1 ଅନନ୍ତର ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ଭୟ କର ନାହିଁ, କିଅବା ନିରାଶ ହୁଅ ନାହିଁ; ସମସ୍ତ ସୈନ୍ୟ ସଙ୍ଗେ ନେଇ ଉଠି ଅୟକୁ ଯାତ୍ରା କର; ଦେଖ, ଆମ୍ଭେ ଅୟର ରାଜାକୁ ଓ ତାହାର ଲୋକମାନଙ୍କୁ ଓ ତାହାର ନଗର ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କଲୁ।

2 ତୁମ୍ଭେ ଯିରୀହୋ ଓ ତହିଁର ରାଜା ପ୍ରତିଯେରୂପ କଲ, ଅୟ ଓ ତହିଁର ରାଜା ପ୍ରତି ସେରୂପ କରିବନ୍ତ କେବଳ ତୁମ୍ଭେମାନେ ତହିଁର ଲୁଟଦ୍ରବ୍ୟ ଓ ପଶୁ ଆପଣାମାନଙ୍କ ନିମନ୍ତେ ନେବନ୍ତ ତୁମ୍ଭେ ନଗରର ପଶ୍ଚାତ୍‍ ଆପଣାର ଏକ ଦଳ ସୈନ୍ୟ ଗୋପନ କରି ରଖ।

3 ତହୁଁ ଯିହୋଶୂୟ ଓ ସକଳ ସୈନ୍ୟ ଉଠି ଅୟକୁ ଯାତ୍ରା କଲେନ୍ତ ପୁଣି ଯିହୋଶୂୟ ତିରିଶ ହଜାର ମହାବିକ୍ରମଶାଳୀ ଲୋକ ମନୋନୀତ କରି ରାତ୍ରିରେ ସେମାନଙ୍କୁ ପଠାଇଲେ।

4 ପୁଣି ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, ଦେଖ, ତୁମ୍ଭେମାନେ ନଗର ପ୍ରତିକୂଳରେ ନଗରର ପଛଭାଗରେ ଗୋପନରେ ରହିବ; ନଗରଠାରୁ ବହୁ ଦୂରକୁ ଯିବ ନାହିଁ, ମାତ୍ର ସମସ୍ତେ ପ୍ରସ୍ତୁତ ହୋଇଥିବ।

5 ତହିଁ ଉତ୍ତାରେ ମୁଁ ଓ ମୋର ସଙ୍ଗୀ ସମସ୍ତ ଲୋକ ନଗର ନିକଟକୁ ଯିବୁ, ତହିଁରେ ଯେତେବେଳେ ସେମାନେ ପୂର୍ବ ପରି ଆମ୍ଭମାନଙ୍କ ବିରୁଦ୍ଧରେ ବାହାର ହୋଇ ଆସିବେ, ସେତେବେଳେ ଆମ୍ଭେମାନେ ସେମାନଙ୍କ ଆଗରୁ ପଳାଇବୁ।

6 ତହୁଁ ସେମାନେ ଆମ୍ଭମାନଙ୍କ ପଛେ ପଛେ ଆସିଲେ, ଆମ୍ଭେମାନେ ସେମାନଙ୍କୁ ନଗରରୁ କ୍ରମେ କ୍ରମେ ଦୂରକୁ ଆକର୍ଷଣ କରି ଆଣିବୁ; କାରଣ ସେମାନେ କହିବେ, ଏମାନେ ପୂର୍ବ ପରି ଆମ୍ଭମାନଙ୍କ ଆଗରୁ ପଳାଉଅଛନ୍ତି; ଏହିରୂପେ ଆମ୍ଭେମାନେ ସେମାନଙ୍କ ସମ୍ମୁଖରୁ ପଳାଇବୁନ୍ତ।

7 ତହୁଁ ତୁମ୍ଭେମାନେ ଗୋପନ-ସ୍ଥାନରୁ ଉଠି ନଗର ଅଧିକାର କରିବନ୍ତ କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତାହା ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ।

8 ତୁମ୍ଭେମାନେ ନଗର ଆକ୍ରମଣ କଲାକ୍ଷଣେ ନଗରରେ ଅଗ୍ନି ଲଗାଇବ; ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟାନୁସାରେ କର୍ମ କରିବ; ଦେଖ, ଏହା ମୁଁ ତୁମ୍ଭମାନଙ୍କୁ ଆଜ୍ଞା କଲି।

9 ଏରୂପେ ଯିହୋଶୂୟ ସେମାନଙ୍କୁ ପ୍ରେରଣ କଲେନ୍ତ ଆଉ ସେମାନେ ଯାଇ ଅୟର ପଶ୍ଚିମରେ ବୈଥେଲ୍‍ ଓ ଅୟର ମଧ୍ୟସ୍ଥାନରେ ଗୋପନରେ ରହିଲେ; ମାତ୍ର ଯିହୋଶୂୟ ଲୋକମାନଙ୍କ ମଧ୍ୟରେ ସେ ରାତ୍ର ରହିଲେ।

10 ଅନନ୍ତର ଯିହୋଶୂୟ ଅତି ପ୍ରଭାତରେ ଉଠି ଲୋକମାନଙ୍କୁ ଗଣନା କଲେ, ତହିଁ ଉତ୍ତାରେ ସେ ଓ ଇସ୍ରାଏଲର ପ୍ରାଚୀନବର୍ଗ ଲୋକମାନଙ୍କ ଆଗେ ଆଗେ ଅୟକୁ ଯାତ୍ରା କଲେ।

11 ପୁଣି ତାଙ୍କର ସଙ୍ଗୀ ସମସ୍ତ ସୈନ୍ୟ ଯାଇ ନିକଟବର୍ତ୍ତୀ ହୋଇ ନଗର ସମ୍ମୁଖରେ ଉପସ୍ଥିତ ହେଲେଓ ଅୟର ଉତ୍ତର ଦିଗରେ ଛାଉଣି ସ୍ଥାପନ କଲେନ୍ତ ସେମାନଙ୍କର ଓ ଅୟର ମଧ୍ୟରେ ଏକ ଉପତ୍ୟକା ଥିଲା।

12 ପୁଣି ସେ ନୂ୍ୟନାଧିକ ପାଞ୍ଚ ହଜାର ଲୋକ ନେଇ ନଗରର ପଶ୍ଚିମ ଦିଗରେ ବୈଥେଲ୍‍ ଓ ଅୟର ମଧ୍ୟସ୍ଥାନରେ ଗୋପନରେ ରଖିଲେ।

13 ଏହିରୂପେ ସେମାନେ ନଗରର ଉତ୍ତର ଦିଗସ୍ଥ ସମସ୍ତ ଛାଉଣିକି ଓ ନଗରର ପଶ୍ଚିମ ଦିଗସ୍ଥ ଆପଣାମାନଙ୍କ ଗୁପ୍ତ ଦଳକୁ ରଖିଲେ; ପୁଣି ଯିହୋଶୂୟ ସେହି ରାତ୍ରି ତଳଭୂମି ମଧ୍ୟକୁ ଗମନ କଲେ।

14 ସେତେବେଳେ ଅୟର ରାଜା ତାହା ଦେଖନ୍ତେ, ସେ ଓ ତାଙ୍କର ସମସ୍ତ ଲୋକ ପ୍ରଭାତରେ ଶୀଘ୍ର ଉଠିଲେ ଓ ନଗରସ୍ଥ ଲୋକମାନେ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ବାହାରି ନିରୂପିତ ସମୟରେ ପଦାଭୂମି ସମ୍ମୁଖରେ ଉପସ୍ଥିତ ହେଲେନ୍ତ ମାତ୍ର ତାଙ୍କ ବିରୁଦ୍ଧରେ ଏକ ଦଳ ସୈନ୍ୟ ନଗର ପଛେ ଗୋପନରେ ଅଛନ୍ତି ବୋଲି ସେ ଜାଣି ନ ଥିଲେ।

15 ଏଉତ୍ତାରେ ଯିହୋଶୂୟ ଓ ସମଗ୍ର ଇସ୍ରାଏଲ ସେମାନଙ୍କ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ହେଲା ପରି ଦେଖାଇପ୍ରାନ୍ତର ପଥ ଦେଇ ପଳାୟନ କଲେ।

16 ତହିଁରେ ନଗରସ୍ଥିତ ସମସ୍ତ ଲୋକ ସେମାନଙ୍କ ପଛେ ପଛେ ଗୋଡ଼ାଇବା ପାଇଁ ଏକତ୍ର ଡକାଗଲେ; ପୁଣି ସେମାନେ ଯିହୋଶୂୟଙ୍କର ପଛେ ପଛେ ଗୋଡ଼ାଉ ଗୋଡ଼ାଉ ନଗରରୁ ଦୂରକୁ ଆକର୍ଷିତ ହେଲେ।

17 ପୁଣି ଇସ୍ରାଏଲର ପଛରେ ଯେ ନ ଗଲା, ଏପରି ଜଣେ ହେଲେ ଅୟ କି ବୈଥେଲରେ ଅବଶିଷ୍ଟ ନ ଥିଲା; ସମସ୍ତେ ନଗର ମୁକ୍ତ କରି ଇସ୍ରାଏଲ ପଛେ ପଛେ ଗୋଡ଼ାଇଲେ।

18 ସେତେବେଳେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ତୁମ୍ଭେ ଆପଣା ହସ୍ତସ୍ଥିତ ବର୍ଚ୍ଛା ଅୟ ନଗର ଆଡ଼େ ବିସ୍ତାର କରନ୍ତ କାରଣ ଆମ୍ଭେ ତାହା ତୁମ୍ଭ ହସ୍ତଗତ କରିବା ତହିଁରେ ଯିହୋଶୂୟ ଆପଣା ହସ୍ତସ୍ଥିତ ବର୍ଚ୍ଛା ନଗର ଆଡ଼େ ବିସ୍ତାର କଲେ।

19 ସେ ହସ୍ତ ବିସ୍ତାର କରିବା ମାତ୍ରେ ଗୋପନରେ ଥିବା ସୈନ୍ୟଦଳ ଶୀଘ୍ର ଆପଣା ଆପଣା ସ୍ଥାନରୁ ଉଠି ଦୌଡ଼ିଯାଇ ନଗରରେ ପ୍ରବେଶ କରି ତାହା ହସ୍ତଗତ କଲେ ଓ ଶୀଘ୍ର ନଗରରେ ଅଗ୍ନି ଲଗାଇଲେ।

20 ଏ ଉତ୍ତାରେ ଅୟର ଲୋକମାନେ ଆପଣା ପଛକୁ ଅନାଇ ଦେଖିଲେ, ଆଉ ଦେଖ, ନଗରର ଧୂମ ଆକାଶକୁ ଉଠୁଅଛି, ମାତ୍ର ଏଆଡ଼େ କି ସେଆଡ଼େ ପଳାଇବାକୁ ସେମାନଙ୍କର ବଳ ନ ଥିଲା; ଆଉ ଯେଉଁମାନେ ପ୍ରାନ୍ତରକୁ ପଳାଉଥିଲେ, ସେମାନେ ଫେରି ଗୋଡ଼ାଇବା ଲୋକମାନଙ୍କୁ ଆକ୍ରମଣ କଲେ।

21 ପୁଣି ଗୋପନରେ ଥିବା ସୈନ୍ୟଦଳ ନଗର ହସ୍ତଗତ କରିଅଛନ୍ତି ଓ ନଗରର ଧୂମ ଉଠୁଅଛି, ଏହା ଦେଖି ଯିହୋଶୂୟ ଓ ସମସ୍ତ ଇସ୍ରାଏଲ ଫେରି ଅୟର ଲୋକମାନଙ୍କୁ ବଧ କଲେ।

