1 ସେହି ମାରୀ ଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କ ପୁତ୍ର ଇଲୀୟାସର ଯାଜକକୁ, କହିଲେ,

2 ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣ ସମସ୍ତ ମଣ୍ଡଳୀ ମଧ୍ୟରୁ ଆପଣା ଆପଣା ପିତୃଗୃହାନୁସାରେ କୋଡ଼ିଏ ବର୍ଷ ବୟସ୍କ ଓ ତହିଁରୁ ଅଧିକ ବୟସ୍କ ଲୋକମାନଙ୍କର, ଅର୍ଥାତ୍‍, ଇସ୍ରାଏଲ ସୈନ୍ୟଶ୍ରେଣୀଭୁକ୍ତ ସମସ୍ତ ଲୋକଙ୍କର ଗଣନା କର।

3 ତହିଁରେ ମୋଶା ଓ ଇଲୀୟାସର ଯାଜକ ଯିରୀହୋର ନିକଟସ୍ଥିତ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ଲୋକମାନଙ୍କ ସଙ୍ଗେ କଥା କହିଲେ,

4 ମୋଶା ପ୍ରତି ଓ ମିସର ଦେଶରୁ ବହିର୍ଗତ ଇସ୍ରାଏଲସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ, କୋଡ଼ିଏ ବର୍ଷ ବୟସ୍କ ଅବଧି ସମସ୍ତ ଲୋକର ଗଣନା କର।

5 ରୁବେନ୍‍, ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର ରୁବେନର ସନ୍ତାନ ହନୋକଠାରୁ ହନୋକୀୟ ବଂଶ ପଲ୍ଲୂଠାରୁ ପଲ୍ଲୂୟୀୟ ବଂଶ।

6 ହିଷ୍ରୋଣଠାରୁ ହିଷ୍ରୋଣୀୟ ବଂଶ କର୍ମ୍ମିଠାରୁ କର୍ମ୍ମୀୟ ବଂଶ।

7 ଏମାନେ ରୁବେନର ବଂଶ ପୁଣି ଏମାନେ ଗଣା- ଯା'ନ୍ତେ, ତେୟାଳିଶ ହଜାର ସାତ ଶହ ତିରିଶ ଲୋକ ହେଲେ।

8 ପଲ୍ଲୂର ସନ୍ତାନ ଇଲୀୟାବ।

9 ସେହି ଇଲୀୟାବର ସନ୍ତାନ ନମୂୟେଲ ଓ ଦାଥନ୍‍ ଓ ଅବୀରାମ୍‍ କୋରହର ଦଳୀୟ ଲୋକମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରତିକୂଳରେ ବିବାଦ କଲେ, ସେତେବେଳେ ସେମାନଙ୍କ ମଧ୍ୟରୁ ମଣ୍ଡଳୀର ଆହୂତ ଲୋକ ଯେ ଦାଥନ୍‍ ଓ ଅବୀରାମ୍‍ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବିବାଦ କରିଥିଲେ, ସେମାନେ ଏହି ଦୁଇ ଜଣ।

10 ସେହି ସମୟରେ ପୃଥିବୀ ଆପଣା ମୁଖ ମେଲାଇ ସେମାନଙ୍କୁ ଓ କୋରହକୁ ଗ୍ରାସ କଲା, ତହିଁରେ ସେହି ଦଳ ନଷ୍ଟ ହେଲେ, ପୁଣି ଅଗ୍ନି ଦୁଇ ଶହ ପଚାଶ ଜଣକୁ ଦଗ୍ଧ କଲା,ସେମାନେ ଚିହ୍ନ ସ୍ୱରୂପ ହେଲେ।

11 ତଥାପି କୋରହର ସନ୍ତାନମାନେ ମଲେ ନାହିଁ।

12 ଆପଣା ଆପଣା ବଂଶାନୁସାରେ ଶିମୀୟୋନର ସନ୍ତାନ ନମୂୟେଲଠାରୁ ନମୂୟେଲୀୟ ବଂଶ ଯାମୀନଠାରୁ ଯାମୀନୀୟ ବଂଶ ଯାଖୀନଠାରୁ ଯାଖୀନୀୟ ବଂଶ।

