1 ଅନନ୍ତର ସେ ଶିଟୀମ୍ କାଷ୍ଠରେ ପାଞ୍ଚ ହସ୍ତ ଦୀର୍ଘ ଓ ପାଞ୍ଚ ହସ୍ତ ପ୍ରସ୍ଥ ଓ ତିନି ହସ୍ତ ଉଚ୍ଚ ଏକ ଚତୁଷ୍କୋଣ ହୋମବେଦି ନିର୍ମାଣ କଲେ।
2 ପୁଣି ତହିଁର ଚାରି କୋଣ ଉପରେ ଶୃଙ୍ଗ ନିର୍ମାଣ କରି ପିତ୍ତଳ ମଡ଼ାଇଲେ; ସେହି ଶୃଙ୍ଗସବୁ ତହିଁର ଅଂଶ ହେଲା।
3 ଆଉ ସେ ବେଦିର ସମସ୍ତ ପାତ୍ର, ଅର୍ଥାତ୍, ଭସ୍ମଧାନୀ ଓ କରଚୁଲି ଓ କୁଣ୍ଡ ଓ ତ୍ରିଶୂଳ ଓ ଅଙ୍ଗାରଧାନୀ, ଏହି ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କଲେ।
4 ଏହି ବେଦିର ବେଢ଼ ତଳେ ନିମ୍ନରୁ ମଧ୍ୟ ପର୍ଯ୍ୟନ୍ତ ପିତ୍ତଳନିର୍ମିତ ଜାଲି ଝାଞ୍ଜିରୀ କଲେ।
5 ପୁଣି ସାଙ୍ଗୀର ଘରା ନିମନ୍ତେ ସେହି ପିତ୍ତଳ ଝାଞ୍ଜିରୀର ଚାରି କୋଣରେ ଚାରି କଡ଼ା ଢାଳିଲେ।
6 ଆଉ, ସେ ଶିଟୀମ୍ କାଷ୍ଠରେ ସେହି ସାଙ୍ଗୀ ନିର୍ମାଣ କରି ପିତ୍ତଳରେ ମଡ଼ାଇଲେ।
7 ବେଦି ବହନାର୍ଥେ ତହିଁର ପାଶ୍ୱର୍ ଉପରେ ସେହି ସାଙ୍ଗୀ କଡ଼ାରେ ପ୍ରବେଶ କରାଇଲେ; ପୁଣି ଫମ୍ପା ରଖି ପଟାରେ ବେଦି ନିର୍ମାଣ କଲେ।
8 ଆଉ, ଯେଉଁ ସ୍ତ୍ରୀଗଣ ସମାଗମ-ତମ୍ବୁର ଦ୍ୱାର ସମୀପରେ ସେବା କଲେ, ସେହି ସେବାକାରିଣୀ ସ୍ତ୍ରୀଗଣର ପିତ୍ତଳ ନିର୍ମିତ ଦର୍ପଣ ଦ୍ୱାରା ସେ ପ୍ରକ୍ଷାଳନପାତ୍ର ଓ ତହିଁର ବୈଠିକି ନିର୍ମାଣ କଲେ।
9 ଅନନ୍ତର ସେ ପ୍ରାଙ୍ଗଣ ପ୍ରସ୍ତୁତ କଲେ; ଦକ୍ଷିଣ ଦିଗରେ ପ୍ରାଙ୍ଗଣର ଦକ୍ଷିଣ ପାଶ୍ୱର୍ରେ ବଳା ଶୁଭ୍ର କ୍ଷୌମସୂତ୍ରରେ ଏକଶତ ହସ୍ତ ପରିମିତ ପରଦା କଲେ।
10 ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର, ପୁଣି ସେହି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ଥିଲା।
11 ଉତ୍ତର ଦିଗର ପରଦା ଏକଶତ ହସ୍ତ, ପୁଣି ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ଓ ସ୍ତମ୍ଭର ଆଙ୍କଡ଼ା ଛୁଞ୍ଚିଆ ରୂପାର ଥିଲା।
12 ପଶ୍ଚିମ ପାଶ୍ୱର୍ର ପରଦା ପଚାଶ ହସ୍ତ ଥିଲା, ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ, ପୁଣି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ଥିଲା।
13 ପୂର୍ବ ଦିଗରେ ପୂର୍ବ ପାଶ୍ୱର୍ ନିମନ୍ତେ ପଚାଶ ହସ୍ତ ଥିଲା।
14 ଦ୍ୱାରର ଏକ ପାଶ୍ୱର୍ ନିମନ୍ତେ ପନ୍ଦର ହସ୍ତ ପରଦା ଓ ତହିଁର ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା;
15 ତଦ୍ରୁପେ ଅନ୍ୟ ପାଶ୍ୱର୍ ନିମନ୍ତେ ଥିଲା। ପ୍ରାଙ୍ଗଣ- ଦ୍ୱାର ସନ୍ନିକଟ ଏପାଶ୍ୱର୍ରେ ଓ ସେପାଶ୍ୱର୍ରେ ପନ୍ଦର ହସ୍ତ ପରଦା ଓ ତହିଁର ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା।
16 ପ୍ରାଙ୍ଗଣର ଚତୁର୍ଦ୍ଦିଗର ସକଳ ପରଦା ବଳା ଶୁଭ୍ର କ୍ଷୌମସୂତ୍ରରେ ନିର୍ମିତ ଥିଲା।
17 ପୁଣି ସ୍ତମ୍ଭର ଚୁଙ୍ଗୀସବୁ ପିତ୍ତଳର ଥିଲା; ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାରନ୍ତ ତହିଁର ମୁଣ୍ଡାଳି ରୌପ୍ୟମଣ୍ଡିତ; ପୁଣି ରୂପା-ଛୁଞ୍ଚିଆରେ ପ୍ରାଙ୍ଗଣର ସକଳ ସ୍ତମ୍ଭ ସଂଯୁକ୍ତ ଥିଲା।
18 ଆଉ, ପ୍ରାଙ୍ଗଣ-ଦ୍ୱାରର ଆଚ୍ଛାଦନ ବସ୍ତ୍ର ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ଶିଳ୍ପକର୍ମବିଶିଷ୍ଟ ଓ ପ୍ରାଙ୍ଗଣର ପରଦା ତୁଲ୍ୟ ତାହା ଦୀର୍ଘରେ କୋଡ଼ିଏ ହସ୍ତ ଓ ପ୍ରସ୍ଥରେ ପାଞ୍ଚ ହସ୍ତ ଉଚ୍ଚ ଥିଲା।
19 ପୁଣି ତହିଁର ପିତ୍ତଳର ଚାରି ସ୍ତମ୍ଭ ଓ ଚାରି ଚୁଙ୍ଗୀ ଓ ରୂପାର ଆଙ୍କଡ଼ା ଓ ତହିଁର ମୁଣ୍ଡାଳି ରୌପ୍ୟମଣ୍ଡିତ ଓ ଛୁଞ୍ଚିଆ ରୂପାର ଥିଲା।
20 ପୁଣି ଆବାସର ଓ ପ୍ରାଙ୍ଗଣର ଚତୁର୍ଦ୍ଦିଗର ମେଖସବୁ ପିତ୍ତଳର ଥିଲା।
21 ଲେବୀୟ ଲୋକମାନଙ୍କର କାର୍ଯ୍ୟ ନିମନ୍ତେ ହାରୋଣ ଯାଜକଙ୍କର ପୁତ୍ର ଈଥାମରଙ୍କ ଦ୍ୱାରା ମୋଶାଙ୍କର ଆଜ୍ଞାନୁସାରେ ଆବାସର, ଅର୍ଥାତ୍, ସାକ୍ଷ୍ୟରୂପେ ଆବାସର ଗଣନୀୟ ବସ୍ତୁସମୂହର ଏହି ଗଣନା କରାଗଲା।
22 ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯେଉଁ ଆଜ୍ଞା ଦେଇଥିଲେ, ତଦନୁସାରେ ଯିହୁଦା ବଂଶଜାତ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲ ସେସବୁ ନିର୍ମାଣ କରିଥିଲେ।
