକମାନଙ୍କ ଅଧ୍ୟକ୍ଷଙ୍କୁ ଅଭିଶାପ ଦେବ ନାହିଁ |।
6 ପାଉଲ ଏକ ଭାଗ ସାଦ୍ଧୁକୀ ଆଉ ଅପର ଭାଗ ଫାରୁସୀ ବୋଲି ଜାଣି ମହାସଭାରେ ଉଛ ଶ୍ବରରେ କହିଲେ, ଭ୍ରାତ୍ରୁବୃନ୍ଦ, ମୁଁ ଜଣେ ଫାରୁସୀ ଓ ଫାରୁଶୀର ପୁତ୍ର; ପୁଣି ଏହି ଭରଷା, ଅର୍ଥାତ୍ ମୃତମାନଙ୍କ ପୁନରୁର୍ଥାନ ସମ୍ବନ୍ଧରେ ମୁଁ ବିଚାରିତ ହେଉଅଛି |।
7 ସେ ଏହି କଥା କହିବାରୁ ଫାରୁଶୀ ଓ ସାଦ୍ଧୁକୀମାନଙ୍କ ମଧ୍ୟରେ ବିବାଦ, ଓ ସଭାରେ ଦଳଭେଦ ଘଟିଲା |।
8 କାରଣ ସାଦ୍ଧୁକୀମାନେ ପୁନରୁର୍ଥାନ୍, ଦୁତ ଅବା ଆତ୍ମା ନାହାନ୍ତି ବୋଲି କରନ୍ତି, କିନ୍ତୁ ଫାରୁସିମାନେ ଉଭୟ ସ୍ପିକାର କରନ୍ତି |।
9 ଏଥିରେ ମହା କୋଳାହଳ ଘଟିଲା, ଆଉ ଫରୁସିମାନଙ୍କ ଦଳର କେତେକ ଶାସ୍ତ୍ରୀ ଉଠି ବଗଜୁଦ୍ଧ କରି କହିଲେ, ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ଦେଖୁ ନାହୁ, କେଜାଣି କୌଣସି ଆତ୍ମା କିମ୍ବା ଦୁତ ତାହା ସାଙ୍ଗରେ କଥା କହି ଅଛନ୍ତି | ଏହି ପ୍ରକାରେ ମହା ବିବାଦ ଘଟନ୍ତେ, କାଳେ ପାଉଲ ସେମାନଙ୍କ ଦ୍ବାରା ଖଣ୍ଡବିଖଣ୍ଡ ହୁଅନ୍ତି, ଏହି ଉଭୟ ସହସ୍ରସେନାପତି ସେମାନଙ୍କୁ ମଧ୍ୟରୁ ତାହାଙ୍କୁ ବଳ ପୁର୍ବକ ଗଡ ଭିତରକୁ ନେଇ ଆସିବା ପାଇଁ ସୈନ୍ୟମାନଙ୍କୁ ଯିବାକୁ ଆଦେଶ ଦେଲେ | ପରରାତ୍ରରେ ପ୍ରଭୁ ତାହାଙ୍କ ପାଖରେ ଠିଆ ହୋଇ କହିଲେ, ସାହସ ଧର, କାରଣ ତୁମ୍ଭେ ଯେପରି ଆମ୍ଭ ବିଷୟରେ ସାକ୍ଷ ଦେଇଅଛ, ସେହିପରି ତୁମକୁ ରୋମରେ ମଧ୍ୟ ସାକ୍ଷା ଦେବାକୁ ହେବ | ଦିନ ହୁଅନ୍ତେ।
10 ଏହି ପ୍ରକାରେ ମହା ବିବାଦ ଘଟନ୍ତେ, କାଳେ ପାଉଲ ସେମାନଙ୍କ ଦ୍ବାରା ଖଣ୍ଡବିଖଣ୍ଡ ହୁଅନ୍ତି, ଏହି ଉଭୟ ସହସ୍ରସେନାପତି ସେମାନଙ୍କୁ ମଧ୍ୟରୁ ତାହାଙ୍କୁ ବଳ ପୁର୍ବକ ଗଡ ଭିତରକୁ ନେଇ ଆସିବା ପାଇଁ ସୈନ୍ୟମାନଙ୍କୁ ଯିବାକୁ ଆଦେଶ ଦେଲେ |।
