1 ମୁଁ ଈଶ୍ୱରଙ୍କ ସାକ୍ଷାତରେ,ଆଉ ଯେଉଁ ଖ୍ରୀଷ୍ଟ ଜୀବିତ ଓ ମୃତ ଉଭୟଙ୍କର ବିଚାର କରିବାକୁ ଯାଉଅଛନ୍ତି,ତାହାଙ୍କ ପୁନରାଗମନ ଓ ରାଜ୍ୟର ଶପଥ ଦେଇ ତୁମ୍ଭକୁ ଦୃଢ଼ ଆଜ୍ଞା ଦେଉଅଛି,
2 ବାକ୍ୟ ପ୍ରଚାର କର,ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ,ପୁର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର,ପୁଣି ଧମକ ଓ ଉତ୍ସାହଦାନ କର |।
3 କାରଣ ସମୟ ଆସିବ,ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ,ମାତ୍ର ଶ୍ରୁତିମଧୁର କଥାରେ ସନ୍ତୁଷ୍ଟ ହୋଇ ଅଭିଳାଷାନୁସାରେ ଆପଣାମାନଙ୍କ ନିମନ୍ତେ ବହୁ ସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ,
4 ପୁଣି ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ |।
5 କିନ୍ତୁ ତୁମ୍ଭେ ସମସ୍ତ ବିଷୟରେ ସଚେତନ ହୁଅ,କ୍ଲେଶ ସହ୍ୟ କର,ସୁସମାଚାର ପ୍ରଚାରକର କାର୍ଯ୍ୟ ସାଧନ କର,ତୁମ୍ଭ ସେବାର କାର୍ଯ୍ୟ ସମ୍ପନ୍ନ କର।
6 କାରଣ ଏବେହେଁ ମୋହର ପ୍ରାଣ ଆହୁତି ପରି ଢଳାଯାଉଅଛି,ମୋହର ମହା ପରାୟଣର ସମୟ ଉପସ୍ଥିତ |।
7 ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି,ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି,ମୁଁ ବିଶ୍ୱାସ ରକ୍ଷା କରିଅଛି;
8 ଅଦ୍ୟାବଧି ମୋ ନିମନ୍ତେ ଧାର୍ମିକତାର ମୁକୁଟ ଦିଆଯାଇଛି,ତାହା ସେହି ମହାଦିନରେ ନ୍ୟାୟବାନ୍ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ,ପୁଣି କେବଳ ମୋତେ ନୁହେଁ,ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ପ୍ରିୟଜ୍ଞାନ କରନ୍ତି,ସେସମସ୍ତଙ୍କୁ ଦେବେ |।
9 ଶୀଘ୍ର ମୋ ନିକଟକୁ ଆସିବାକୁ ଯତ୍ନ କର;
10 କାରଣ ଦୀମା ଏହି ବର୍ତ୍ତମାନ ସଂସାରକୁ ପ୍ରେମ କରି ମୋତେ ପରିତ୍ୟାଗ କରିଅଛି ଓ ଥେସଲନିକିକୁ ଯାଇଅଛି କ୍ରେନକେସ୍ ଗାଲାତିଆକୁ ଓ ତିତସ୍ ଦଲୁତିଆକୁ ଯାଇଅଛନ୍ତି |।
11 କେବଳ ଲୁକ ମୋ ସହିତ ଅଛନ୍ତି |ମାର୍କଙ୍କୁ ତୁମ୍ଭ ସଙ୍ଗରେ ଘେନି ଆସ,କାରଣ ମୋହର ସେବା ନିମନ୍ତେ ସେ ଉପକାରୀ |।
12 ତୁଖିକଙ୍କୁ ମୁଁ ଏଫିସକୁ ପଠାଇଅଛି।
13 ତ୍ରୋୟାରେ କାର୍ପଙ୍କ ପାଖରେ ମୁଁ ଯେଉଁ ଉତ୍ତରିୟ ବସ୍ତ୍ର ଛାଡ଼ି ଆସିଅଛି,ତୁମ୍ଭେ ଆସିବା ସମୟରେ ତାହା ଏବଂ ପୁସ୍ତକ ଗୁଡ଼ିକ,ବିଶେଷତଃ ଚର୍ମ ପୁସ୍ତକଗୁଡ଼ିକ ଆଣିବ |।
14 କଂସାରୀ ଆଲେକ୍ ଜାଣ୍ଡର ମୋହର ବହୁତ ଅନିଷ୍ଟ କରିଅଛି;ପ୍ରଭୁ ତାହାର କର୍ମଅନୁସାରେ ତାହାକୁ ପ୍ରତିଫଳ ଦେବେ;
15 ତୁମ୍ଭେ ମଧ୍ୟ ତାହାଠାରୁ ସାବଧାନ ଥାଅ,କାରଣ ସେ ଆମ୍ଭମାନଙ୍କ ବାକ୍ୟର ଘୋର ପ୍ରତିରୋଧ କରିଥିଲା |।
16 ମୋହର ପ୍ରଥମ ଆତ୍ମପକ୍ଷସମର୍ଥନ ସମୟରେ କେହି ମୋହର ସପକ୍ଷ ହେଲେ ନାହିଁ,ମାତ୍ର ସମସ୍ତେ ମୋତେ ପରିତ୍ୟାଗ କଲେ;ଏହା ସେମାନଙ୍କ ବିରୁଦ୍ଧରେ ଗଣିତ ନ ହେଉ |।
17 କିନ୍ତୁ ପ୍ରଭୁ ମୋହର ସପକ୍ଷ ହୋଇ ମୋତେ ବଳବାନ୍ କଲେ,ପୁଣି ମୁଁ ସିଂହ ମୁଖରୁ ରକ୍ଷା ପାଇଲି,ଯେପରି ମୋ ଦ୍ୱାରା ସୁସମାଚାର ସମ୍ପୁର୍ଣ୍ଣରୂପେ ପ୍ରଚାରିତ ହୋଇ ପାରେ ଓ ବିଜାତିସମସ୍ତେ ତାହା ଶ୍ରବଣ କରି ପାରନ୍ତି;
18 ପ୍ରଭୁ ମୋତେ ସମସ୍ତ ମନ୍ଦ କର୍ମରୁ ଉଦ୍ଧାର କରିବେ ଏବଂ ମୋତେ ରକ୍ଷା କରି ଆପଣା ସ୍ୱର୍ଗୀୟ ରାଜ୍ୟରେ ପ୍ରବେସ କରାଇବେ;ଯୁଗେ ଯୁଗେ ତାହାଙ୍କର ମହିମା ହେଉ |ଆମେନ୍ |।
19 ପ୍ରିସ୍କା ଓ ଆକ୍ୱିଲା ପୁଣି ଅନୀସିଫରଙ୍କ ପରିବାରକୁ ମୋହର ନମସ୍କାର ଜଣାଅ |।
20 ଏରାଷ୍ଟ କରିନ୍ଥରେ ରହିଅଛନ୍ତି,କିନ୍ତୁ ତ୍ରଫିମ୍ ପୀଡ଼ିତ ହେବାରୁ ମୁଁ ତାହାଙ୍କୁ ମିଲିତରେ ଛାଡ଼ିଦେଇ ଆସିଅଛି |।
21 ତୁମ୍ଭେ ଶୀତକାଳ ପୁର୍ବରୁ ଆସିବାକୁ ଯତ୍ନ କର |ଇଉବୁଲ୍,ପୁଦେନସ୍,ଲିନ କ୍ଲୌଦିୟା ଓ ଭାଇମାନେ ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି |।
22 ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ |ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ |।