1 ସେହି ସମୟରେ ଯୀଶୁ ବିଶ୍ରାମବାରରେ ଶସ୍ୟକ୍ଷେତ୍ର ଦେଇ ଗମନ କଲେ, ଆଉ ତାହାଙ୍କର ଶିଷ୍ୟମାନେ କ୍ଷୁଧିତହୋଇ ଶସ୍ୟର ସିଂଶା ଛିଣ୍ଡାଇ ଖାଇବାକୁ ଲାଗିଲେ |।
2 କିନ୍ତୁ ଫାରୁଶିମାନେ ତାହା ଦେଖି ତାହାଙ୍କୁ କହିଲେ, ଦେଖ, ବିଶ୍ରାମବାରରେ ଯାହା କରିବା ବିଧି ସଙ୍ଗତ ନୁହେଁ, ତାହା ତୁମ୍ଭର ଶିଷ୍ୟମାନେ କରୁଅଛନ୍ତି |।
3 ମାତ୍ର ସେ ସେମାନଙ୍କୁ କହିଲେ, ଦାଉଦ ଓ ତାଙ୍କ ସଙ୍ଗିମାନେ କ୍ଷୁଧିତ ହେବା ସମୟରେ ସେ କଅଣ କରୁଥିଲେ, ତାହା କି ତୁମ୍ଭେମାନେ ପାଠ କରିନାହଁ |।
4 ସେ କିପରି ଈଶ୍ୱରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଦର୍ଶନିରୋଟି କେବଳ ଜାଯକମାନଙ୍କ ଭୋଜନ କରିବା ବିଧି ସଙ୍ଗତ ଥିଲା, କିନ୍ତୁ ତାଙ୍କର ଓ ତାଙ୍କ ସଙ୍ଗୀମାନଙ୍କର ଭୋଜନ କରିବା ବିଧି ସଙ୍ଗତ ନଥିଲା, ତାହା ସେମାନେ ଭୋଜନ କରିଥିଲେ |।
5 କିମ୍ବା ବିଶ୍ରାମବାରରେ ଜାଯକମାନେ ମନ୍ଦିର ମଧ୍ୟରେ ବିଶ୍ରାମବାରରେ ଅପବିତ୍ର କଲେ ହେ ନିର୍ଦ୍ଦୋଶ ଅଟନ୍ତି, ବ୍ୟବସ୍ଥାରେ ତୁମ୍ଭେମାନେ କଅଣ ଏହା ପାଠ କରି ନାହା।
6 ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ମନ୍ଦିର ଅପେକ୍ଷା ମହତ୍ ବିଷୟ ଏଠାରେ ଅଛି |।
7 କିନ୍ତୁ ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭାଲ ପାଉ, ଏ ଉକ୍ତିର ମର୍ମ ଯେବେ ଜାଣିଥାନ୍ତ, ତେବେ ଏହି ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ କରି ନ ଥାନ୍ତ |।
8 କାରଣ ମନୁଷ୍ୟପୁତ୍ର ବିଶ୍ରାମବାରର ପ୍ରଭୁ ଅଟନ୍ତି |।
9 ସେ ସେହି ସ୍ଥାନରୁ ପ୍ରସ୍ଥାନ କରି ସେମାନଙ୍କ ସମାଜଗୃହରେ ପ୍ରବେଶ କଲେ |।
10 ଆଉ ଦେଖ, ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ସୁଖିଯାଇଥିଲା | ପୁଣି, ସେମାନେ ତାହାଙ୍କ ବିରୁଧରେଅଭିଯୋଗ କରିବା ଉଦ୍ଦେଶ୍ୟରେ ତାହାଙ୍କୁ ପଚାରିଲେ, ବିଶ୍ରାମବାରରେ ସୁସ୍ଥ କରିବା କଅଣ ବିଧି ସଙ୍ଗତ।
11 କିନ୍ତୁ ସେ ସେମାନଙ୍କୁ କହିଲେ, ଯଦି କାହାରି ଗୋଟିଏ ମେଣ୍ଢା ଥାଏ ଓ ତାହା ବିଶ୍ରାମବାରରେ ଖାତାରେ ପଡିଯାଏ, ତାହାହେଲେ ଯେ ତାହାକୁ ଧରି ନ ଉଠାଇବ, ଏପରିଲୋକ ତୁମ୍ଭମାନଙ୍କ ମଧ୍ୟରେ କିଏ ଅଛି।
12 ତେବେ, ମେଣ୍ଢାଠାରୁ ମନୁଷ୍ୟ ଆହୁରି କେତେ ଅଧିକ ଶ୍ରେଷ୍ଠ | ଏଣୁ ବିଶ୍ରାମବାରରେ ମଙ୍ଗଳ ସାଧନ କରିବା ବିଧି ସଙ୍ଗତ |।