13 ସେରହଠାରୁ ସେରହୀୟ ବଂଶ ଶୌଲଠାରୁ ଶୌଲୀୟ ବଂଶ।

14 ଶିମୀୟୋନୀୟ ଏହି ସକଳ ବଂଶ ବାଇଶ ହଜାର ଦୁଇ ଶହ ଲୋକ ଥିଲେ।

15 ଆପଣା ଆପଣା ବଂଶାନୁସାରେ ଗାଦର ସନ୍ତାନ ସିଫୋନଠାରୁ ସିଫୋନୀୟ ବଂଶନ୍ତ ହଗିଠାରୁ ହଗୀୟ ବଂଶ ଶୂନିଠାରୁ ଶୂନୀୟ ବଂଶ।

16 ଓଷ୍ଣିଠାରୁ ଓଷ୍ଣୀୟ ବଂଶ, ଏରିଠାରୁ ଏରୀୟ ବଂଶ।

17 ଅରୋଦିଠାରୁ ଅରୋଦୀୟ ବଂଶ, ଅରେଲିଠାରୁ ଅରେଲୀୟ ବଂଶ।

18 ଗାଦ ସନ୍ତାନମାନଙ୍କର ଏହି ସକଳ ବଂଶ ଗଣାଯା'ନ୍ତେ, ଚାଳିଶ ହଜାର ପାଞ୍ଚ ଶହ ଲୋକ ହେଲେ।

19 ଯିହୁଦାର ପୁତ୍ର ଏର ଓ ଓନନ୍‍ ସେହି ଏର ଓ ଓନନ୍‍ କିଣାନ ଦେଶରେ ମରିଥିଲେ।

20 ଆପଣା ଆପଣା ବଂଶାନୁସାରେ ଯିହୁଦାର ସନ୍ତାନ ଶେଲାଠାରୁ ଶେଲାୟୀୟ ବଂଶ ପେରସଠାରୁ ପେରସୀୟ ବଂଶନ୍ତ ସେରହଠାରୁ ସେରହୀୟ ବଂଶ।

21 ପୁଣି ପେରସର ଏହି ସକଳ ସନ୍ତାନ ହିଷ୍ରୋଣଠାରୁ ହିଷ୍ରୋଣୀୟ ବଂଶନ୍ତ ହାମୂଲଠାରୁ ହାମୂଲୀୟ ବଂଶ।

22 ଯିହୁଦାର ଏହିସବୁ ବଂଶ ଗଣାଯା'ନ୍ତେ, ଛସ୍ତରି ହଜାର ପାଞ୍ଚ ଶହ ଲୋକ ହେଲେ।

23 ଆପଣା ଆପଣା ବଂଶାନୁସାରେ ଇଷାଖରର ସନ୍ତାନନ୍ତ ତୋଲୟଠାରୁ ତୋଲୟୀୟ ବଂଶନ୍ତ ପୂୟଠାରୁ ପୂୟୀୟ ବଂଶ।

24 ଯାଶୂବଠାରୁ ଯାଶୂବୀୟ ବଂଶ ଶିମ୍ରୋଣଠାରୁ ଶିମ୍ରୋଣୀୟ ବଂଶ।

25 ଇଷାଖରର ଏହି ସକଳ ବଂଶ ଗଣାଯା'ନ୍ତେ, ଚଉଷଠି ହଜାର ତିନି ଶହ ଲୋକ ହେଲେ।

26 ଆପଣା ଆପଣା ବଂଶାନୁସାରେ ସବୂଲୂନର ସନ୍ତାନ ସେରଦଠାରୁ ସେରଦୀୟ ବଂଶ ଏଲୋନଠାରୁ ଏଲୋନୀୟ ବଂଶ ଯହଲେଲଠାରୁ ଯହଲେଲୀୟ ବଂଶ।

27 ସବୂଲୂନର ଏହି ସକଳ ବଂଶ ଗଣାଯା'ନ୍ତେ, ଷାଠିଏ ହଜାର ପାଞ୍ଚ ଶହ ଲୋକ ହେଲେ।

28 ଆପଣା ଆପଣା ବଂଶାନୁସାରେ ଯୋଷେଫଙ୍କ ପୁତ୍ର ମନଃଶି ଓ ଇଫ୍ରୟିମ।

29 ମନଃଶିର ସନ୍ତାନ ମାଖୀରଠାରୁ ମାଖରୀୟ ବଂଶ ସେହି ମାଖୀରର ପୁତ୍ର ଗିଲୀୟଦ ସେହି ଗିଲୀୟଦଠାରୁ ଗିଲୀୟଦୀୟ ବଂଶ।

30 ଗିଲୀୟଦର ସନ୍ତାନ ଏମାନେ ଈୟେଷରଠାରୁ ଈୟେଷ୍ରୀୟ ବଂଶ ହେଲକଠାରୁ ହେଲକୀୟ ବଂଶ।

31 ଓ ଅସ୍ରୀୟେଲଠାରୁ ଅସ୍ରୀୟେଲୀୟ ବଂଶ ଓ ଶେଖମଠାରୁ ଶେଖମୀୟ ବଂଶ।

32 ଓ ଶମୀଦାଠାରୁ ଶମୀଦାୟୀୟ ବଂଶ ଓ ହେଫରଠାରୁ ହେଫରୀୟ ବଂଶ।

33 ସେହି ହେଫରର ପୁତ୍ର ଯେ ସଲଫାଦ, ତାହାର ପୁତ୍ର ନ ଥିଲା, କେବଳ କନ୍ୟା ଥିଲା ସେହି ସଲଫାଦର କନ୍ୟାମାନଙ୍କ ନାମ ମହଲା, ନୋୟା, ହଗ୍‍ଲା, ମିଲ୍‍କା ଓ ତିର୍ସା।

34 ଏମାନେ ମନଃଶିର ବଂଶ, ଏମାନଙ୍କର ଗଣିତ ଲୋକ ବାଆନ ହଜାର ସାତ ଶହ ଜଣ।

35 ଆପଣା ଆପଣା ବଂଶାନୁସାରେ ଇଫ୍ରୟିମର ସନ୍ତାନ ଶୂଥଲହଠାରୁ ଶୂଥଲହୀୟ ବଂଶ ବେଖରଠାରୁ ବେଖ୍ରୀୟ ବଂଶ ତହନଠାରୁ ତହନୀୟ ବଂଶ।

36 ପୁଣି ଶୂଥଲହର ସନ୍ତାନ ଏମାନେନ୍ତ ଏରଣଠାରୁ ଏରଣୀୟ ବଂଶ।

37 ଇଫ୍ରୟିମର ସନ୍ତାନମାନଙ୍କ ଏହି ସକଳ ବଂଶ ଗଣାଯା'ନ୍ତେ, ବତିଶ ହଜାର ପାଞ୍ଚ ଶହ ଲୋକ ହେଲେ ଆପଣା ଆପଣା ବଂଶାନୁସାରେ ଏମାନେ ଯୋଷଫର ସନ୍ତାନ।

38 ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନର ସନ୍ତାନ ବେଲାଠାରୁ ବେଲାୟୀୟ ବଂଶ ଅସ୍‍ବେଲଠାରୁ ଅସ୍‍ବେଲୀୟ ବଂଶ ଅହୀରାମଠାରୁ ଅହୀରାମୀୟ ବଂଶ।

39 ଶୂଫମଠାରୁ ଶୂଫମୀୟ ବଂଶ ହୂଫମଠାରୁ ହୂଫମୀୟ ବଂଶ।

40 ପୁଣି ବେଲାର ସନ୍ତାନ ଅର୍ଦ ଓ ନାମାନ ଅର୍ଦଠାରୁ ଅର୍ଦୀୟ ବଂଶ ନାମାନଠାରୁ ନାମାନୀୟ ବଂଶ।

41 ଆପଣା ଆପଣା ବଂଶାନୁସାରେ ଏମାନେ ବିନ୍ୟାମୀନର ସନ୍ତାନ ଏମାନଙ୍କର ଗଣିତ ଲୋକ ପଞ୍ଚଚାଳିଶ ହଜାର ଛଅ ଶହ ଜଣ।