11 ଏହି ପ୍ରକାରେ ମହା ବିବାଦ ଘଟନ୍ତେ, କାଳେ ପାଉଲ ସେମାନଙ୍କ ଦ୍ବାରା ଖଣ୍ଡବିଖଣ୍ଡ ହୁଅନ୍ତି, ଏହି ଉଭୟ ସହସ୍ରସେନାପତି ସେମାନଙ୍କୁ ମଧ୍ୟରୁ ତାହାଙ୍କୁ ବଳ ପୁର୍ବକ ଗଡ ଭିତରକୁ ନେଇ ଆସିବା ପାଇଁ ସୈନ୍ୟମାନଙ୍କୁ ଯିବାକୁ ଆଦେଶ ଦେଲେ |।
12 ଦିନ ହୁଅନ୍ତେ ଯିହୁଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ, ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି,ଶପଥରେ ନିଜ ନିଜକୁ ଆବଦ୍ଧ କଲେ |।
13 ଏହି ଷଡ଼ଯନ୍ତ୍ର କରିଥିବା ଲୋକମାନେ, ଚାଳିଶ ଜଣରୁ ଅଧିକ ଥିଲେ |।
14 ସେମାନେ ପ୍ରଧାନ ଯାଜକ ଓ ପ୍ରାଚିନମାନଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାଉଲଙ୍କ ବଧ ନ କରିବା ପର୍ଯ୍ୟନ୍ତ କିଛି ଖାଇବୁ ନାହି ବୋଲି ନିଜ ନିଜକୁ ଦୃଡ଼ ସପଥରେ ଆବଦ୍ଧ କରିଅଛୁ |।
15 ଅତଏବ ଆପଣମାନେ ଅଧିକ ସୂଖ୍ମରୂପେ ତାହାର ବିଚାର କରିବାକୁ ଇଛା କରୁଅଛନ୍ତି ବୋଲି ଛଳନା କରି ତାହାକୁ ଆପଣମାନଙ୍ କ ନିକଟକୁ ଆଣିବାନିମନ୍ତେ ଏବେ ମହାସଭା ସହିତ ସହସ୍ର ସେନାପତିଙ୍କୁ ନିବେଦନ କରନ୍ତୁ | ସେ ଆପଣମାନଙ୍କ ନିକଟକୁ ଆସିବା ପୁର୍ବେ ଆମ୍ଭେମାନେ ତାହାକୁ ବଧ କରିବାକୁ ପ୍ରସ୍ତୁତ ଅଛୁ |।
16 କିନ୍ତୁ ପାଉଲଙ୍କ ଭଣଜା ସେମାନଙ୍କର ଛକି ରହିବା କଥା ଶୁଣି ଆସି ଗଡ ମଧ୍ୟରେ ପ୍ରବେଶ କରି ପାଉଲଙ୍କୁ ଜଣାଇଲା |।
17 ସେଥିରେ ପାଉଲ ଜଣେ ସତସେନାପତିଙ୍କୁ ଡାକି କହିଲେ, ଏହି ଯୁବାଙ୍କୁ ସହସ୍ରସେନାପତିଙ୍କ ନିକଟକୁ ନେଇ ଯାଆନ୍ତୁ, କାରଣ ତାହାଙ୍କୁ ଜଣାଇବା ନିମନ୍ତେ ଏହାର କିଛି କଥା ଅଛି |।
18 ତେଣୁ ସେ ତାହାଙ୍କୁ ସହସ୍ରସେନାପତିଙ୍କ ନିକଟକୁ ନେଇଯାଇ କହିଲେ, ବନ୍ଦୀ ପାଉଲ ଆପଣା ନିକଟକୁ ମୋତେ ଡାକି ଆପଣଙ୍କ ପାଖକୁ ଏହି ଯୁବାକୁ ନେଇ ଆସିବା ପାଇଁ ଅନୁରୋଧ କଲା, ଆପଣଙ୍କୁ କହିବା ନିମନ୍ତେ ଏହାର କିଛି କଥା ଅଛି |।
19 ସହସ୍ରସେନାପତି ତାହାକୁ ହାତ ଧରି ତାହାକୁ ନିର୍ଜନକୁ ନେଇଯାଇ ପଚାରିଲେ, ମୋତେ ଜଣାଇବା ନିମନ୍ତେ ତୁମ୍ଭର କଅଣ ଅଛି?
20 ସେ କହିଲା, ପାଉଲଙ୍କ ବିଷୟରେ ଅଧିକ ସୁଖ୍ମରୁପେ ଅନୁସନ୍ଧାନ କରିବା ଛଳରେ ଜିହୁଦୀମାନେ ତାହାଙ୍କୁ କାଲି ମହାସଭା ନିକଟକୁ ଆଣିବା ନିମନ୍ତେ ଆପଣଙ୍କୁ ଅନୁରୋଧ କରିବା ପାଇଁ ଏକମତ ହୋଇଅଛନ୍ତି |।
21 ଏଣୁ ଆପଣ ସେମାନଙ୍କ କଥାରେ ସମ୍ମତ ହେବେ ନାହି, କାରଣ ତାହାଙ୍କୁ ବଧ ନ କରିବା ଯାଏ ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି ନିଜ ନିଜକୁ ଶପଥରେ ଆବଦ୍ଧ କରି ଚାଳିଶ ଜଣରୁ ଅଧିକ ଲୋକ ତାହାଙ୍କୁ ଛକି ରହିଅଛନ୍ତି, ଆଉ ଏବେ ସେମାନେ ଆପଣଙ୍କଠାରୁ ଅନୁମତି ପାଇବା ନିମନ୍ତେ ଅପେକ୍ଷା କରି ପ୍ରସ୍ତୁତ ହୋଇ ରହିଅଛନ୍ତି |।
22 ସେଥିରେ ସହସ୍ରସେନାପତି ସେହି ଯୁବାକୁ ବିଦାୟ ଦେଇ ତାହାକୁ ଆଦେଶ କଲେ, ତୁମ୍ଭେ ଯେ ଏହି ସମସ୍ତ କଥା ମୋତେ ଜଣାଇଅଛ, ତାହା କାହାକୁ କହିବ ନାହିଁ |।
23 ପରେ ସେ ଦୁଇ ଜଣ ଶତସେନାପତିଙ୍କି ଡାକି କହିଲେ, କଇସରିଆ ପର୍ଯ୍ୟନ୍ତ ଯିବା ନିମନ୍ତେ ରାତ୍ର ତିନି ଘଟିକା ସମୟରେ ଦୁଇ ଶହ ସୈନ୍ୟ, ସତୁରି ଜଣ ଅଶ୍ଵାରୋହୀ ଓ ଦୁଇ ସହ ବର୍ଛାଧାରୀଙ୍କୁ ପ୍ରସ୍ତୁତ କର |।
24 ପୁଣି ସେମାନେ ଯେପରି ପାଉଲଙ୍କୁ ବାହନ ଉପରେ ବସାଇ ଶାସନକର୍ତା ଫେଲୀକ୍ସଙ୍କ ନିକଟକୁ ନିରାପଦରେ ନେଇଯଆନ୍ତି, ଏଥିପାଇଁ ତାହା ଆୟୋଜନ କରିବା ନିମନ୍ତେ ସେ ଆଦେଶ ଦେଲେ |।
25 ଆଉ ସେ ଏହି ପ୍ରକାରେ ଗୋଟିଏ ଚିଠି ଲେଖିଲେ,
26 ମହାମହିମ ଶାସନକର୍ତା ଫେଲିକ୍ସଙ୍କୁ କ୍ଲାଉଦିଅ ଲୂସିୟାଙ୍କର ନମସ୍କାର |।