13 ସେତେବେଳେ ସେ ସେହି ଲୋକଙ୍କୁ କହିଲେ, ତୁମ୍ଭର ହାତ ବଢ଼ାଅ | ସେଥିରେ ସେ ହାତ ବଢ଼ାଇଲା ଓ ତାହା ଅନ୍ୟ ହାତ ପରି ପୁଣି ଭଲ ହୋଇଗଲା |।
14 କିନ୍ତୁ ଫାରୁଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମନ୍ତ୍ରଣା କଲେ |।
15 ଯୀଶୁ ତାହା ଯାଣି ସେଠାରୁ ଅନ୍ତର ହୋଇ ବାହାରିଗଲେ, ପୁଣି ଅନେକେ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସମସ୍ତଙ୍କୁ ସୁସ୍ଥ କଲେ।
16 ଏବଂ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଦୃଢ଼ରୂପେ ଆଜ୍ଞା ଦେଲେ।
17 ଯେପରି, ଯିଶାଇୟ ଭାବବାଦୀଙ୍କ ଦ୍ୱାର ଉକ୍ତ ଏହି ବାକ୍ୟ ସଫଳ ହୁଏ,
18 ଦେଖ, ଆମ୍ଭର ଦାଶ, ଯାହାଙ୍କୁ ଆମ୍ଭେ ମନୋନିତ କରିଅଛୁ; ଆମ୍ଭର ପ୍ରିୟ ପାତ୍ର, ଯାହାଙ୍କଠାରେ ଆମ୍ଭ ଆତ୍ମାର ପରମ ସନ୍ତୋଷ; ଆମ୍ଭେ ତାହାଙ୍କ ଉପରେ ଆପଣା ଆତ୍ମା ଅଧିଷ୍ଠାନ କରିବା, ଆଉ ସେ ବିଜାତିମାନଙ୍କ ନିକଟରେ ନ୍ୟାୟ ବିଚାର ପ୍ରଚାର କରିବେ |।
19 ସେ ବିବାଦ କରିବେ ନାହିଁ, କିମ୍ବା ଉଚ୍ଚ ସ୍ୱର କରିବେ ନାହିଁ, କିମ୍ବା ଦାଣ୍ଡରେ କେହି ତାହାଙ୍କ ସ୍ୱର ଶୁଣିବ ନାହିଁ |।
20 ନ୍ୟାୟକୁ ଜୟଯୁକ୍ତ ନ କରିବା ପର୍ଯ୍ୟନ୍ତ ସେ ଛେଚା ନଳ ଭାଙ୍ଗିବେ ନାହିଁ, ପୁଣି ସଧୂମ ସଳିତା ଲିଭାଇବେ ନାହିଁ |।
21 ଆଉ, ତାହାଙ୍କ ନାମରେ ବିଜାତିମାନେ ଭରଷା ରଖିବେ |।
22 ସେହି ସମୟରେ ଜଣେ ଭୂତଗ୍ରସ୍ଥ ଅନ୍ଧ ଘୁଙ୍ଗାଲୋକ ତାହାଙ୍କ ନିକଟକୁ ଅଣାଗଲା, ଆଉ ସେ ତାହାଙ୍କୁ ସୁସ୍ଥ କଲେ; ସେଥିଲେ ସେହି ଘୁଙ୍ଗା କଥା କହି ପାରିଲା ଓ ଦେଖି ପାରିଲା |।
23 ପୁଣି, ଲୋକ ସମୂହ ଆଚମ୍ବିତହୋଇ କହିବାକୁ ଲାଗିଲେ ଏ କଅଣ ଦାଉଦ ସନ୍ତାନ ନୁହନ୍ତି।
24 ମାତ୍ର ଫାରୁଶୀମାନେ ତାହା ଶୁଣି କହିଲେ, ଏ ଲୋକଟା ଭୂତ ପରି ବାଆଲଜିବୂଲର ବିନା ସାହାଯ୍ୟରେ ଭୂତ ଛଡ଼ାଏ ନାହିଁ |।
25 କିନ୍ତୁ ସେ ସେମାନଙ୍କ ମନର ଚିନ୍ତା ଜାଣି ସେମାନଙ୍କୁ କହିଲେ, ଯେକୌଣସି ରାଜ୍ୟ ବିରକ୍ତ ହୋଇ ଆପଣା ବିରୁଧରେ ଉଠେ ତାହା ଉତ୍ସନ୍ନ ହୋଇ ଜାଏ; ପୁଣି ଯେକୌଣସି ନଗରେ କିମ୍ବା ଗୃହ ବିଭକ୍ତ ହୋଇ ଆପଣା ବିରୁଧରେ ଉଠେ, ତାହା ସ୍ଥିରହୋଇ ରହିବା ନାହିଁ |।
26 ଆଉ, ସୟତାନ ଯଦି ସୟତାନକୁ ଛଡ଼ାଏ, ତାହାହେଲେ ସେ ବିଭକ୍ତ ହୋଇ ଆପଣା ବିରଧରେ ଉଠିଲାଣି ତେବେ ତାହାର ରାଜ୍ୟ କିପ୍ରକାରେ ସ୍ଥିରହୋଇ ରହିବା।