23 ଆଉ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ଶିଳ୍ପକାରୀ ଓ ଖୋଦକ ଓ ବିଜ୍ଞ ତନ୍ତୁବାୟ ଦାନ ବଂଶଜାତ ଆହୀଷାମାକଙ୍କ ପୁତ୍ର ଅହଲୀୟାବ ସହକାରୀ ଥିଲେ।
24 ପବିତ୍ର ସ୍ଥାନ ନିର୍ମାଣର ସମସ୍ତ କାର୍ଯ୍ୟରେ ଏହିସବୁ ସୁବର୍ଣ୍ଣ ଲାଗିଲା, ଅର୍ଥାତ୍, ନୈବେଦ୍ୟରନ୍ତ ସମସ୍ତ ସ୍ୱର୍ଣ୍ଣ ପବିତ୍ର ସ୍ଥାନର ଶେକଲାନୁସାରେଊନତ୍ରିଂଶ ମହଣ ସାତଶହ ତିରିଶ ଶେକଲ ଥିଲା।
25 ପୁଣି ମଣ୍ଡଳୀର ଗଣିତ ଲୋକଙ୍କର ରୂପା ପବିତ୍ର ସ୍ଥାନର ଶେକଲାନୁସାରେ ଏକଶହ ମହଣ ଏକ ସହସ୍ର ସାତଶହ ପଞ୍ଚସ୍ତରି ଶେକଲ ଥିଲା।
26 ପ୍ରତ୍ୟେକ ଗଣିତ ଲୋକଙ୍କ ନିମନ୍ତେ, ଅର୍ଥାତ୍, ଯେଉଁମାନେ ବିଂଶତି ବର୍ଷ ବୟସ୍କ ଅବା ତହିଁରୁ ଅଧିକ ବୟସ୍କ ଥିଲେ, ସେହି ଛଅ ଲକ୍ଷ ତିନି ସହସ୍ର ପାଞ୍ଚଶହ ପଚାଶ ଲୋକଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ନିମନ୍ତେ ଏକ ଏକ ବେକା, ଅର୍ଥାତ୍, ପବିତ୍ର ସ୍ଥାନର ଶେକଲାନୁସାରେ ଅର୍ଦ୍ଧ ଅର୍ଦ୍ଧ ଶେକଲ ଦେବାକୁ ହୋଇଥିଲା।
27 ଏଣୁ ସେହି ଏକଶହ ମହଣ ରୂପାରେ ପବିତ୍ର ସ୍ଥାନର ଓ ବିଚ୍ଛେଦବସ୍ତ୍ରର ଚୁଙ୍ଗୀ ଢଳାଗଲାନ୍ତ ଏକଶହ ଚୁଙ୍ଗୀ ନିମନ୍ତେ ଏକଶହ ମହଣ, ଅର୍ଥାତ୍, ଏକ ଏକ ଚୁଙ୍ଗୀ ନିମନ୍ତେ ଏକ ଏକ ମହଣ ବ୍ୟୟ ହେଲା।
28 ପୁଣି ସେହି ଏକ ସହସ୍ର ସାତଶହ ପଞ୍ଚସ୍ତରି ଶେକଲ ରୂପାରେ ସେ ସ୍ତମ୍ଭ ନିମନ୍ତେ ଆଙ୍କଡ଼ା ନିର୍ମାଣ କଲେ ଓ ତହିଁର ମୁଣ୍ଡାଳି ମଣ୍ଡିତ ଓ ଛୁଞ୍ଚିଆରେ ସଂଯୁକ୍ତ କଲେ।
29 ପୁଣି ନୈବେଦ୍ୟର ପିତ୍ତଳ ସତୁରି ମହଣ ଦୁଇ ସହସ୍ର ଚାରିଶହ ଶେକଲ ଥିଲା।
30 ଏଣୁ ସେ ତାହା ଦ୍ୱାରା ସମାଗମ-ତମ୍ବୁ ଦ୍ୱାରର ଚୁଙ୍ଗୀ ଓ ପିତ୍ତଳର ବେଦି ଓ ତହିଁର ପିତ୍ତଳର ଝାଞ୍ଜିରୀ ଓ ବେଦିର ସମସ୍ତ ପାତ୍ର,
31 ପୁଣି ପ୍ରାଙ୍ଗଣର ଚତୁର୍ଦ୍ଦିଗର ଚୁଙ୍ଗୀ ଓ ପ୍ରାଙ୍ଗଣ ଦ୍ୱାରର ଚୁଙ୍ଗୀ ଓ ଆବାସର ସମସ୍ତ ମେଖ ଓ ପ୍ରାଙ୍ଗଣର ଚତୁର୍ଦ୍ଦିଗର ମେଖ ସକଳ ନିର୍ମାଣ କଲେ।