1 ଶାଉଲ ତାହାଙ୍କ ପ୍ରଣନାଶରେ ସମ୍ମତ ଥିଲେ |ସେହି ଦିନ ଯିରୁଶାଲମରେ ଥିବା ମଣ୍ଡଳୀ ପ୍ରତି ଅତିଶୟ ତାଡ଼ନା ଘଟିଲ;ସେଥିରେ ପ୍ରେରିତମାନଙ୍କ ଛଡ଼ା ଅନ୍ୟସମସ୍ତେ ଯିହୂଦା ପ୍ରଦେଶ ଓ ଶମିରୋଣ ଅଞ୍ଚଳ ସମୁହର ଚାରିଆଡ଼େ ଚିନ୍ନଭିନ୍ନ ହୋଇଗଲେ |।

2 ତଥାପି କେତକ ଜଣ ଭକ୍ତ ଲୋକ ସ୍ତିଫାନଙ୍କୁ ସମାଧି ଦେଇ ତାହାଙ୍କ ନିମନ୍ତେ ବହୁତ ବିଳାପ କଲେ |।

3 କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ଟାଣିଆଣି କାରାଗାରରେ ସମର୍ପଣ କରି ମଣ୍ଡଳୀକୁ ଉଚ୍ଚିନ୍ନ କରିବାକୁ ଲାଗିଲେ |।

4 ସେଥିରେ ଯେଉଁମାନେ ଛିନ୍ନଭିନ୍ନ ହୋଇଥିଲେ,ସେମାନେ ଚତୁର୍ଦ୍ଧିଗରେ ଭ୍ରମଣ କରୁଁ କରୁଁ ସୁସମାଚାରର ବାକ୍ୟ ପ୍ରଚାର କଲେ |।

5 ପୁଣି ଫିଲିପପ୍ ଶମିରୋଣର ପ୍ରଧାନ ନଗରକୁ ଯାଇ ଲୋକମାନଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ଘୋଷଣା କରିବାକୁ ଲାଗିଲେ |।

6 ତାହାଙ୍କ ଆଉ ଲୋକସମୁହ ଫିଲିପ୍ପଙ୍କ କଥା ଶୁଣି ଓ ତାହାଙ୍କ କୃତ ଆଶ୍ଚିର୍ଯ୍ୟକର୍ମସବୁ ଦେଖି ଏକଚିତ୍ତରେ ତାହାଙ୍କ କଥାରେ ମନୋଯୋଗ କରୁଥିଲେ |।

7 କାରଣ ଅଶୁଚି ଆତ୍ମବିଷ୍ଟ ଅନେକ ଲୋକଙ୍କଠାରୁ ସେହି ଆତ୍ମଗୁଡ଼ାକ ଉଚ୍ଚ ସ୍ୱରରେ ଚିତ୍କାର କରି ବାହାରିଆସିବାକୁ ଲାଗିଲେ,ପୁଣି ଅନେକ ପକ୍ଷାଘାତରୋଗୀ ଓ ଖଞ୍ଜ ସୁସ୍ଥ ହେଲେ|।

8 ସେଥିରେ ସେ ନଗରରେ ମହା ଆନନ୍ଦ ହେଲା|।

9 କିନ୍ତୁ ଶିମୋନ ନାମକ ଜଣେ ଲୋକ ଏଥିପୂର୍ବେ ସେହି ନଗରରେ କୁହୁକକର୍ମ କରି ନିଜକୁ ଜଣେ ମହାପୁରୁଷ ବୋଲି କହି ଶମିରୋଣୀୟ ଜତିକି ଆଚମ୍ଭିତ ଆଚମ୍ବିତ କରୁଥିଲା;

10 ଈଶ୍ୱରଙ୍କର ଯେଉଁ ଶକ୍ତିକୁ ମହାନ୍ ବୋଲି କୁହାଯାଏ,ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏ ସେହି ବୋଲି କହି ମାନ୍ୟ କରୁଥିଲେ |।

11 ସେମାନେ ତାହାକୁ ମାନ୍ୟ କରୁଥିବାର କାରଣ ଏହି ଯେ,ସେ ବହୁକାଳ ହେଲା ନିଜ କୁହୁକକର୍ମ ଦ୍ୱାରା ସେମାନଙ୍କୁ ଆଚମ୍ବିତ କରିଥିଲା |।

12 କିନ୍ତୁ ଫିଲିପପ ଈଶ୍ୱରଙ୍କ ରାଜ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ନାମ ବିଷୟକ ସୁସମାଚାର ପ୍ରଚାର କରିବାରୁ ସେମାନେ ଯେତେବେଳେ ତାହାଙ୍କ କଥାରେ ବିଶ୍ୱାସ କଲେ, ସେତେବେଳେ ପୁରୁଷ ଓ ସ୍ତ୍ରୀ ଉଭୟ ବାପ୍ତିଜିତ ହେବାକୁ ଲାଗିଲେ |।

13 ଆଉ ଶିମୋନ ନିଜେ ମଧ୍ୟ ବିଶ୍ୱାସ କରି ବାପ୍ତିଜିତ ହେଲା ଓ ଫିଲିପପଙ୍କ ସାଙ୍ଗେ ସାଙ୍ଗେ ରହିଲା ଆଉ ନାନା ଲକ୍ଷଣ ଓ ମହା ମହା ଶକ୍ତି କର୍ମ ଦେଖି ଆଚମ୍ବିତ ହେବାକୁ ଲାଗିଲା |।

14 ଶମିରୋଣର ଲୋକମାନେ ଯେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି,ଏହା ଯେତେବେଳେ ଯିରୁଶାଲାମରେ ଥିବା ପ୍ରେରିତମାନେ ଶୁଣିଲେ,ସେତେବେଳେ ସେମାନେ ପିତର ଓ ଯୋହନଙ୍କୁ ସେମାନଙ୍କ ନିକଟକୁ ପଠାଇଲେ |।

15 ସେମାନେ ଯାଇ,ସେହି ଲୋକମାନେ ଯେପରି ପବିତ୍ର ଆତ୍ମ ପ୍ରାପ୍ତ ହୁଅନ୍ତି,ଏଥିନିମନ୍ତେ ସେମାନଙ୍କ ପାଇଁ ପ୍ରାର୍ଥନା କଲେ,

16 କାରଣ ଏପର୍ଯ୍ୟନ୍ତ ସେ ସେମାନଙ୍କ ମଧ୍ୟରୁ କାହାରି ଉପରେ ଅବତୀର୍ଣ୍ଣ ହୋଇ ନା ଥିଲେ,କେବଳ ସେମାନେ ପ୍ରଭୁ ଯୀଶୁଙ୍କ ନାମରେବପ୍ତିଜିତ ହୋଥିଲେ |।

17 ସେତେବେଳେ ସେମାନେ ସେମାନଙ୍କ ଉପରେ ହସ୍ତାର୍ପଣ କଲେ,ଆଉ ସେମାନେ ପବିତ୍ରା ଆତ୍ମ ପ୍ରାପ୍ତ ହେଲେ |।

18 ପ୍ରେରିତମାନଙ୍କର ହସ୍ତାର୍ପଣ ଦ୍ୱାରା ଆତ୍ମ ଦତ୍ତ ହେଉଅଛନ୍ତି,ଏହା ଦେଖି ଶିମୋନ ସେମାନଙ୍କୁ ଟଙ୍କା ଯାଚି କହିଲା,

19 ମୋତେ ମଧ୍ୟ ଏହି ଶକ୍ତି ଦିଅନ୍ତୁ,ଯେପରି ମୁଁ ଯେକୌଣସି ଲୋକ ଉପରେ ହସ୍ତାର୍ପଣ କରିବି,ସେ ପବିତ୍ର ଆତ୍ମ ପାଇବ |।

20 କିନ୍ତୁ ପିତର ତାହାକୁ କହିଲେ,ତୁମ୍ଭର ଟଙ୍କା ତୁମ୍ଭ ସହିତ ବିନଷ୍ଟ ହେଉ,କାରଣ ତୁମ୍ଭେ ଟଙ୍କା ଦ୍ୱାରା ଈଶ୍ୱରଙ୍କ ଦାନ କିଣିବାକୁ ଭାବିଲ |।

21 ଏ ବିଷୟରେ ତୁମ୍ଭର ଅଂଶ ନାହିଁ କି ଅଧିକାର ନାହିଁ,କାରଣ ଈଶ୍ୱରଙ୍କ ସାକ୍ଷାତରେ ତୁମ୍ଭର ହୃଦୟ ସରଳ ନୁହେ |।