27 ମୁଁ ଯେବେ ବଲଜିବୂଲର ସାହାଯ୍ୟରେ ଭୂତମାନଙ୍କୁ ଛାଡ଼ାଏ ତେବେ ତୁମ୍ଭମାନଙ୍କ ପୁତ୍ରମାନେ କାହା ସାହାଯ୍ୟରେ ସେମାନଙ୍କୁ ଚାଡ଼ନ୍ତି | ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ |।
28 କିନ୍ତୁ ମୁଁ ଯଦି ଈଶ୍ୱରଙ୍କ ଆତ୍ମାଙ୍କ ସାହାଯ୍ୟରେ ଭୂତମାନଙ୍କୁ ଛାଡ଼ଏ, ତେବେ ତ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି |।
29 ଅବା କେହି ପ୍ରଥମେ ବଳବାନ୍ ଲୋକଙ୍କୁ ନ ବାନ୍ଧିଲେ କିପ୍ରକାରେ ତାହା ଗୃହରେ ପ୍ରବେଶ କରି ତାହାର ଅସ୍ତ୍ରଶସ୍ତ୍ରସବୁ ହରଣ କରିପାରେ ହାହାକୁ ଆଘେ ବନ୍ଧିଲେ ସିନା ତାହାର ଗୃହ ଲୁଣ୍ଠନ କରିବ |।
30 ଯେ ମୋହର ସ୍ୱପକ୍ଷ ନୁହେଁ, ସେ ମୋହର ବିପକ୍ଷ, ପୁଣି ଯେ ମୋ'ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ |।
31 ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟମାନଙ୍କର ସମସ୍ତ ପାପ ଓ ନିନ୍ଦା କ୍ଷମା କରାଯିବ, କିନ୍ତୁ ଆତ୍ମାଙ୍କ ବିରୁଧରେ ନିନ୍ଦା କ୍ଷମ କରାଯିବ ନାହିଁ |।
32 ଆଉ, ଯେକେହି ମନୁଷ୍ୟପୁତ୍ରଙ୍କ ବିରୁଧରେ କଥା କହିବ, ତାହାକୁ କ୍ଷମା ଦିଆଯିବ, ମାତ୍ର ଯେକେହି ପବିତ୍ର ଆତ୍ମାଙ୍କ ବିରୁଧରେ କଥା କହିବ, ଇହଯୁଗରେ କି ପରଯୁଗରେ ତାହାକୁ କ୍ଷମା ଦିଆ ଯିବା ନାହିଁ |।
33 ଗଛକୁ ଭ;ଲ କୁହ ଓ ତାହାର ଫଳକୁ ଭଲ କୁହ ନତୁବା ଗଛକୁ ମନ୍ଦ କୁହ ଓ ତାହାର ଫଳକୁ ମନ୍ଦ କୁହ, କାରଣ ଫଳ ଦ୍ୱାରା ଗଛ ଚିନ୍ନାଯାଏ |।
34 ରେ କାଳ ସର୍ପରେ ବଂଶ, ତୁମ୍ଭେମାନେ ଦୁଷ୍ଟହୋଇ କିପ୍ରକାରେ ଭଲ କଥା କହିପାର କାରଣ ହୃଦୟର ପୁର୍ଣ୍ଣତାରୁ ମୂଖ କଥା କହେ |।
35 ଉତ୍ତମ ଲୋକ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ |।
36 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ମନୁଷ୍ୟମାନେ ଯେକୌଣସି ଅସାର କଥା କହନ୍ତି, ବିଚାର ଦିନରେ ସେମାନେ ସେଥିର ଉତ୍ତମ ଦେବେ;
37 ଯେଣୁ ତୁମ୍ଭ ବାକ୍ୟ ଦ୍ୱାରା ତୁମ୍ଭେ ନିର୍ଦ୍ଦୋଶ ଓ ତୁମ୍ଭ ବାକ୍ୟ ଦ୍ୱାରା ତୁମ୍ଭେ ଦୋଷୀବୋଲି ପ୍ରମାଣିତ ହେବ |।
38 ସେତେବେଳେ ଶାସ୍ତ୍ରୀ ଓ ଫାରୁଶୀମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କୁ ଉତ୍ତର ଦେଲେ ହେ ଗୁରୁ, ଆମ୍ଭେମାନେ ଆପଣଙ୍କଠାରୁ ଗୋଟିଏ ଚିନ୍ନ ଦେଖିବାକୁ ଇଚ୍ଛ କରୁଅଛୁ |।