42 ଆପଣା ଆପଣା ବଂଶାନୁସାରେ ଏମାନେ ଦାନର ସନ୍ତାନ ଶୂହମଠାରୁ ଶୂହମୀୟ ବଂଶ ଏମାନେ ଆପଣା ଆପଣା ବଂଶାନୁସାରେ ଦାନର ବଂଶ।

43 ଶୂହମୀୟ ସମସ୍ତ ବଂଶ ଗଣାଯା'ନ୍ତେ, ଚଉଷଠି ହଜାର ଚାରି ଶହ ଲୋକ ହେଲେ।

44 ଆପଣା ଆପଣା ବଂଶାନୁସାରେ ଆଶେରର ସନ୍ତାନ ଯିମ୍ନଠାରୁ ଯିମ୍ନୀୟ ବଂଶନ୍ତ ଯିସ୍‍ବିଠାରୁ ଯିସ୍‍ବୀୟ ବଂଶ ବରୀୟଠାରୁ ବରୀୟୀୟ ବଂଶ।

45 ବରୀୟର ସନ୍ତାନ ଏମାନେ ହେବରଠାରୁ ହେବରୀୟ ବଂଶ ମଲକୀୟେଲଠାରୁ ମଲକୀୟେଲୀୟ ବଂଶ।

46 ଆଶେରର କନ୍ୟାର ନାମ ସାରହ।

47 ଆଶେରର ସନ୍ତାନମାନଙ୍କ ଏହି ସକଳ ବଂଶ ଗଣାଯା'ନ୍ତେ ତେପନ ହଜାର ଚାରି ଶହ ଲୋକ ହେଲେ।

48 ଆପଣା ଆପଣା ବଂଶାନୁସାରେ ନପ୍ତାଲିର ସନ୍ତାନ ଯହସୀୟେଲଠାରୁ ଯହସୀୟେଲୀୟ ବଂଶ ଗୂନିଠାରୁ ଗୂନୀୟ।

49 ଯେତ୍ସରଠାରୁ ଯେତ୍ସରୀୟ ବଂଶନ୍ତ ଶିଲ୍ଲେମଠାରୁ ଶିଲ୍ଲେମୀୟ ବଂଶ।

50 ଆପଣା ଆପଣା ବଂଶାନୁସାରେ ଏହି ସକଳ ନପ୍ତାଲିର ବଂଶ ଏମାନଙ୍କର ଗଣିତ ଲୋକ ପଞ୍ଚଚାଳିଶ ହଜାର ଚାରି ଶହ ଜଣ।

51 ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ଲୋକମାନଙ୍କର ସଂଖ୍ୟା ଛଅ ଲକ୍ଷ ଏକ ହଜାର ସାତ ଶହ ତିରିଶ ଥିଲା।

52 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,

53 ନାମସଂଖ୍ୟାନୁସାରେ ଅଧିକାର ନିମନ୍ତେ ଏମାନଙ୍କ ମଧ୍ୟରେ ଦେଶ ବିଭକ୍ତ ହେବ।

54 ଯାହାର ଲୋକ ବହୁତ, ତୁମ୍ଭେ ତାହାକୁ ବହୁତ ଅଧିକାର ଦେବ, ପୁଣି ଯାହାର ଲୋକ ଅଳ୍ପ, ତୁମ୍ଭେ ତାହାକୁ ଅଳ୍ପ ଅଧିକାର ଦେବ, ଯାହାର ଯେତେ ଗଣିତ ଲୋକ, ତାହାକୁ ସେତେ ଅଧିକାର ଦିଆଯିବ।