22 ଅତଏବ ତୁମ୍ଭର ଏହି ଦୁଷ୍ଟ ପଣରୁ ମନପରିବର୍ତ୍ତନ କରି ପ୍ରଭୁଙ୍କଠାରେ ପ୍ରାର୍ଥନା କର,କେଜାଣି ଅବା ତୁମ୍ଭ ହୃଦୟର କଳ୍ପନା କ୍ଷମା ହୋଇ ପାରେ;

23 କାରଣ ତୁମ୍ଭେ ତିକ୍ତ ବିଷରେ ପରିପୂର୍ଣ୍ଣ ହୋଇ ଅଧର୍ମରୂପ ବନ୍ଧନରେ ଆବଦ୍ଧ ଆଛ ବୋଲି ମୁଁ ଦେଖୁଅଛି |।

24 ସେଥିରେ ଶିମୋନ ଉତ୍ତର କଲା,ଆପଣମାନେ ଯାହା ଯାହା କହିଲେ,ସେଥିରୁ କୌଣସି ବିଷୟ ଯେପରି ମୋ ପ୍ରତି ନ ବର୍ତ୍ତେ,ଏଥିପାଇଁ ଆପଣମାନେ ମୋ ନିମନ୍ତେ ପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରନ୍ତୁ |।

25 ଏହିପ୍ରକାରେ ସେମାନେ ସାକ୍ଷ୍ୟ ଦେଇ ଓ ପ୍ରଭୁଙ୍କ ବାକ୍ୟ କହି ଶମିରୋଣୀୟମାନଙ୍କ ଅନେକ ଗ୍ରାମରେ ସୁସମାଚାର ପ୍ରଚାର କରୁ କରୁ ଯିରୂଶାଲମକୁ ବାହୁଡ଼ିଗଲେ |।

26 ପରେ ପ୍ରଭୁଙ୍କ ଦୂତ ଫିଲିପପଙ୍କୁ କହିଲେ,ଉଠ ଦକ୍ଷିଣ ଦିଗରେ ଯେଉଁ ପଥ ଯିରୂଶାଲମରୁ ଗଜଜା୍ ଆଡ଼କୁ ପଡ଼ିଅଛି,ସେହି ପଥକୁ ଯାଅ |ତାହା ମରୁଭୂମି |।

27 ସେଥିରେ ସେ ଉଠି ଗମନ କଲେ |ଆଉ ଦେଖ,କୁଶଦେଶୀୟମାନଙ୍କ କାଣ୍ଡାକୀ ନାମ୍ନୀ ରାଣୀଙ୍କର ଅଧିନସ୍ଥ ଜେଣେ ଉଚ୍ଛ ପଦ ପ୍ରାପ୍ତ କୁଶିୟ ନପୁଂସକ,ଯେ ତାହାଙ୍କ ସମସ୍ତ ଧନଭଣ୍ଡାରର ବେବର୍ତ୍ତା ଥିଲେ,ସେ ପୂଜା କରିବା ନିମନ୍ତେ ଯିରୂଶାମକୁ ଆସିଥିଲେ;

28 ସେ ବହୁଡ଼ି ଯାଉ ଯାଉ ଆପଣା ରଥରେ ବସି ଯିଶାୟ ଭାବବାଦୀଙ୍କ ଶାସ୍ତ୍ର ପାଠ କରୁଥିଲେ |।

29 ସେତେବେଳେ ଆତ୍ମ ଫିଲିପପଙ୍କୁ କହିଲେ,ନିକଟକୁ ଯାଇ ଏହି ରଥର ସାଙ୍ଗ ଧର|।

30 ସେଥିରେ ଫିଲିପପ୍ ଦୌଡ଼ିଯାଇ ସେ ଯିଶାୟ ଭାବବାଦୀଙ୍କ ଶାସ୍ତ୍ର ପାଠ କରୁଥିବା ଶୁଣି ପଚାରିଲେ,ଆପଣ ଯାହା ପାଠ କରୁଅଛନ୍ତି,ତାହା କଅଣ ବୁଝୁଅଛନ୍ତି?