27 ଯିହୁଦୀମାନେ ଏହି ଲୋକକୁ ଧରି ବଧ କରିବାକୁ ଯାଉଥିଵା ସମୟରେ ମୁଁ ସୈନ୍ୟମାନଙ୍କ ସହିତ ଯାଇ ସେ ଜଣେ ରୋମିୟ ବୋଲି ଜ୍ଞାତ ହୋଇ ଏହାକୁ ଉଦ୍ଧାର କଲି |।
28 କେଉଁ କାରଣରୁ ସେମାନେ ଏହାର ବିରୁଦ୍ଧରେ ଦୋଷାରୋପ କରୁଅଛନ୍ତି, ତାହା ଜାଣିବାକୁ ଇଛା କରି ମୁଁ ଏହାକୁ ସେମାନଙ୍କର ମହାସଭା ନିକଟକୁ ନେଇଗଲି |।
29 ପ୍ରାଣଦଣ୍ଡ ବା ବନ୍ଧନ ଯୋଗ୍ୟ କୌଣସି ବିଷୟ ଏହାର ବିରୁଦ୍ଧରେ ଅଭିଯୋଗ କର ନ ଯାଇ ସେମାନଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ ବିଷୟରେ ଅଭିଯୋଗ କରାଯାଉଅଛି ବୋଲି ମୁଁ ବୁଝିଲି |।
30 ଏହି ଲୋକ ବିରୋଦ୍ଧରେ ଶଡଯନ୍ତ୍ର ହେବ ବୋଲି ମୋତେ ଖବର ଦିଆଯିବାରୁ ମୁଁ ଏହାକୁ ଅବିଳମ୍ବରେ ଆପଣଙ୍କ ସମ୍ମୁଖରେ ଏହା ବିରୁଦ୍ଧରେ ସାକ୍ଷ ଦେବାକୁ ଆଦେଶ ଦେଲି |।
31 ସେଥିରେ ସୈନ୍ୟମାନେ ପ୍ରାପ୍ତ ଆଦେଶନୁସାରେ ପାଉଲଙ୍କୁ ନେଇ ରାତ୍ରୀକାଳରେ ତାହାଙ୍କୁ ଆନ୍ତିପାତ୍ରୀକୁ ଆଣିଲେ |।
32 ପରଦିନ ସେମାନେ ଅଶ୍ପାରୋହୀମାନଙ୍କୁ ତାହାଙ୍କ ସାଙ୍ଗରେ ଯିବା ପାଇଁ ଛାଡିଦେଇ ଗଡକୁ ଫେରି ଗଲେ |।
33 ପରେ ଅଶ୍ପାରୋହୀମାନେ କଇଶରିଆକୁ ଆସି ଶସନକର୍ତାଙ୍କ ଚିଠି ଦେଲେ, ପୁଣି ପାଉଲଙ୍କୁ ମଧ୍ୟ ତାହାଙ୍କ ଛାମୁରେ ଉପସ୍ଥିତ କଲେ |।
34 ସେ ଚିଠିଟି ପଡିଲା ଉତାରେ, ସେ କେଉଁ ପ୍ରଦେଶର ଲୋକ ବୋଲି ପଚାରିଲେ; ପୁଣି ସେ ଯେ କିଲିକିଆର ଲୋକ, ଏହା ଜାଣି ସେ କହିଲେ,
35 ତୁମ୍ଭର ଅଭିଯୋଗକାରୀମାନେ ମଧ୍ୟ ଉପସ୍ଥିତ ହେଲେ ଆମ୍ଭେ ତୁମ୍ଭର କଥା ଶୁଣିବା | ଆଉ ସେ ହେରୋଦଙ୍କ ପ୍ରସାଦରେ ତାହାଙ୍କୁ ରଖିବା ନିମନ୍ତେ ଅଜ୍ଞା ଦେଲେ |।