22 ଆଉ ଅନ୍ୟ ଦଳ ନଗରରୁ ବାହାରି ସେମାନଙ୍କ ବିରୁଦ୍ଧରେ ଆସିଲେନ୍ତଏହିରୂପେ ସେମାନେ ଏପାଖେ କେତେକ ଓ ସେପାଖେ କେତେକ ହୋଇ ଇସ୍ରାଏଲ ମଧ୍ୟରେ ପଡ଼ିଲେନ୍ତ ତେଣୁ ଇସ୍ରାଏଲ ସେମାନଙ୍କୁ ଏପରି ସଂହାର କଲେ ଯେ, ସେମାନଙ୍କ ମଧ୍ୟରୁ କେହି ଅବଶିଷ୍ଟ ରହିଲା ନାହିଁ, କି କେହି ପଳାଇ ପାରିଲା ନାହିଁ।

23 ମାତ୍ର ସେମାନେ ଅୟର ରାଜାଙ୍କୁ ଜୀବିତ ଧରି ଯିହୋଶୂୟଙ୍କ ନିକଟକୁ ଆଣିଲେ।

24 ଏହିରୂପେ ଯେଉଁ ପ୍ରାନ୍ତରରେ ଅୟ ନିବାସୀ ଲୋକମାନେ ସେମାନଙ୍କ ପଛେ ପଛେ ଗୋଡ଼ାଉଥିଲେ, ସେହି କ୍ଷେତ୍ରରେ ଇସ୍ରାଏଲ ସେମାନଙ୍କୁ ବଧ କରି ସାରିଲା ଉତ୍ତାରେ ଓ ସେମାନେ ନିଃଶେଷିତ ହେବାଯାଏ ଖଡ଼୍‍ଗମୁଖରେ ପଡ଼ିଲା ଉତ୍ତାରେ ସମଗ୍ର ଇସ୍ରାଏଲ ଫେରି ଆସି ଖଡ଼୍‍ଗମୁଖରେ ଅୟକୁ ସଂହାର କଲେ।

25 ପୁଣି ସେହି ଦିନ ଅୟ ନିବାସୀ ସମସ୍ତ ଲୋକ ସ୍ତ୍ରୀ ପୁରୁଷ ସର୍ବସୁଦ୍ଧା ବାର ହଜାର ଲୋକ ହତ ହେଲେ।

26 କାରଣ ଅୟ ନିବାସୀ ସମସ୍ତଙ୍କୁ ବର୍ଜିତ ରୂପେ ବିନାଶକରିବା ଯାଏ ଯିହୋଶୂୟ ଆପଣାର ଯେଉଁ ହସ୍ତ ବର୍ଚ୍ଛା ଧରି ବିସ୍ତାର କରିଥିଲେ, ତାହା ସେ ସଙ୍କୁଚିତ କଲେ ନାହିଁ।

27 ଯିହୋଶୂୟଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲୀୟ ଲୋକମାନେ କେବଳ ସେହି ନଗରର ପଶୁ ଓ ଲୁଟଦ୍ରବ୍ୟସବୁ ଆପଣାମାନଙ୍କ ନିମନ୍ତେ ଗ୍ରହଣ କଲେ।

28 ପୁଣି ଯିହୋଶୂୟ ଅୟ ନଗରକୁ ଅଗ୍ନିରେ ଦଗ୍‍ଧ କରି ଅନନ୍ତକାଳୀନ ଢିପିଓ ଆଜିଯାଏ ଏକ ଶୂନ୍ୟସ୍ଥାନ କଲେ।

29 ଏଉତ୍ତାରେ ସେ ଅୟର ରାଜାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ବୃକ୍ଷରେ ଟଙ୍ଗାଇ ରଖିଲେ, ମାତ୍ର ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦିଅନ୍ତେ, ଲୋକମାନେ ତାଙ୍କର ଶବ ବୃକ୍ଷରୁ ତଳକୁ ଆଣି ନଗରଦ୍ୱାର-ପ୍ରବେଶ ସ୍ଥାନରେ ପକାଇ; ତହିଁ ଉପରେ ପ୍ରସ୍ତରର ଏକ ବଡ଼ ଢିପି କଲେନ୍ତ ତାହା ଆଜିଯାଏ ଅଛି।

30 ଏଉତ୍ତାରେ ଯିହୋଶୂୟ ଏବଲ ପର୍ବତରେସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କଲେ।

31 ସଦାପ୍ରଭୁଙ୍କ ସେବକ ମୋଶା ଇସ୍ରାଏଲ ସନ୍ତାନଗଣକୁ ଯେରୂପ ଆଜ୍ଞା ଦେଇଥିଲେ, ସେରୂପ ମୋଶାଙ୍କର ବ୍ୟବସ୍ଥାଗ୍ରନ୍ଥରଲେଖାନୁସାରେ, ଯହିଁ ଉପରେ କୌଣସି ମନୁଷ୍ୟ ଲୁହା ଉଞ୍ଚାଇ ନାହିଁ, ଏପରି ଅଚଞ୍ଛା ପଥରର ଏକ ଯଜ୍ଞବେଦି ସେ ନିର୍ମାଣ କଲେନ୍ତ ତହିଁ ଉପରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

32 ପୁଣି ସେ ସେହି ପ୍ରସ୍ତର ଉପରେ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରେ ମୋଶାଙ୍କ ଦ୍ୱାରା ଲିଖିତ ବ୍ୟବସ୍ଥାଗ୍ରନ୍ଥର ଅଂଶ ଉତ୍ତାରି ଲେଖିଲେ।

33 ଏ ଉତ୍ତାରେ ସମୁଦାୟ ଇସ୍ରାଏଲ ଓ ସେମାନଙ୍କ ପ୍ରାଚୀନବର୍ଗ ଓ ଅଧ୍ୟକ୍ଷଗଣ ଓ ସେମାନଙ୍କ ବିଚାରକର୍ତ୍ତୃଗଣ, ଯେପରି ବିଦେଶୀ, ସେପରି ଗୃହଜାତ, ଅଧେ ଗରିଷୀମ ପର୍ବତ ଆଗରେ ଓ ଅଧେ ଏବଲ ପର୍ବତ ଆଗରେ, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହୀ ଲେବୀୟ ଯାଜକମାନଙ୍କ ସମ୍ମୁଖରେ ସିନ୍ଦୁକର ଏପାଖେ ଓ ସେପାଖେ ଠିଆ ହେଲେ; କାରଣ ପ୍ରଥମେ ଇସ୍ରାଏଲୀୟ ଲୋକମାନଙ୍କୁ ଆଶୀର୍ବାଦ କରିବା ପାଇଁ ସଦାପ୍ରଭୁଙ୍କ ସେବକ ମୋଶା ସେମାନଙ୍କୁ ଆଦେଶ ଦେଇଥିଲେ।

34 ତହୁଁ ବ୍ୟବସ୍ଥା-ଗ୍ରନ୍ଥରସମସ୍ତ ଲେଖାନୁସାରେ ସେ ଆଶୀର୍ବାଦ ଓ ଅଭିଶାପ ବିଷୟକ ବ୍ୟବସ୍ଥାର ସମସ୍ତ କଥା ପାଠ କଲେ।

35 ଯିହୋଶୂୟ ଇସ୍ରାଏଲୀୟ ସମସ୍ତ ସମାଜର ଓ ସ୍ତ୍ରୀଗଣର ଓ ବାଳକଗଣର ଓ ସେମାନଙ୍କ ମଧ୍ୟରେ ପରିଚିତ ବିଦେଶୀମାନଙ୍କସମ୍ମୁଖରେ ଯାହା ପାଠ କଲେ ନାହିଁ, ମୋଶାଙ୍କର ସମସ୍ତ ଆଦେଶ ମଧ୍ୟରେ ଏପରି ଗୋଟିଏ କଥା ନ ଥିଲା।