1 ସେଥିରେ ଆଗ୍ରିପ୍ପା ପାଉଲଙ୍କୁ କହିଲେ, ତୁମ୍ଭକୁ ଆପଣା ସପକ୍ଷରେ କଥା କହିବା ନିମନ୍ତେ ଅନୁମତି ଦିଆଗଲା | ସେଥିରେ ପାଉଲ ହସ୍ତ ବିସ୍ତାର କରି ଆପଣା ପକ୍ଷସମର୍ଥନ କରିବାକୁ ଲାଗିଲେ,
2 ହେ ରାଜନ୍ ଆଗ୍ରିପ୍ପା, ଯିହୁଦୀମାନେ ମୋ ବିରୁଦ୍ଧରେ ମୋ ବିରୁଦ୍ଧରେ ଯେ ସମସ୍ତ ଅଭିଯୋଗ କରୁଅଛନ୍ତି, ସେ ସମ୍ବନ୍ଧରେ ମୁଁ ଯେ ଆପଣଙ୍କ ଛାମୁରେ ଆତ୍ମପକ୍ଷ ସମର୍ଥନ କରିବାକୁ ସୁଯୋଗ ପାଇଅଛି,
3 ବିଶେଷରେ ଏହି କାରଣରୁ ଯେ, ଆପଣ ଯିହୁଦୀମାନଙ୍କ ମଧ୍ୟରେ ପ୍ରଚଳିତ ସମସ୍ତ ରୀତିନୀତି ଓ ମତାମତ ସମ୍ବନ୍ଧରେ ନିପୁଣ ଅଟନ୍ତି; ଏଥିପାଇଁ ଧୈର୍ଯ୍ୟ ଧରି ମୋହର କଥା ଶୁଣିବା ନିମନ୍ତେ ମୁଁ ଆପଣଙ୍କୁ ବିନତି କରୁଅଛି |।
4 ଜୌବନକାଳାବଧି ଆଦ୍ୟରୁ ସ୍ବଜାତି ମଧ୍ୟରେ ଓ ଜିରୁଶାଲେମରେ ମୋହର ଆଚାରବ୍ୟବହାର ଯିହୁଦୀମାନେ ସମସ୍ତେ ଜାଣନ୍ତି;
5 ସେମାନେ ମୋତେ ପ୍ରଥମରୁ ଜାଣିଥିବାରୁ ଯଦି ଇଚ୍ଛା କରନ୍ତି, ତେବେ ସାକ୍ଷ ଦେଇ ପାରନ୍ତି ଯେ, ମୁଁ ଆମ୍ଭମାନଙ୍କ ଧର୍ମର ସର୍ବାପେକ୍ଷା କଠୋର ମତ ଅନୁସାରେ ଫାରୁଶୀ ହୋଇ ଜୀବନ ଯାପନ କଲି |।
6 ପୁଣି ଆମ୍ଭମାନଙ୍କ ପିତୃପୁରୁଷଙ୍କ ନିକଟରେ ଇଶ୍ବର ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞାର ପ୍ରତ୍ୟାଶା ନିମନ୍ତେ ମୁଁ ବିଚାରିତ ହେବା ପାଇଁ ଏବେ ଠିଆଅଛି |।
7 ଆମ୍ଭମାନଙ୍କ ଦ୍ବାଦଶ ଗୋଷ୍ଠୀ ସେହି ପ୍ରତିଜ୍ଞାର ଫଳ ପ୍ରାପ୍ତି ଆଶାରେ ଦିବାରାତ୍ର ଏକାଗ୍ର ଚିତ୍ତରେ ଈଶ୍ବରଙ୍କ ସେବା କରୁଅଛନ୍ତି |ହେ ରାଜନ, ସେହି ପ୍ରତ୍ୟାଶା ହେତୁ ମୁଁ ଯିହୁଦୀମାନଙ୍କ ଦ୍ବାରା ଅଭିଯୁକ୍ତ ହେଉଅଛି |।
8 ଏଶ୍ବର ଯେ ମୃତମାନଙ୍କୁ ଉଠାନ୍ତି, ତାହା କାହିଁକି ଆପଣମାନଙ୍କ ବିଚାରରେ ଅବିଶ୍ବାସ୍ୟ ବୋଲି ବୋଧ ହୁଏ?
9 ନାଜରିତିୟ ଯୀଶୁଙ୍କ ନାମ ବିରୁଦ୍ଧରେ ମୋହର ଅନେକ କାର୍ଯ୍ୟ କରିବା ଯେ କର୍ତ୍ତବ୍ୟ ଏହା ମୁଁ ନିଜେ ମନେ କରିଥିଲି |।
10 ଆଉ, ଯିରୁଶାଲମରେ ମୁଁ ଏହା ମଧ୍ୟ କରିଥିଲି, ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇ ସାଧୁମାନଙ୍କ ମଧ୍ୟରୁ ଅନେକଙ୍କୁ କାରାଗାରରେ ବନ୍ଦ କରିଥିଲି, ପୁଣି, ସେମାନଙ୍କ ପ୍ରାଣଦଣ୍ଡ ସମୟରେ ମୁଁ ମଧ୍ୟ ସେମାନଙ୍କ ବିରୁଦ୍ଧରେ ମୋହର ମତ ଦେଇଥିଲି,
11 ଆଉ ସମସ୍ତ ସମାଜ ଗୃହରେ ଥରକୁ ଥର ସେମାନଙ୍କ ଶାସ୍ତି ଦେଇ ଯୀଶୁଙ୍କ ନିନ୍ଦା କରିବା ନିମନ୍ତେ ସେମାନଙ୍କୁ ବାଧ୍ୟ କରୁଥିଲି, ପୁଣି ସେମାନଙ୍କ ବିରୁଦ୍ଧରେ ଅତ୍ୟନ୍ତ ଉନ୍ନତ୍ତ ହୋଇ ବିଦେଶୀୟ ନଗରଗୁଡିକ ପର୍ଯ୍ୟନ୍ତ ସୁଧା ସେମାନଙ୍କୁ ତାଡନା କରୁଥିଲି |।
12 ଏହି ଉଦେଶ୍ୟରେ ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ଓ ଆଜ୍ଞାପତ୍ର ଘେନି ଦମ୍ମେସକକୁ ଯାଉଥିବା ସମୟରେ,
13 ହେ ରାଜନ୍, ମଧ୍ୟାହ୍ନ କାଳରେ ପଥ ମଧ୍ୟରେ ଆକାଶରୁ ସୁର୍ଯଠାରୁ ଅଧିକ ତେଜୋମୟ ଆଲୋକ ମୋହର ଓ ମୋ' ସହଯାତ୍ରୀମାନଙ୍କ ଚାତୁର୍ଦିଗରେ ପ୍ରକାଶମାନ ହେବାର ଦେଖିଲି |।
14 ଆମ୍ଭେମାନେ ସମସ୍ତେ ଭୁମିରେ ପଡିଯାଆନ୍ତେ, ମୁଁ ଏବ୍ରି ଭାଷାରେ ମୋ, ପ୍ରତି ଏହି ବାଣୀ ଶୁଣିଲି, ପାଉଲ, ଶାଉଲ, କାହିଁକି ଆମ୍ଭକୁ ତାଡନା କରୁଅଚ୍ଛ? ପାନ୍ଚଣ କଣ୍ଟାମୁନରେ ଗଇଠା ମାରିବା ତୁମ୍ଭ ପକ୍ଷରେ କଷ୍ଟକର |।
15 ସେଥିରେ ମୁଁ କହିଲି, ପ୍ରଭୁ, ଆପଣ କିଏ ତେଣୁ ପ୍ରଭୁ କହିଲେ ଯେଉଁ ଯୀଶୁଙ୍କୁ ତୁମ୍ଭେ ତାଡନା କରୁଅଛ, ଆମ୍ଭେ ସେହି |।
16 କିନ୍ତୁ ଉଠ, ପାଦରେ ଭରା ଦେଇ ଠିଆ ହୁଆ, କାରଣ ଆମ୍ଭେ ତୁମ୍ଭକୁ ଆମ୍ଭର ସେବକ, ଆଉ ତୁମ୍ଭେ ଆମ୍ଭର ଯେଉଁ ଯେଉଁ ଦର୍ଶନ ପାଇଅଛ ଓ ପାଇବ, ସେହି ସମସ୍ତ ବିଷୟର ଶାକ୍ଷୀସ୍ବରୁପେ ମୋନିତ କରିବା ଉଦ୍ଦେଶ୍ୟରେ ତୁମ୍ଭକୁ ଦର୍ଶନ ଦେଇଅଛୁ |।
17 ସ୍ବଜାତି ଓ ବିଜାତିମାନେ ଯେପରି ଅନ୍ଧକାରରୁ ଆଲୋକ ପ୍ରତି ଓ ଶୟତାନର ଶକ୍ତିରୁ ଈଶ୍ବରଙ୍କ ପ୍ରତି ଫେରନ୍ତି, ପୁଣି ପାପକ୍ଷମା ଓ ଆମ୍ଭଠାରେ ବିଶ୍ବାଶ ଦ୍ବାରା ପବିତ୍ରକୃତ ଲୋକମାନଙ୍କ ମଧ୍ୟରେ ଅଧିକାର ପ୍ରାପ୍ତ ହୁଅନ୍ତି,
18 ସେଥିପାଇଁ ସେମାନଙ୍କ ଚକ୍ଷୁ ଉନ୍ମୋଚନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ସେମାନଙ୍କ ନିକଟକୁ ପଥାଉଅଛୁ, ଆଉ ଆମ୍ଭେ ତୁମ୍ଭକୁ ସେମାନଙ୍କଠାରୁ ରକ୍ଷା କରିବୁ |।
19 ଅତଏବ, ହେ ରାଜନ ଆଗ୍ରିପ୍ପା ମୁଁ ସେହି ସ୍ବର୍ଗିଅ ଦର୍ଶନର ଅବାଧ୍ୟ ହେଲି ନାହି,
20 କିନ୍ତୁ ପ୍ରଥମେ ଦମ୍ମେସକର ଓ ଯି ରୁଶାଲାମର ଲୋକମାନଙ୍କ ନିକଟରେ, ପରେ ଯିହୁଦା ପ୍ରଦେଶର ସମସ୍ତ ଅଂଚଳରେ, ପୁଣି ବିଜାତିମାନଙ୍କ ନିକଟରେ ମଧ୍ୟ ପ୍ରଚାର କରିବାକୁ ଲାଗିଲି, ଯେପରି ସେମାନେ ମନପରିବର୍ତ୍ତନ କରିଈଶ୍ବରଙ୍କ ପ୍ରତି ଫେରିଆସନ୍ତି ଓ ମନପରିବର୍ତ୍ତନର ଉପଯୁକ୍ତ କାର୍ଯ୍ୟ କରନ୍ତି |।
21 ଏହି କାରଣରୁ ଯିହୁଦିମାନେ ମନ୍ଦିରର ମଧ୍ୟରେ ମୋତେ ଧରି ବଧ କରିବାକୁ ଚେଷ୍ଟା କରୁଥିଲେ |।
22 ଅତଏବ, ଈଶ୍ବରଙ୍କଠାରୁ ସାହାଯ୍ୟ ପ୍ରାପ୍ତ ହୋଇ ମୁଁ ଆଜି ପର୍ଯ୍ୟନ୍ତ କ୍ଷୁଦ୍ର ଓ ମହାନ୍ ସମସ୍ତଙ୍କ ନିକଟରେ ଶାକ୍ଷ ଦେଇ ଆସୁଅଛି, ପୁଣି ଭାବବାଦୀମାନେ ଓ ମୋଷା ଯାହା ଯାହା ଘଟିବ ବୋଲି କହିଅଛନ୍ତି, ସେହିସବୁ ଛଡା ଆଉ କିଛି କିଛି କୁହ ନାହି,
23 ଅର୍ଥାତ୍ ଖ୍ରୀଷ୍ଟ ନିଶ୍ଚୟ ଦୁଃଖଭୋଗ କରି ପୁଣି ପ୍ରଥମେ ମୃତମାନଙ୍କ ମଧ୍ୟରୁ ପୁନରୁତଥିତ ହୋଇ ସ୍ବଜାତି ଓ ବିଜାତିମାନଙ୍କ ନିକଟରେ ଆଲୋକ ପ୍ରକାଶ କରିବେ |।
