1 ମେଷଶାବକ ଯେତେବେଳେ ସପ୍ତମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ସ୍ୱର୍ଗରେ ପ୍ରାୟ ଅର୍ଦ୍ଧ ଘଟିକା ପର୍ଯ୍ୟନ୍ତ ନୀରବତା ବିରାଜିତ ହେଲା |।
2 ତତ୍ପରେ ମୁଁ ଈଶ୍ୱରଙ୍କ ସମ୍ମୁଖରେ ଦଣ୍ଡାୟମାନ ସପ୍ତ ଦୂତଙ୍କୁ ଦେଖିଲି, ସେମାନଙ୍କୁ ସପ୍ତ ତୂରୀ ଦତ୍ତ ହେଲା |।
3 ସେଥିରେ ଆଉ ଜଣେ ଦୂତ ଆସି ବେଦୀ ନିକଟରେ ଠିଆ ହେଲେ, ତାହାଙ୍କ ହସ୍ତରେ ସୁବର୍ଣ୍ଣ ଧୂପାଚୀ ଥିଲା, ପୁଣି ସିଂହାସନ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦୀ ଉପରେ ସମସ୍ତ ସାଧୁମାନଙ୍କ ପ୍ରାର୍ଥନା ସହିତ ଯୋଗ କରିବା ନିମନ୍ତେ ତାହାଙ୍କୁ ପ୍ରଚୁର ଧୂପ ଦିଆଗଲା |।
4 ସେଥିରେ ଦୂତଙ୍କ ହସ୍ତରୁ ଧୂପର ଧୂମ ସାଧୁମାନଙ୍କ ପ୍ରାର୍ଥନା ସହ ଈଶ୍ୱଙ୍କ ସମ୍ମୁଖରେ ଉତ୍ଥିତ ହେଲା |।
5 ପରେ ସେହି ଦୂତ ଧୂପାଚୀ ଘେନି ବେଦୀର ଅଗ୍ନିରେ ତାହାପୁର୍ଣ୍ଣ କରି ପୃଥିବୀ ଉପରେ ପକାଇଦେଲେ | ସେଥିରେ ବଜ୍ରଧ୍ୱନୀ, ବିଭିନ୍ନ ସ୍ୱର, ବିଦ୍ୟୁତ୍ ଓ ଭୁମିକମ୍ପ ହେଲା |।
6 ସେତେବେଳେ ସପ୍ତ ତୂରୀଧାରୀ ସପ୍ତ ଦୂତ ତୂରୀଧ୍ୱନି କାରିବାକୁ ପ୍ରସ୍ତୁତ ହେଲେ |।
7 ପ୍ରଥମ ଦୂତ ତୂରୀଧ୍ୱନି କରନ୍ତେ ରକ୍ତମିଶ୍ରିତ ଶିଳା ଓ ଅଗ୍ନି ଉପସ୍ଥିତ ହୋଇ ପୃଥିବୀରେ ନିକ୍ଷିପ୍ତ ହେଲା; ସେଥିରେ ପୃଥିବୀ ଓ ବୃକ୍ଷସମୂହର ତୃତୀୟାଂଶ ପୁଣି ସମସ୍ତ ହରିଦ୍ ବର୍ଣ୍ଣ ତୃଣ ଦଗ୍ଧ ହେଲା |।
8 ଦ୍ୱିତୀୟ ଦୂତ ତୂରୀଧ୍ୱନି କରନ୍ତେ ଯେପରି ଅଗ୍ନିପ୍ରଜ୍ୱଳିତ ଗୋଟିଏ ପ୍ରକାଣ୍ଡ ପର୍ବତ ସମୁଦ୍ରରେ ନିକ୍ଷିପ୍ତ ହେଲା; ସେଥିରେ ସମୁଦ୍ରର ତୃତୀୟାଂଶ ଜଳ ରକ୍ତମୟ ହୋଇଗଲା,
9 ପୁଣି ସମୁଦ୍ରରେ ଥିବା ଜୀବମାନଙ୍କର ତୃତୀୟାଂଶ ମଲେ ଓ ଜାହାଜର ତୃତୀୟାଂଶ ବିନଷ୍ଟ ହେଲା |।
10 ତୃତୀୟ ଦୂତ ତୂରୀଧ୍ୱନି କରନ୍ତେ ଅଗ୍ନିଶିଖା ପରି ପ୍ରଜ୍ୱଳିତ ଗୋଟିଏ ବୃହତ୍ ନକ୍ଷତ୍ର ଆକାଶରୁ ସ୍ଖଳିତ ହୋଇ ନଦୀସମୂହର ତୃତୀୟାଂଶ ଓ ନିର୍ଝରଗୁଡ଼ିକ ଉପରେ ପତିତ ହେଲା;
11 ସେହି ନକ୍ଷତ୍ରର ନାମ ନାଗଦଅଣା | ସେଥିରେ ଜଳର ତୃତୁୟଂଶ ନାଗଦଅଣା ହେଲା, ଆଉ ଅନେକ ଲୋକ ସେହି ଜଳ ହେତୁ ମଲେ, କାରଣ ତାହା ତିକ୍ତ କରାଯାଇଥିଲା |।
12 ଚତୁର୍ଥ ଦୂତ ତୂରୀଧ୍ୱନି କରନ୍ତେ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରସମୂହର ତୃତୀୟାଂଶ ଆଘାତ ପ୍ରାପ୍ତ ହେବାରୁ ସେସମସ୍ତର ତୃତୀୟାଂଶ ଅନ୍ଧକାରମୟ ହେଲା, ଦିବସର ତୃତୀୟାଂଶ ଆଲୋକରୋହିତ ହଲା ଓ ରାତ୍ରୀ ମଧ୍ୟ ତଦ୍ ରୂପ ହେଲା |।
13 ପରେ ମୁଁ ଦୃଷ୍ଟିପାତ କଲି, ଆଉ ଆକାଶର ମଧ୍ୟଭାଗରେ ଉଡ଼ୁଥିବା ଗୋଟିଏ ଉତ୍କ୍ରୋଶପକ୍ଷୀ ଉଚ୍ଚ ସ୍ୱରରେ ଏହା କହୁଥିବା ଶୁଣିଲି, ହାୟ, ହାୟ, ହାୟ, ପୃଥିବୀନିବାସୀମାନେ ସନ୍ତାପର ପାତ୍ର, କାରଣ ଆହୁରି ତିନି ଜଣ ଦୂତ ତୂରୀଧ୍ୱନି କରିବାକୁ ଯାଉଅଛନ୍ତି |।