55 ତଥାପି ଗୁଲିବାଣ୍ଟ ଦ୍ୱାରା ଦେଶ ବିଭକ୍ତ ହେବ ସେମାନେ ଆପଣା ଆପଣା ପିତୃବଂଶ ନାମାନୁସାରେ ଅଧିକାର ପାଇବେ।

56 ବହୁତ ଓ ଅଳ୍ପ ଲୋକଙ୍କ ମଧ୍ୟରେ ଗୁଲିବାଣ୍ଟ ଅନୁସାରେ ସେମାନଙ୍କର ଅଧିକାର ବିଭକ୍ତ ହେବ।

57 ଆପଣା ଆପଣା ବଂଶାନୁସାରେ ଏମାନେ ଲେବୀୟମାନଙ୍କ ମଧ୍ୟରୁ ଗଣିତ ହେଲେନ୍ତ ଗେର୍ଶୋନଠାରୁ ଗେର୍ଶୋନୀୟ ବଂଶନ୍ତ କହାତ୍‍ଠାରୁ କହାତୀୟ ବଂଶ ମରାରିଠାରୁ ମରାରୀୟ ବଂଶ।

58 ଲେବୀୟ ବଂଶ ଏହି ଲିବ୍‍ନୀୟ ବଂଶ, ହିବ୍ରୋଣୀୟ ବଂଶ, ମହଲୀୟ ବଂଶ, ମୂଶୀୟ ବଂଶ, କୋରହୀ ବଂଶ।

59 ସେହି କହାତର ପୁତ୍ର ଅମ୍ରମ୍‍ ସେହି ଅମ୍ରମର ଯୋକେବଦ ନାମ୍ନୀ ଭାର୍ଯ୍ୟା ମିସର ଦେଶରେ ଲେବୀର ଔରସଜାତା କନ୍ୟା ଥିଲା ସେ ଅମ୍ରମର ଔରସରେ ହାରୋଣ ଓ ମୋଶା ଓ ସେମାନଙ୍କ ଭଗିନୀ ମରୀୟମଙ୍କୁ ପ୍ରସବ କଲା।

60 ହାରୋଣଠାରୁ ନାଦବ ଓ ଅବୀହୂ, ପୁଣି ଇଲୀୟାସର ଓ ଈଥାମର ଜନ୍ମିଲେ।

61 ମାତ୍ର ନାଦବ୍‍ ଓ ଅବୀହୂ ସଦାପ୍ରଭୁଙ୍କ ସମ୍ମୁଖରେ ଇତର ଅଗ୍ନି ଉତ୍ସର୍ଗ କରନ୍ତେ ମଲେ।

62 ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଲୋକ ଗଣାଯା'ନ୍ତେ, ତେଇଶ ହଜାର ଜଣ ହେଲେ କାରଣ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେମାନଙ୍କୁ କୌଣସି ଅଧିକାର ଦତ୍ତ ନୋହିବାରୁ ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ।

63 ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ- ପଦାରେ ଇସ୍ରାଏଲ-ସନ୍ତାନଗଣର ଗଣନାକାରୀ ମୋଶା ଓ ଇଲୀୟାସର ଯାଜକ ଦ୍ୱାରା ଏସମସ୍ତେ ଗଣାଗଲେ।

64 ମାତ୍ର ସୀନୟ-ପ୍ରାନ୍ତରରେ ଇସ୍ରାଏଲ-ସନ୍ତାନଗଣର ଗଣନାକାରୀ ମୋଶା ଓ ହାରୋଣ ଯାଜକ ଦ୍ୱାରା ଯେଉଁମାନେ ଗଣିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଏମାନଙ୍କ ମଧ୍ୟରେ ନ ଥିଲା।

65 କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ, ସେମାନେ ଅବଶ୍ୟ ଏହି ପ୍ରାନ୍ତରରେ ମରିବେ ଏହେତୁ ସେମାନଙ୍କ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ଛଡ଼ା ଏକ ଜଣ ହିଁ ଅବଶିଷ୍ଟ ରହିଲା ନାହିଁ।