1 ପାଉଲ, ଈଶ୍ୱରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ବିଶ୍ଵାସର ସହଭାଗିତା ଅନୁସାରେ ଯଥାର୍ଥ ପୁତ୍ର ତିତସଙ୍କ ନିକଟକୁ ପତ୍ର ଲେଖୁଅଛି;
2 ଈଶ୍ୱରଙ୍କ ମନୋନିତ ଲୋକମାନେ ଅନନ୍ତ ଜୀବନର ଭରସା ପ୍ରାପ୍ତ ହୋଇ ଯେପରି ବିଶ୍ଵାସ ଓ ଭକ୍ତି ସଂଗତ ସତ୍ୟ ଜ୍ଞାନାରେ ବୃଦ୍ଧି ପାଆନ୍ତି, ଏଥି ନିମନ୍ତେ ମୁଁ ପ୍ରେରିତ ହୋଇଅଛି;
3 ସେହି ଅନନ୍ତ ଜୀବନ ସତ୍ୟବାଦୀ ଈଶ୍ୱର, ଅନାଦିକଳ ପୁର୍ବେ ପ୍ରତିଜ୍ଞା କରି ଯଥା ସମୟରେ ଆପଣା ବାକ୍ୟ ପ୍ରଚାର ଦ୍ୱାରା ପ୍ରକାଶ କଲେ; ସେହି ବାକ୍ୟ ପ୍ରଚାର କରିବାର ଭାର ଆମ୍ଭମାନଙ୍କ ଆଜ୍ଞାନୁସାରେ ମୋଠାରେ ସମର୍ପିତ ହୋଇଅଛି |।
4 ପିତା ଈଶ୍ୱର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ |।
5 ଅସମ୍ପୁର୍ଣ୍ଣ କାର୍ଯ୍ୟ ସବୁ ସମ୍ପୁର୍ଣ୍ଣ କରିବାକୁ ପୁଣି ମୋହର ଆଦେଶାନୁସାରେ ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ ମୁ କ୍ରିତିରେ ତୁମ୍ଭକୁ ଛାଡ଼ି ଆସିଲି;
6 ଯେଉ ବ୍ୟକ୍ତି ନିର୍ଦୋଶ ଓ ଏକ ସ୍ତ୍ରୀର ସ୍ୱାମୀ, ଯାହାଙ୍କ ସନ୍ତାନମାନେ ବିଶ୍ୱାସୀ ଅଟନ୍ତି ଓ କଦାଚରଣ ବିଷୟରେ ଅପବାଦିତ କିମ୍ବା ଅବାଧ୍ୟ ନୁହନ୍ତି, ତାହାଙ୍କୁ ନିଯୁକ୍ତ କର |।
7 କାରଣ ଅଧକ୍ଷଙ୍କ ଈଶ୍ୱରଙ୍କ ବେବର୍ତ୍ତା ସ୍ୱରୁପେ ନିର୍ଦୋଷ ହେବା ଆବଶ୍ୟକ; ସେ ସେଚ୍ଛାଚାରୀ କି ଆଶୁକ୍ରୋଧୀ କି ମଦ୍ୟପାୟୀ କି ବିବାଦପ୍ରିୟ କି କୁତ୍ସିତ ଧନଲୋଭର ଅଭିଳାଷୀ ନ ହୋଇ ଅତିଥ୍ୟ ପ୍ରିୟ,
8 ଉତ୍ତମ ବିଷୟର ଅନୁରାଗୀ, ସୁବୁଦ୍ଧି, ନ୍ୟାୟପରାୟଣ, ସାଧୁ ଓ ମିତାଚାରୀ ହେଉନ୍ତୁ,
9 ପୁଣି ଯେପରି ସେ ହିତଜନକ ଶିକ୍ଷାଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥି ନିମନ୍ତେ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ୱାସଯୋଗ୍ୟ ଦୃଢ ଭାବରେ ଧରନ୍ତୁ |।
10 କାରଣ ଅନେକେ ଅବାଧ୍ୟ ଲୋକ,ଅସାର ବକ୍ୟବାଦୀ ଓ ପ୍ରବଞ୍ଚକ ଅଛନ୍ତି, ବିଶେଷରେ ସୁନ୍ନତ ପ୍ରାପ୍ତ ଲୋକମାନଙ୍କ ମଧ୍ୟରେ ଅଛନ୍ତି;
11 ସେମାନଙ୍କର ମୁଖ ବନ୍ଦ କରିବାର ଆବଶ୍ୟକ | ସେମାନେ କୁତ୍ସିତ ଧନଲାଭ ନିମନ୍ତେ ଅନୁପଯୁକ୍ତ ଶିକ୍ଷା ଦେଇ ଗୋଟିଏ ଗୋଟିଏ ପରିବାରକୁ ସମ୍ପୁର୍ଣ୍ଣ ରୁପେ ପଥ ଭ୍ରଷ୍ଟ କରନ୍ତି।
12 ସେମାନଙ୍କର ଜଣେ, ସେମାନଙ୍କର ସ୍ୱଜାତିୟ ଭାବବାଦୀ, କହିଅଛନ୍ତି, କ୍ରୀତିବାସିମାନେ ସର୍ବଦା ମିଥ୍ୟାବାଦୀ, ହିଂସ୍ରକ ପଶୁତୁଲ୍ୟ ଓ ଅଳାସୁଆ ପେଟୁକ ଅଟନ୍ତି |।
13 ଏହି ସାକ୍ଷ ସତ୍ୟ | ଏଣୁ ସେମାନେ ଯେପରି ଯିହୁହୀୟ କଳ୍ପିତ ଗଳ୍ପ ପୁଣି ସତ୍ୟରୁ ବିମୁଖ ହୋଇଥିବା ଲୋକମାନଙ୍କ ଆଜ୍ଞା ପ୍ରତି ମନୋଯୋଗୀ ନ ହୋଇ ବିଶ୍ୱାସରେ ସବଳ ହୁଅନ୍ତି,
14 ଏଥି ପାଇଁ ସେମାନଙ୍କୁ ଦୃଢ ରୁପେ ଅନୁଯୋଗ କର |।
15 ଶୁଚି ଲୋକମାନଙ୍କ ନିମନ୍ତେ ସମସ୍ତ ହି ସୁଚି; କିନ୍ତୁ କଲୁଷିତ ଓ ଅବିଶ୍ୱାସୀମାନଙ୍କ ନିମନ୍ତେ କୌଣସି ବିଷୟ ସୁଚି ନୁହେ | ବଂର ସେମାନଙ୍କ ମନ ଓ ବିବେକ ଉଭୟ ହିଁ କଲୁଷିତ |।
16 ସେମାନେ ଈଶ୍ୱରଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରନ୍ତି; ସେମାନେ ଘୃଣ୍ୟ ଓ ଅବାଧ୍ୟ ପୁଣି ସମସ୍ତ ସତ୍କର୍ମର ଅଯୋଗ୍ୟ |।