24 ଏହି ପ୍ରକାରେ ସେ ଅାତ୍ମପକ୍ଷ ସମର୍ଥନ କରୁଥିବା ସମୟରେ ଫେଷ୍ଟସ୍ ଉଚ୍ଚଶ୍ବରରେ କହିଲେ, ପାଉଲ, ତୁମ୍ଭେ ପାଗଳ; ବହୁ ବିଦ୍ୟା ତୁମ୍ଭକୁ ପାଗଳ କରୁଅଛି |।
25 କିନ୍ତୁ ପାଉଲ କହିଲେ, ହେ ମହା ମହିମ ଫେଷ୍ଟସ୍, ମୁଁ ପାଗଳ ନୁହେ, ମାତ୍ର ସତ୍ୟ ଓ ସ୍ଥିର ବୁଦ୍ଧିର ବାକ୍ୟ ବ୍ୟକ୍ତ କରୁଅଛି |।
26 ରାଜା ତ ଏ ସମସ୍ତ ବିଷୟ ଜାଣନ୍ତି, ଆଉ ମୁଁ ତାଙ୍କ ଛାମୁରେ ମଧ୍ୟ ସାହସରେ କଥା କହୁଅଛି, କାରଣ ଏହି ସମସ୍ତ ବିଷୟର କୌଣସି କଥା ତାଙ୍କର ଅଜଣା ନାହି ବୋଲି ମୋହର ବିଶ୍ବାସ; ଏହା ତ ଗୋପନରେ କରା ହୋଇ ନାହି |।
27 ହେ ରାଜନ୍ ଅଗ୍ରିପ୍ପା, ଆପଣ କଅଣ ଭାବବାଦୀମାନଙ୍କୁ ବିଶ୍ବାସ କରନ୍ତି ଆପଣ ବିଶ୍ବାସ କରନ୍ତି ବୋଲି ମୁଁ ଜାଣେ |।
28 ସେଥିରେ ଆଗ୍ରିପ୍ପା ପାଉଲଙ୍କୁ କହିଲେ, ଅଳ୍ପ କଥାରେ ତ ତୁମ୍ଭେ ଆମ୍ଭକୁ ଖ୍ରୀଷ୍ତିୟାନ କରି ପାର ବୋଲି ମନେ କରୁଅଛ |।
29 ପାଉଲ କହିଲେ, ଅଳ୍ପରେ ହେଉ କି ବହୁତରେ ହେଉ, କେବଳ ଆପଣ ନୁହନ୍ତି, ମାତ୍ର ଯେତେ ଲୋକ ଆଜି ମୋର କଥା ଶୁଣୁଅଛନ୍ତି, ଯେପରି ସେମାନେ ସମସ୍ତେ ସୁଦ୍ଧା ଏହି ବନ୍ଧନ ବିନା ମୋହରି ପରି ହୁଅନ୍ତି, ଏହା ମୁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଅଛି |।
30 ସେଥିରେ ରାଜା, ଶାଶନକର୍ତ୍ତା, ବର୍ନୀକୀ ଓ ସେମାନଙ୍କ ସହିତ ବସିଥିବା ବ୍ୟକ୍ତିମାନେ ଉଠିଯାଇ,
31 ଅନ୍ତର ହୋଇ ପରଷ୍ବର କଥାବାର୍ତ୍ତା କରୁ କରୁ କହିଲେ, ଏହି ଲୋକ ମୃତ୍ୟୁ କି ବନ୍ଧନ ଯୋଗ୍ୟ କୌଣସି କର୍ମ କରି ନାହି |।
32 ଆଉ ଆଗ୍ରିପ୍ପା ଫେଷ୍ଟସଙ୍କୁ କହିଲେ, ଏହି ଲୋକ ଯଦି କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରି ନ ଥାଆନ୍ତା, ତେବେ ମୁକ୍ତ କରାଯାଇ ପାରିଥାଆନ୍ତା |।