31 ସେ କହିଲେ,କେହି ମୋତେ ବୁଝାଇ ଣ ଦେଲେ ମୁଁ କିପରି ବୁଝି ପାରିବିଆଉ ସେ ଫିଲିପ୍ପଙ୍କୁ ଚଢ଼ି ଆସି ଆପଣା ନିକଟରେ ବସିବାକୁ ବିନତି କଲେ |।

32 ଶାସ୍ତ୍ରର ଯେଉଁ ଅଂଶ ସେ ପାଠ କରୁଥିଲେ,ତାହା ଏହି,ସେ ମେଷ ତୁଲ୍ୟ ହାତ ହେବା ନିମନ୍ତେ ନୀତି ହେଲେ,ପୁଣି ଲୋମଚ୍ଛେଦକ ସମ୍ମୁଖରେ ମେଷଶାବକଯେପରି ନିରବ ରୁହେ,ସେହିପରି ସେ ଆପଣା ମୁଖ ଫିଟାଇଲେ ନାହିଁ |।

33 ତାହାଙ୍କ ଅବନତ ହେବାରେ ତାହାଙ୍କ ଦଣ୍ଡ ଅପସାରିତ ହେଲା;ତାହାଙ୍କ ବଂଶ କିଏ ବର୍ଣ୍ଣନା କରି ପାରିବକାରଣ ତାହାଙ୍କ ପ୍ରାଣ ପୃଥିବୀରୁ ଅପସାରିତ ହେଲା |।

34 ନପୁଂସକ ଉତ୍ତର ଦେଇ ଫିଲିପପଙ୍କୁ କହିଲେ,ମୁଁ ଆପଣଙ୍କୁ ନିବେଦନ କରେ,ଭାବବାଦୀ କାହା ବିଷୟରେ ଏ କଥା କହନ୍ତିଆପଣା ବା ଆଉ କାହା ବିଷୟରେ।

35 ସେଥିରେ ଫିଲିପପ୍ ମୁଖ ଫିଟାଇ ଶାସ୍ତ୍ରର ଏହି ବକ୍ୟରୁ ଆରମ୍ଭ କରି ତାହାଙ୍କ ନିକଟରେ ଯୀଶୁଙ୍କ ସୁସମାଚାର ପ୍ରଚାର କଲେ |।

36 ଆଉ ସେମାନେ ପଥରେ ଯାଉ ଯାଉ କୌଣସି ଗୋଟିଏ ଜଳାଶୟ ନିକଟରେ ଉପସ୍ଥିତ ହେଲେ;ସେଥିରେ ନପୁଂସକ କହିଲେ,ଏଠାରେ ତ ଜଳ ଅଛି,ମୋହର ବପ୍ତିଜିତ ହେବା ନିମନ୍ତେ କଅଣ ବାଧା ଅଛି।

37 [ ଫିଲିପପ୍ କହିଲେ,ଆପଣ ସମସ୍ତେ ଅନ୍ତଃକରଣ ସହିତ ଯଦି ବିଶ୍ୱାସ କରନ୍ତି,ତାହା ହେଲେ ହୋଇ ପାରେ |ସେଥିରେ ସେ ଉତ୍ତର ଦେଲେ,ଯୀଶୁ ଖ୍ରୀଷ୍ଟ ଯେ ଈଶ୍ୱରଙ୍କ ପୁତ୍ର,ଏହା ମୁଁ ବିଶ୍ୱାସ କରୁଅଛି |]।

38 ପୁଣି,ସେ ରଥ ଠିଆ କରିବାକୁ ଆଜ୍ଞା ଦେଲେ,ଆଉ ଫିଲିଇପପ୍ ଓ ନପୁଂସକ ଜଳ ଭିତରକୁ ଓହ୍ଲାଇଗଲେ,ଆଉ ଫିଲିପପ୍ ତାହାଙ୍କୁ ବପ୍ତିସ୍ମ ଦେଲେ |।

39 ସେମାନେ ଜଳ ମଧ୍ୟରୁ ଉଠି ଆସନ୍ତେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କୁ ଘେନିଗଲେ,ପୁଣି ନପୁଂସକ ତାହାଙ୍କୁ ଆଉ ଦେଖିଲେ ନାହିଁ;ତଥାପି ସେ ଆନନ୍ଦ କରୁ କରୁ ଆପଣା ପଥରେ ଚାଲିଗଲେ |।

40 କିନ୍ତୁ ଫିଲିପପ୍ ଅଷ୍ ଦୋଦରେ ଦେଖାଗଲେ,ଆଉ ସେ ଯେଉ ଯେଉ ନଗରେ ନଗରେ ସୁସମାଚାର ପ୍ରଧର କରି କାଇସରିଆରେ ଯାଇ ପହଞ୍ଚିଲେ |।