39 କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିନ୍ନ ଅନ୍ୱେଷଣ କରନ୍ତି, ମାତ୍ର ଭାବବାଦୀ ଯୁନସଙ୍କ ଚିନ୍ନ ବିନା ଅନ୍ୟ କୌଣସି ଚିନ୍ନ ସେମାନଙ୍କୁ ଦିଆଯିବ ନାହିଁ |।
40 କାରଣ ଯୁନସ ଯେପରି ତିନି ଦିନ ଓ ତିନି ରାତ୍ରୀ ବୃହତ୍ ମତ୍ସ୍ୟ ଉଦରରେ ଥିଲେ, ମନୁଷ୍ୟପୁତ୍ର ସେହିପରି ତିନି ଦିନ ଓ ତିନି ରାତ୍ରୀ ଭୂଗର୍ଭରେ ରହିବେ |।
41 ନିନୀମିର ଲୋକମାନେ ବିଚାରରେ ଏହି ବର୍ତ୍ମାନ୍ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଶୀ କରିବେ, କାରଣ ସେମାନେ ଯୁନସଙ୍କ ପ୍ରଚାରରେ ମନ ପରିବର୍ତ୍ତନ କଲେ, ଆଉ ଦେଖ, ଯୁନସଙ୍କ ଅପେକ୍ଷା ମହତ୍ ବିଷୟ ଏ ସ୍ଥାନରେ ଅଛି |।
42 ଆଉ, ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଶୀ କରିବେ କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଲେ, ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ୍ ବିଷୟ ଏ ସ୍ଥାନରେ ଅଛି |।
43 ଅସୁଚୀ ଆତ୍ମା ଜଣେ ମନୁଷ୍ୟଠାରୁ ବାହାରି ଗଲା ଉତ୍ତାରେ ଜଳ ଶୁନ୍ୟ ସ୍ଥାନ ସବୁ ଭ୍ରମଣ କରି ବିଶ୍ରାମ ଖୋଜେ ଓ ତାହା ପାଏ ନାହିଁ |।
44 ସେଥିରେ ସେ କୁହେ, ମୁଁ ଯେଉଁ ଘରୁ ବାହାରି ଆସିଲି, ମୋହର ସେହି ଘରକୁ ବାହୁଡ଼ ଯିବି; ପୁଣି, ସେ ଆସି ତାହା ଶୁନ୍ୟ, ମର୍ଜିତ ଓ ସୁସଭିତ ଦେଖେ |।
45 ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ଦୁଷ୍ଟ ଆଉ ସାତଟା ଆତ୍ମା ସାଙ୍ଗରେ ଘେନି ଆସେ, ପୁଣି ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ମନ୍ଦ ହୁଏ | ଏହି ଦୁଷ୍ଟ ପୁରୁଷ ପ୍ରତି ମଧ୍ୟ ସେହିପ୍ରକାର ଘଟିବ |।
46 ସେ କୋକସମୂହକୁ କଥା କହୁଥିବା ସମୟରେ, ଦେଖ, ତାହାଙ୍କ ମାଁ ଓ ଭାଇମାନେ ବାହାରେ ଠିଆ ହୋଇ ତାହାଙ୍କ ସାଙ୍ଗରେ କଥା କରିବାକୁ ଇଛା କରୁଥିଲେ |।
47 ସେଥିରେ ଜଣେ ତାହାଙ୍କୁ କହିଲା, ଦେଖନ୍ତୁ, ଆପଣଙ୍କ ମାଁ ଓ ଭାଇମାନେ ବାହାରେ ଠିଆ ହୋଇ ଆପଣଙ୍କ ସାଙ୍ଗରେ କଥା କହିବାକୁ ଇଛା କରୁଅଛନ୍ତି |।
48 କିନ୍ତୁ ଯେ ତାହାଙ୍କୁ ଏହି କଥା କହିଲା ତାହାଙ୍କୁ ସେ ଉତ୍ତର ଦେଲେ, ମୋହର ମାଁ କିଏ ଆଉ, ମୋହର ଭାଇମାନେ କିଏ।
49 ପୁଣି, ସେ ଆପଣା ଶିଷ୍ୟମାନଙ୍କ ଆଡ଼କୁ ହାତ ବଢ଼ାଇ କହିଲେ, ଦେଖ, ମୋହର ମାଁ ଓ ମୋହର ଭାଇମାନେ,
50 କାରଣ ଯେ କେହି ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମାଁ |।